Stray Dogs / ୫୦୦ ପରେ ପୁଣି ୧୦୦ ବୁଲା କୁକୁରଙ୍କୁ ହତ୍ୟା; ଚିନ୍ତା ବଢ଼ାଇଲା ତେଲଙ୍ଗାନା
·5 months ago·2 min read

Key Points
ପୂର୍ବରୁ ବିଷ ଦେଇ ୫୦୦ ବୁଲା କୁକୁରଙ୍କୁ ମାରିଥିଲେ । ଏବେ ପୁଣି ଆଉ ୧୦୦ କୁକୁରଙ୍କ ଜୀବନ ନେଇ ଯାଇଛନ୍ତି ।
ହାଇଦ୍ରାବାଦ: ଥମୁନି କୁକୁର ହତ୍ୟା । ବିଷ ଦେଇ ପୁଣି ଥରେ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ପୂର୍ବରୁ ବିଷ ଦେଇ ୫୦୦ ବୁଲା କୁକୁରଙ୍କୁ ମାରିଥିଲେ । ଏବେ ପୁଣି ଆଉ ୧୦୦ କୁକୁରଙ୍କ ଜୀବନ ନେଇ ଯାଇଛନ୍ତି ।
ଯାହାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ତେଲଙ୍ଗାନାର ରଙ୍ଗା ରେଡ୍ଡୀ ଜିଲ୍ଲାର ୟାଚରମ ଗାଁ । ୧୦୦ ବୁଲା କୁକୁରଙ୍କୁ ବିଷ ଦେଇ ମାରିବା ଅଭିଯୋଗରେ ରାଚାକୋଣ୍ଡା ପୋଲିସ ମାମଲା ରୁଜୁ କରିଛି ।
ଏଥିସହ ପଢ଼ନ୍ତୁ: ଆକାଶରେ ଫେଲ୍ ହୋଇଗଲା ସେନା ବିମାନର ଇଞ୍ଜିନ୍; ପ୍ରୟାଗରାଜର ପୋଖରୀରେ ଖସିପଡ଼ିଲା
ଏତଲା ଅନୁସାରେ, ଜାନୁଆରୀ ୧୯ ତାରିଖ ସକାଳ ୯ଟାରେ ଘଟଣା ଘଟିଥିବା ବେଳେ ଜାନୁଆରୀ ୨୦ ଦିନ ଗୋଟାଏରେ ପୋଲିସ ପହଞ୍ଚିଥିଲା । ବିଏନଏସ୍ ଦାରା ୩୨୫ ଓ ପଶୁ ନିର୍ଯାତନା ବିରୋଧୀ ଧାରାରେ ମାମଲା ରୁଜୁ ହୋଇଛି ।
ଗାଁର ସରପଞ୍ଚ, ଜଣେ ୱାର୍ଡ ମେମ୍ବର, ଗ୍ରାମ୍ୟ ସମ୍ପାଦକ ଓ ଅନ୍ୟ ଲୋକ ମିଳିତ ଭାବେ ବୁଲା କୁକୁରଙ୍କୁ ବିଷାକ୍ତ ଇଞ୍ଜେକ୍ସ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରିକି ୱାର୍ଡ ମେମ୍ବର ବୁଲା କୁକୁରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଆନେସ୍ଥେସିଆ ଇଞ୍ଜେକ୍ସନ ଦେଇଥିବା ଫୋନ୍ କଲ୍ ରେକର୍ଡରେ ମାନିଛନ୍ତି ।
ସବୁଠାରୁ ବଡ଼ କଥା ହେଉଛି, ଏହି ଘଟଣା ପୋଲିସ ଥାନା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଘଟିଛି । ବୁଲା କୁକୁର ମୃତ୍ୟୁର ତଦନ୍ତ ପୋଲିସ ଆରମ୍ଭ କରିଥିବା ବେଳେ ଏବେ ଯାଏଁ କୌଣସି ଗିରଫଦାରୀ ହୋଇ ନାହିଁ ।
ଏଥିସହ ପଢ଼ନ୍ତୁ: ଥଟ୍ଟା ମଜାରୁ ଭୁବନେଶ୍ଵରରେ ଭଣଜାକୁ ହତ୍ୟା; ବଲାଙ୍ଗିରରେ କୋଦାଳ ଆକ୍ରମଣରେ ମାମୁ ମୃତ
ପୂର୍ବରୁ ସେଠାରେ ୫୦୦ କୁକୁରଙ୍କୁ ହତ୍ୟା କରାଯାଇଥିଲା । ପଞ୍ଚାୟତ ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ବୁଲା କୁକୁରଙ୍କୁ ବିଷ ଦିଆଯାଇଥିବା ମାମଲା ସାମ୍ନାକୁ ଆସିଥିଲା । ପୋଲିସ ୭ ଜଣ ସରପଞ୍ଚଙ୍କ ସହ ୧୫ ଜଣଙ୍କ ବିରୋଧରେ ଏତଲା କରିଥିଲା । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା ଅତି କମ୍ରେ ୫୦୦ କୁକୁରଙ୍କୁ ହତ୍ୟା କରାଯାଇଛି ।
ସ୍ଥାନୀୟ ପଞ୍ଚାୟତ ନିର୍ବାଚନ ବେଳେ ସରପଞ୍ଚ ଆଶାୟୀ ପ୍ରତିଶ୍ରୁତି ଦେଇଥିଲେ ଗାଁକୁ କୁକୁର ମୁକ୍ତ କରିବେ । ଆଉ ନିର୍ବାଚନ ଜିତିବା ପରେ ଦେଇଥିବା ପ୍ରତିଶ୍ରୁତି ପାଳନ ପାଇଁ ବ୍ୟବସ୍ଥିତ ଭାବେ କୁକୁରଙ୍କୁ ବିଷ ଦେଇ ହତ୍ୟାର ଯୋଜନା କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories