Videos
|
National

ଘଣ୍ଟାପ୍ରତି ୧୨୦ କିମି, ସବୁଠୁ ଜୋରରେ ଦୌଡେ ଏହି ଜୀବ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଘଣ୍ଟାପ୍ରତି ୧୨୦ କିମି,  ସବୁଠୁ ଜୋରରେ ଦୌଡେ ଏହି ଜୀବ

ଅର୍ଗସ ବ୍ୟୁରୋ : ପୃଥିବୀରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ରହିଥାନ୍ତି । ସେମାନଙ୍କ ଭିତରେ କିଏ ଅଧିକ ବର୍ଷ ଯାଏଁ ବଞ୍ଚିକି ରୁହନ୍ତି ତ କିଏ ଅଧିକ ଖୁବ କମ ଦିନରେ ମରିଯାଆନ୍ତି । ସେହିପରି କିଏ ଖୁବ ଦ୍ରୁତ ବେଗରେ ଦୌଡିଥାନ୍ତି, ତ କିଏ ଖୁବ ଧିର ବେଗରେ ଚାଲିଥାନ୍ତି । ତେବେ ଏପରି କିଛି ଜୀବ ଅଛନ୍ତି ଯିଏ ଯେକୌଣସି ବାଇକ ଏବଂ କାର ଠାରୁ ଅଧିକ ଦ୍ରୁତ ବେଗରେ ଦୌଡିଥାନ୍ତି । ଚିତା ୧୨୦ କିମି ପ୍ରତି ଘଣ୍ଟା ବେଗରେ ଦୌଡିଥାଏ । ଲମ୍ବା ଗୋଡ ଏବଂ ବିରାଟ ଶରୀର ତାଙ୍କୁ ଶିକାର ଧରିବା ପାଇଁ ସାହାଯ୍ୟ କରିଥାଏ । 

ପ୍ରଙ୍ଗହର୍ଣ୍ଣ ପୃଥିବୀରେ ସବୁଠାରୁ ଦ୍ରୁତହତିରେ ଦୌଡୁଥିବା ଜୀବ ଭାବରେ ଦ୍ବିତୀୟ ସ୍ଥାନରେ ରହିଥାଏ । ଯାହାର ପାଖାପାଖି ଘଣ୍ଟାପ୍ରତି ବେଗ ୯୮ କିମି । ସେହିପରି ଦକ୍ଷିଣ ଆଫ୍ରିକାର ଏକ ହରିଣ ଯାହାର ନାଁ ହେଉଛି ସ୍ପ୍ରିଙ୍ଗବୋକ । ସିଏ ଘଣ୍ଟାପ୍ରତି ୮୮ କିଲୋମିଟର ।

ଅଧିକ ପଢନ୍ତୁ :  ଦୁନିଆର ଏକମାତ୍ର ସାପ ଯିଏ ରଙ୍ଗ ବଦଳାଏ

କ୍ବାର୍ଟର ହର୍ସ । ଏହି ଘୋଡା ମଧ୍ୟ ଘଣ୍ଟାପ୍ରତି ୮୮ କିମି ଦୌଡିଥାଏ । ସିଂହ ଘଣ୍ଟାପ୍ରତି ୮୦ କିଲୋମିଟର ବେଗରେ ଦୌଡିଥାଏ । ଦୌଡିବାରେ ବେଶ ସିଦ୍ଧହସ୍ତ କଳା ହରିଣ । ଯାହାର ଘଣ୍ଟାପ୍ରତି ଦୌଡିବାର ବେଗ ମଧ୍ୟ ୮୦ କିଲୋମିଟର ଅଟେ । ଠେକୁଆ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ଦୌଡିଥାଏ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: