ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ୧୨ ଲକ୍ଷର ସେବାନିଧୀ ପ୍ୟାକେଜ

ଅର୍ଗସ ବ୍ୟୁରୋ : ଥମୁନି ଅଗ୍ନିବୀର ଯୋଜନା ବିବାଦ । ରାହୁଲ ଗାନ୍ଧି ଏବଂ ଅଖିଳେଶ ଯାଦବଙ୍କ ସଂସଦରେ ଏନଡିଏ ସରକାରଙ୍କୁ ନେଇ ବିରୋଧ ପରେ ଅଗ୍ନିବୀର ଯୋଜନା ଚର୍ଚ୍ଚାର ବିଷୟ ପାଲଟିଛି । ସେମାନେ ସଂସଦରେ ଦାବି କରିଥିଲେ ଯେ , ଏହି ଅଗ୍ନିବୀର ଯୋଜନା ଦ୍ବାରା ଆଜିର ଯୁବପିଢୀଙ୍କ ଭବିଷ୍ୟତ ନଷ୍ଟ ହେବା ପାଇଁ ଯାଉଛି ।
ବିଶେଷ ଭାବେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ସେମାନଙ୍କ ଗଠବନ୍ଧନ ସହଯୋଗୀ ଦ୍ବାରା ଦାବି କରାଯାଇଛି ଯେ , "ଭାରତୀୟ ସଶସ୍ତ୍ର ବାହିନୀକୁ ଆହୁରି ସୁଦୃଢ କରିବା ପାଇଁ ସବୁଠୁ ପ୍ରଥମେ ରାହୁଲ ଗାନ୍ଧୀଙ୍କ ବାପା ରାଜୀବ ଗାନ୍ଧୀଙ୍କର ପ୍ରଧାନମନ୍ତ୍ରୀ କାଳରେ କରାଯାଇଥିଲା । ଏଥିସହ ପ୍ରତିରକ୍ଷା ବାହିନୀର ଅଧିକାରୀମାନଙ୍କ ପାଇଁ ସର୍ଟ ସର୍ଭିସ କମିଶନର ଆରମ୍ଭ କରାଯାଇଥିଲା ।
କିନ୍ତୁ ଆଶ୍ଚର୍ଯ୍ୟର ବିଷୟ , ଭାରତୀୟ ସେନାରେ ସର୍ଟ ସର୍ଭିସ କମିଶନ ଅଧିକାରୀଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ , ବିଜେପି ସରକାର ଦ୍ବାରା, ୪ ବର୍ଷର ସେବାପରେ ଅଗ୍ନିବୀର କର୍ମଚାରୀଙ୍କୁ ସିଆରପିଏଫ(CRPF)ରେ ସଂରକ୍ଷଣ ଯୋଗାଇ ଦିଆଯାଇଛି । କେବଳ ସେତିକି ନୁହେଁ, ଏଥିସହ ସେମାନଙ୍କୁ ବେତନ ଧନରାଶି, ସେମାନଙ୍କ ସ୍କିଲ ସାର୍ଟିଫିକେଟ ମଧ୍ୟ ଯୋଗାଇ ଦିଆଯାଉଛି । ଯାହା ନାଗରିକଙ୍କ ଆଗାମୀ ଚାକିରୀ ଜୀବନରେ ପରିବର୍ତ୍ତନ ପାଇଁ ନିହାତି ଦରକାର ।
ଉଦାହରଣ ସ୍ବରୂପ, ସେମାନଙ୍କ ସ୍କିଲ ସାର୍ଟିଫିକେଟରେ ଉଲ୍ଲେଖ ରହିଥିବା ସେମାନଙ୍କର ବିଭିନ୍ନ ପ୍ରକାର ଦକ୍ଷତା, ଟେକନିକ, ବିଭିନ୍ନ ବିଷୟରେ ନେଇଥିବା ନେତୃତ୍ବ , ଶୃଙ୍ଖଳା ସେମାନଙ୍କ ଆଗାମୀ ଚାକିରି ଜୀବନରେ ଅତ୍ୟନ୍ତ ମୂଲ୍ୟବାନ ଅଟେ ।
ଅଧିକ ପଢନ୍ତୁ : ଭାରତୀୟ ସଶସ୍ତ୍ରବାହିନୀକୁ ସୁଦୃଢ କରୁଛି ଅଗ୍ନିପଥ
ତେବେ ଯଦି ଦେଖାଯାଏ , ଅଗ୍ନିବୀରଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି । ସେବା ପୁରା କରିବା ପରେ ସେମାନଙ୍କୁ ପାଖାପାଖି ୧୨ ଲକ୍ଷର ସେବାନିଧୀ ପ୍ୟାକେଜ ମିଳିବ । ଯାହା ସେମାନଙ୍କ ନାଗରିକ ଜୀବନରେ ଆର୍ଥିକ ସହାୟତା ପ୍ରଦାନ କରିବ ।
ଦଶମ ଶ୍ରେଣୀ ପରେ ଅଗ୍ନିବୀରରେ ଯୋଗ ଦେଇଥିବା ନାଗରିକଙ୍କୁ ୪ ବର୍ଷର ସେବା ପୁରା କରିବା ପରେ ଦ୍ବାଦଶ ଶ୍ରେଣୀ ସମକକ୍ଷ ପ୍ରମାଣପତ୍ର ମିଳିବ । ଏହି ଉନ୍ନତି ସେମାନଙ୍କୁ ଆଗାମୀ ଆଗାମୀ ଦିନରେ ନିଜ କ୍ୟାରିଅରରେ ବେଶ ସହାୟକ ହେବ । ଏହି ଯୋଜନା ଦ୍ବାରା ବ୍ୟାଙ୍କ ଗ୍ୟାରେଣ୍ଟି ମାଧ୍ୟମରେ ସ୍ବ ରୋଜଗାର ଏବଂ ଉଦ୍ୟୋଗୀ ପାଇଁ ଆର୍ଥିକ ଋଣ ମଧ୍ୟ ପ୍ରଦାନ କରିଥାଏ । ଯାହାଦ୍ବାରା ଅଗ୍ନିବୀରଙ୍କୁ ସେମାନଙ୍କ ଉଦ୍ୟୋଗୀ ମନୋବୃତ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଏଥିସହ ଶାରିରୀକ ପରୀକ୍ଷା ନକରା ଯାଇ ଅଗ୍ନିବୀରଙ୍କୁ ସିଆରପିଏଫରେ ୧୦ ପ୍ରତିଶତ ସଂରକ୍ଷଣର ଲାଭ ମିଳିପାରିବ ।
ତେବେ ଏହାକୁ ନେଇ ଲେଫ୍ଟନାଣ୍ଟ ଜେନେରାଲ ବିନୋଦ ଜୀ ଖଣ୍ଡାରେ କହିଛନ୍ତି ,"ବର୍ତ୍ତମାନର ସରକାର ନୀତି ସଂସ୍କାର ପାଇଁ ଉତ୍ସର୍ଗୀକୃତ, ଏବଂ ଅଗ୍ନିବୀର ସ୍କିମ୍ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଅଭିଜ୍ଞତା ଏବଂ ସମୟ ସହିତ ଆମେ ଏହି କାର୍ଯ୍ୟକ୍ରମକୁ ନିରନ୍ତର ପରିଶୋଧ କରିବାକୁ ଲକ୍ଷ୍ୟ ରଖିଛୁ ।
ସେ ଏହା ମଧ୍ୟ କହିଛନ୍ତି , ଯଦି ସେହି ଅଗ୍ନିବୀରଙ୍କ କାର୍ଯ୍ୟକାଳ ବଢାଇବା ନିହାତି ଦରକାର ପଡେ, ତାହେଲେ ଆବଶ୍ୟକତାକୁ ଦେଖି ଏହାର ବିକଳ୍ପ ପାଇଁ ବ୍ୟବସ୍ଥା କରାଯିବ । ତେଣୁ ଯୋଜନାକୁ ବନ୍ଦ ନକରି ଯୋଜନାରେ କିପରି ପରିବର୍ତ୍ତନ ଆଶିବ ଏବଂ ଏହା କିପରି କାର୍ଯ୍ୟକାରୀ ହେବ ତାହା ଦେଖିବା ନିହାତି ଦରକାର ବୋଲି କହିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ।
ପ୍ରକୃତରେ ଭାରତୀୟ ସଶସ୍ତ୍ର ବାହିନୀ ଏକ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଯାହାଦ୍ବାରା ଅଗ୍ନିଶମ ବାହିନୀ ସାମରିକ ସେବାରୁ ସାଧାରଣ ନାଗରିକ ଜୀବନକୁ ନିରାପଦରେ ପରିବର୍ତ୍ତନ କରିବେ । ଏଥିସହ ଏହି ଯୋଜନା ଦ୍ବାରା ଯୁବକମାନଙ୍କୁ ବିଭିନ୍ନ କୌଶଳ ଏବଂ ନେତୃତ୍ୱ ଦକ୍ଷତା ସହିତ ସଜାଇ ସେମାନଙ୍କୁ ସଶକ୍ତ କରିଥାଏ ଯାହା ସେମାନଙ୍କ ଆଗାମୀ ଚାକିରୀ ଜୀବନରେ ଖୁବ ସହାୟକ ହୋଇଥାଏ ।