Death Penalty / ୧୧୩ଟି ଦେଶରେ ମୃତ୍ୟୁଦଣ୍ଡ ବନ୍ଦ, ଭାରତର SC କାହିଁକି କହିଲେ ଯେ 'ଫାଶୀ' ସମ୍ବିଧାନ ପରିସର ମଧ୍ୟରେ ଅଛି?
·2 weeks ago·2 min read

Key Points
ଫାଶୀ ଉଚ୍ଛେଦ କରିବାକୁ ସୁପ୍ରିମକୋର୍ଟଙ୍କ ମନା
ଫାଶୀ ଉଚ୍ଛେଦ କରିବାକୁ ୨୦୧୭ ମସିହାରେ ହୋଇଥିଲା ଆବେଦନ
ଆବେଦନ ଦାୟର୍ କରିଥିଲେ ବରିଷ୍ଠ ଆଇନଜୀବୀ ରିଷି ମାଲହୋତ୍ରା
ବିଶ୍ବର ୧୧୩ଟି ଦେଶରେ ମୃତ୍ୟୁଦଣ୍ଡ ବନ୍ଦ

ନୂଆଦିଲ୍ଲୀ: ଦେଶରେ ମୃତ୍ୟୁଦଣ୍ଡ ଦେବାର ପଦ୍ଧତି ଭାବରେ ଫାଶୀକୁ ଉଚ୍ଛେଦ କରିବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି। ତେବେ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି ଭବିଷ୍ୟତରେ ନୂତନ ବୈଜ୍ଞାନିକ କିମ୍ବା ଚିକିତ୍ସା ପ୍ରମାଣରୁ ଏହା ପ୍ରମାଣିତ ହୁଏ ଯେ ଅନ୍ୟ କୌଣସି ପଦ୍ଧତି କମ୍ ଯନ୍ତ୍ରଣାଦାୟକ, ତେବେ ଏହି ମାମଲାର ପୁନର୍ବିଚାର କରାଯାଇପାରିବ। ଏଥିସହିତ, ମୃତ୍ୟୁଦଣ୍ଡର କୌଣସି ବିକଳ୍ପ ଓ କମ୍ ଯନ୍ତ୍ରଣାଦାୟକ ପଦ୍ଧତି ଯାଞ୍ଚ କରିବା ପାଇଁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ମତ ଦେଇଛନ୍ତି।
କାହିଁକି ଦାଖଲ ହୋଇଥିଲା ଆବେଦନ?
୨୦୧୭ ମସିହାରେ ବରିଷ୍ଠ ଆଇନଜୀବୀ ରିଷି ମାଲହୋତ୍ରା ଏହି ଆବେଦନ ଦାୟର୍ କରିଥିଲେ। ଫୌଜଦାରୀ କାର୍ଯ୍ୟବିଧି ସଂହିତାର (CrPC) ଧାରା ୩୫୪(୫) ଅନୁଯାୟୀ, ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ "ମୃତ୍ୟୁ ପର୍ଯ୍ୟନ୍ତ ବେକରେ ଫାଶୀ ଦିଆଯିବ" ବୋଲି ବ୍ୟବସ୍ଥା ରହିଛି। ଆବେଦନରେ ଏହି ଆଇନକୁ ଚ୍ୟାଲେଞ୍ଜ କରାଯାଇ ଫାଶୀ ବଦଳରେ ଘାତକ ଇଞ୍ଜେକ୍ସନ, ଗୁଳି, ବିଦ୍ୟୁତ ଆଘାତ କିମ୍ବା ଗ୍ୟାସ ଚାମ୍ବର ଭଳି ବିକଳ୍ପ ପଦ୍ଧତି ବ୍ୟବହାର କରିବାକୁ ଅନୁରୋଧ କରାଯାଇଥିଲା। ଫାଶୀ ଦେବା ଦ୍ୱାରା ଦୀର୍ଘକାଳୀନ ଯନ୍ତ୍ରଣା ହେଉଥିବା ଏବଂ ଏହା ସମ୍ବିଧାନର ଧାରା ୨୧ ଅନୁଯାୟୀ ସମ୍ମାନର ସହିତ ମୃତ୍ୟୁବରଣ କରିବାର ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ଯୁକ୍ତି ଦର୍ଶାଯାଇଥିଲା।
କାହିଁକି ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ?
ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏହି ମାମlର ଶୁଣାଣି କରି କହିଛନ୍ତି ଯେ, ପୂର୍ବ ନିଷ୍ପତ୍ତିଗୁଡ଼ିକର ପୁନର୍ବିଚାର କରିବା ପାଇଁ ଆବେଦନକାରୀ ଯଥର୍ଥ କାରଣ ଦର୍ଶାଇବାରେ ବିଫଳ ହୋଇଛନ୍ତି। ତେବେ, କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ବିଜ୍ଞାନ ଓ ଚିକିତ୍ସା କ୍ଷେତ୍ରରେ ଅଗ୍ରଗତିକୁ ଆଖିଆଗରେ ରଖି ଭବିଷ୍ୟତରେ ଏହି ପ୍ରସଙ୍ଗର ପୁନଃପରୀକ୍ଷା କରାଯାଇପାରିବ।
ପଢନ୍ତୁ ଏହି ଖବର: ତ୍ରିକୋଣୀୟ ପ୍ରେମରୁ ହତ୍ୟା, ପ୍ରେମିକାର କାର୍ ଚଢାଇ ଯୁବକଙ୍କୁ ହତ୍ୟା କଲା ପ୍ରେମିକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫୋରେନସିକ୍ ଓ ମେଡିକାଲ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇପାରେ ପ୍ୟାନେଲ
କୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର ଆଇନ, ଫୋରେନସିକ୍ ମେଡିସିନ୍, ନ୍ୟୁରୋସାଇନ୍ସ ଏବଂ କ୍ରାଇମିନୋଲୋଜି କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନେଇ ଏକକାଳୀନ ଏକ ପ୍ୟାନେଲ ଗଠନ କରିପାରିବେ। ଏହି ପ୍ୟାନେଲ ଯାଞ୍ଚ କରିବ ଯେ ମୃତ୍ୟୁଦଣ୍ଡର କୌଣସି ବିକଳ୍ପ ପଦ୍ଧତି କଏଦୀଙ୍କ ମାନବୀୟ ସମ୍ମାନ ରକ୍ଷା କରିବା ସହ ଯନ୍ତ୍ରଣାକୁ ହ୍ରାସ କରିପାରିବ କି ନାହିଁ।
ବିଶ୍ୱରେ ମୃତ୍ୟୁଦଣ୍ଡର ସ୍ଥିତି:
ଯୁକ୍ତରାଜ୍ୟ, କାନାଡା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଭଳି ଦେଶମାନଙ୍କରେ ବହୁ ପୂର୍ବରୁ ମୃତ୍ୟୁଦଣ୍ଡ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇସାରିଛି। ଏବେ ମଧ୍ୟ ଭାରତ, ଜାପାନ, ସିଙ୍ଗାପୁର, ପାକିସ୍ତାନ ଓ ବାଂଲାଦେଶ ସମେତ କିଛି ଦେଶରେ ମୃତ୍ୟୁଦଣ୍ଡ ବଳବତ୍ତ ରହିଛି। ସାରା ବିଶ୍ୱରେ ମୋଟ ୧୪୫ଟି ଦେଶ ଆଇନଗତ ଭାବେ ମୃତ୍ୟୁଦଣ୍ଡକୁ ଉଚ୍ଛେଦ କରିଛନ୍ତି କିମ୍ବା ବ୍ୟବହାର କରୁନାହାଁନ୍ତି, ଯେତେବେଳେ କି ପ୍ରାୟ ୫୦ଟି ଦେଶ ଏହାକୁ ଏବେ ବି ବଜାୟ ରଖିଛନ୍ତି।

Related Topics
Explore more stories