Crime In Odisha / ଥଟ୍ଟା ମଜାରୁ ଭୁବନେଶ୍ଵରରେ ଭଣଜାକୁ ହତ୍ୟା; ବଲାଙ୍ଗିରରେ କୋଦାଳ ଆକ୍ରମଣରେ ମାମୁ ମୃତ
·2 months ago·2 min read

Key Points
ରାଜଧାନୀ ଭୁବନେଶ୍ଵର ଓ ବଲାଙ୍ଗିରରେ ଘଟିଛି ୨ଟି ବୀଭତ୍ସ ହତ୍ୟାକାଣ୍ଡ । ଭୁବନେଶ୍ଵରରେ ମାମୁ ଆକ୍ରମଣରେ ଭଣଜା ଆଖି ବୁଜିଛି । ସେପଟେ ବଲାଙ୍ଗିରରେ ଭଣଜା ଆକ୍ରମଣରେ ମାମୁର ମୃତ୍ୟୁ ହୋଇଛି ।
ଭୁବନେଶ୍ଵର/ବଲାଙ୍ଗିର: ଅସହିଷ୍ଣୁ ହୋଇ ପଡ଼ୁଛି ମଣିଷ । ପଦିଏ ପଦିଏ କଥାରେ ବୁହାଇ ଦେଉଛି ରକ୍ତର ନଈ । ଏଠି ସମ୍ପର୍କ ରକ୍ତରେ ଭିଜୁଛି, ସ୍ନେହ ଆଦରକୁ କୋଦାଳ ଚୋଟ ମାରୁଛି, ପବିତ୍ର ସମ୍ପର୍କରେ ଲାଗୁଛି କଳଙ୍କର ଦାଗ । ମରି ମରି ଯାଉଛି ମଣିଷ ପଣିଆ ।
ରାଜଧାନୀ ଭୁବନେଶ୍ଵର ଓ ବଲାଙ୍ଗିରରେ ଘଟିଛି ୨ଟି ବୀଭତ୍ସ ହତ୍ୟାକାଣ୍ଡ । ଭୁବନେଶ୍ଵରରେ ମାମୁ ଆକ୍ରମଣରେ ଭଣଜା ଆଖି ବୁଜିଛି । ସେପଟେ ବଲାଙ୍ଗିରରେ ଭଣଜା ଆକ୍ରମଣରେ ମାମୁର ମୃତ୍ୟୁ ହୋଇଛି । ଆମ ସମାଜରେ ରହିଥିବା ସମ୍ପର୍କର ମୂଲ୍ୟବୋଧ ହ୍ରାସ ପାଉଛି ।
ଏଥିସହ ପଢ଼ନ୍ତୁ: ଯୁବ କଂଗ୍ରେସ ନେତାଙ୍କ ସନ୍ଦେହଜନକ ମୃତ୍ୟୁ; ନିଜକୁ ନିଜେ କରିଦେଲେ ଗୁଳି !
ଭୁବନେଶ୍ଵର ଉପକଣ୍ଠ ବାଲିପାଟଣାରେ ଥଟ୍ଟା ମଜାକୁ ନେଇ ଭଜଣାକୁ ଭୁଜାଲି ଭୁସି ଦେଇଛି ମାମୁ । କଂସ ମାମୁ ହାତରେ ଆଖି ବୁଜିଛି ଭଣଜା । ମଙ୍ଗଳବାର ବିଳମ୍ବିତ ରାତିରେ ବାଲିପାଟଣା ଥାନା ବନମାଳିପୁର ଫାଣ୍ଡି ଭାପୁର ନାଥସାହିରେ ଏହି ହତ୍ୟାକାଣ୍ଡ ଘଟିଛି ।
ସାମାନ୍ୟ ଥଟ୍ଟା ମଜାରୁ ବଚସାକୁ ନେଇ ସମ୍ପର୍କୀୟ ମାମୁର ଭୁଜାଲି ଚୋଟରେ ଭଣଜାର ମୃତ୍ୟୁ ହୋଇଛି । ମୃତକ ହେଲେ ନାଥସାହିର ୧୯ ବର୍ଷୀୟ ଲିପୁ ନାଥ । ହତ୍ୟା ଅଭିଯୁକ୍ତ ମାମୁ ମିଥୁନ ନାଥ ଫେରାର ରହିଛି । ମୃତଦେହ ଜବତ କରି ଛାନଭିନ୍ କରୁଛି ବାଲିପାଟଣା ଥାନା ପୋଲିସ ।
ସେହିଭଳି ବଲାଙ୍ଗିର ତୁଲସୀ ନଗରରେ ବିଳମ୍ବିତ ରାତିରେ ଘଟିଛି ହତ୍ୟାକାଣ୍ଡ । ଟାଉନ୍ ଥାନା ଅନ୍ତର୍ଗତ ତୁଳସୀନଗରରେ ଭଣଜାର କୋଦାଳ ଆକ୍ରମଣରେ ଆଖି ବୁଜିଛି ମାମୁ । ଯଦୁମଣୀ ନାମକ ବ୍ୟକ୍ତିଙ୍କୁ କୋଦାଳ ଆକ୍ରମଣରେ ହତ୍ୟା କରାଯାଇଛି ।
ଏଥିସହ ପଢ଼ନ୍ତୁ: ନିର୍ବାଚନୀ ବଣ୍ଡ ବନ୍ଦ ପରେ ବି BJPକୁ ବିପୁଳ ଚାନ୍ଦା; ବର୍ଷକରେ ମିଳିଛି ୬, ୧୨୫ କୋଟି, କଂଗ୍ରେସ କେଉଁଠି ?
ପାରିବାରିକ କଳହରୁ ଭଣଜା ନିଜ ମାମୁକୁ ହତ୍ୟା କରିଛି । ରାତି ପ୍ରାୟ ୧୧ଟାରେ ରାସ୍ତାରେ ଯଦୁମଣି ଗୁରୁତର ଅବସ୍ଥାରେ ପଡ଼ିଥିଲେ । ପାଖରେ ଏକ ଭଙ୍ଗା କୋଦାଳ ପଡ଼ିଥିଲା । ଉକ୍ତ କୋଦାଳରେ ଯଦୁମଣିଙ୍କୁ ତାଙ୍କ ମାମୁ ଆକ୍ରମଣ କରିଥିବା ଜଣାପଡ଼ିଛି ।
ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ଯଦୁମଣିଙ୍କୁ ଭୀମଭୋଇ ମେଡିକାଲ ଓ କଲେଜକୁ ସ୍ଥାନାନ୍ତର କରିଥିଲା । ମେଡିକାଲ୍ରେ ଯଦୁମଣିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories