Videos
|
National

ପୁଣି ଥରେ ବଡ଼ ଅପରେସନ୍, ଜବତ ହେଲା ୮୬ କିଲୋଗ୍ରାମ ଡ୍ରଗ୍ସ

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ଥରେ ବଡ଼ ଅପରେସନ୍, ଜବତ ହେଲା ୮୬ କିଲୋଗ୍ରାମ ଡ୍ରଗ୍ସ

ଅର୍ଗସ ବ୍ୟୁରୋ : ପୁଣି ଥରେ ଗୁଜରାଟ ଏଟିଏସ୍ ଏବଂ ଏନସିବିର ବଡ ଅପରେସନ୍ । ଗୁଜରାଟ ତଟରୁ  ଜବତ ହେଲା ୮୬ କିଲୋଗ୍ରାମ ଡ୍ରଗ୍ସ । ଏହି ଘଟଣାରେ ୧୪ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାବା ସହ ଏହି ଡ୍ରଗ୍ସର ମୂଲ୍ୟ ପାଖାପାଖି ୬୦୨ କୋଟି ବୋଲି ଅନୁମାନ କରାଯାଉଛି । 

ଅପରେସନ୍ ସମୟରେ ଗିରଫଦାରୀରୁ ବଞ୍ଚିବା ପାଇଁ ପାକିସ୍ତାନୀ ନାଗରିକମାନେ ଏଟିଏସ୍ ଅଧିକାରୀଙ୍କ ଉପରେ ନିଜର ଡଙ୍ଗାକୁ ଚଢାଇ ମାରିବାକୁ ଉଦ୍ୟମ କରିଥିଲେ । ତେଣୁ ସେମାନଙ୍କୁ ଜବାବ୍ ଦେବାକୁ ପୋଲିସ୍ ଫାୟାରିଂ କରିଥିଲା । ଏହାପରେ ସନ୍ଦିଗ୍ଧମାନେ ପୋଲିସ ହାତରେ ଧରାପଡିଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୁରକ୍ଷା ଏଜେନ୍ସିମାନେ ଦୁଇ ଦିନ ଧରି ଅନ୍ତରାଷ୍ଟ୍ରୀୟ ସୀମାରେ ଏହି ଅଭିଯାନ ଚଳାଇଥିଲେ, ଆଉ ଶେଷରେ ସେମାନଙ୍କୁ ସଫଳତା ମିଳିଛି । ଇଣ୍ଡିଆନ୍ କୋଷ୍ଟ ଗାର୍ଡ ବିଶେଷ ସୂତ୍ରରୁ ଏନେଇ ସୂଚନା ପାଇଥିଲା, ଏହାପରେ ଏହାକୁ ରୋକିବାକୁ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲା । ଏହାପରେ ୧୪ ପାକିସ୍ତାନୀ ନାଗରିକଙ୍କ ସହିତ ୬୦୨ କୋଟି ଟଙ୍କାର ଡ୍ରଗ୍ସ ଜବତ ହେଇଛି ।
 

Drugs Worth ₹ 600 Crore, 14 Pakistanis Caught In Massive Op On The Sea | Argus News