Videos
|
National

Accident News / କପଡ଼ା ଆଣିବାକୁ ଯାଇଥିଲେ ୧୪ ବର୍ଷୀୟା ଛାତ୍ରୀ... ଖସିପଡ଼ିଲେ ୧୨ ମହଲାରୁ

Rashmita Mishra
Browse all articles by Rashmita Mishra
·1 hour ago·2 min read
କପଡ଼ା ଆଣିବାକୁ ଯାଇଥିଲେ ୧୪ ବର୍ଷୀୟା ଛାତ୍ରୀ... ଖସିପଡ଼ିଲେ ୧୨ ମହଲାରୁ
Student Accident

Key Points

୧୨ ମହଲାରୁ ଖସିଲେ ୯ମ ଶ୍ରେଣୀ ଛାତ୍ରୀ ମୃତ ।
କପଡ଼ା ଆଣିବାକୁ ଯାଇ ଚାଲିଗଲା ପ୍ରାଚୀଙ୍କ ଜୀବନ ।
ସ୍ୱର୍ଣ୍ଣ ପଦକ ବିଜେତା ଛାତ୍ରୀଙ୍କ ମର୍ମନ୍ତୁଦ ମୃତ୍ୟୁ ।
ବାଲକନିରୁ ଖସିଗଲେ ୧୪ ବର୍ଷୀୟା ପ୍ରାଚୀ । 

ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି ଏକ ଦୁଃଖଦ ଘଟଣା, ୧୨ତମ ମହଲାରୁ ଖସିପଡ଼ି ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ରାତିରେ ରାଜନଗର ଏକ୍ସଟେନ୍ସନ୍‌ର ରାଜନଗର ରେସିଡେନ୍ସି ସୋସାଇଟିର ଟାୱାର-Gରେ ଏହି ଘଟଣା ଘଟିଛି । ମୃତ ଛାତ୍ରୀଙ୍କ ନାମ ପ୍ରାଚୀ ଏବଂ ତାଙ୍କ ବୟସ ୧୪ ବର୍ଷ ବୋଲି ଜଣାପଡ଼ିଛି । ସେ ସଞ୍ଜୟ ନଗରସ୍ଥିତ ଦେହରାଦୁନ ପବ୍ଲିକ୍ ସ୍କୁଲର ୯ମ ଶ୍ରେଣୀର ଛାତ୍ରୀ ଥିଲେ ।

କପଡ଼ା ଆଣିବାକୁ ଯାଇଥିବା ବେଳେ ଘଟିଲା ଅଘଟଣ
ସୂଚନା ଅନୁସାରେ, ଶୁକ୍ରବାର ରାତିରେ ପ୍ରାଚୀ ବାଲକନିରେ ଶୁଖାଇବା ପାଇଁ ଦିଆଯାଇଥିବା କପଡ଼ା ଆଣିବାକୁ ଯାଇଥିଲେ । ଏହି ସମୟରେ କୌଣସି କାରଣରୁ ସେ ୧୨ତମ ମହଲାର ବାଲକନିରୁ ତଳକୁ ଖସିପଡ଼ିଥିଲେ । ଘଟଣାର ଶବ୍ଦ ଶୁଣି ସୋସାଇଟିର ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାଚୀଙ୍କୁ ତୁରନ୍ତ ନିକଟସ୍ଥ ଯଶୋଦା ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏପର୍ଯ୍ୟନ୍ତ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସ ସୋସାଇଟିର CCTV ଫୁଟେଜ୍ ଯାଞ୍ଚ କରୁଛି ।

ନନ୍ଦଗ୍ରାମ ଥାନାର ପୋଲିସ ଅଧିକାରୀ ଜିଆଉଦ୍ଦିନ ଅହମ୍ମଦଙ୍କ ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା । ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜ ହେପାଜତକୁ ନେଇଥିଲା । ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରି ତଥ୍ୟ ସଂଗ୍ରହ କରାଯାଉଛି ଏବଂ ଆଇନଗତ ପ୍ରକ୍ରିୟା ଜାରି ରହିଛି ।

ଏଥି ସହ ପଢନ୍ତୁ: ୫ ଘଣ୍ଟା ଛଟପଟ ଦୁଷ୍କର୍ମ ପୀଡ଼ିତା, ଚାଲିଗଲା ଜୀବନ; ସୁପ୍ରିମକୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ

ରୋପ୍ ସ୍କିପିଂରେ ଜିତିଥିଲେ ୨ ସ୍ୱର୍ଣ୍ଣ ପଦକ
ପ୍ରାଚୀ ଜଣେ ମେଧାବୀ ଛାତ୍ରୀ ହେବା ସହ ରୋପ୍ ସ୍କିପିଂରେ ମଧ୍ୟ ଭଲ ପ୍ରଦର୍ଶନ କରୁଥିଲେ । ନିକଟରେ ଶିରଡିରେ ଆୟୋଜିତ CBSE ରୋପ୍ ସ୍କିପିଂ ନ୍ୟାସନାଲ୍ ଚାମ୍ପିଅନ୍‌ଶିପ୍‌ରେ ସେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ମହାରାଷ୍ଟ୍ରରୁ ଫେରିଥିଲେ । ସେ ଡବଲ୍ ଡଚ୍ ପେୟାର୍ ଫ୍ରିଷ୍ଟାଇଲ୍’ ଏବଂ ‘ଡବଲ୍ ଡଚ୍ ସିଙ୍ଗଲ୍ ଫ୍ରିଷ୍ଟାଇଲ୍’ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ତାଙ୍କ ସଫଳତା ପରେ ପରିବାରରେ ଖୁସିର ମାହୋଲ ଥିଲା । ହେଲେ ଏହି ଅଘଟଣ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ପ୍ରାଚୀଙ୍କ ବାପା ସୁରେଶ ଚନ୍ଦ ଜଣେ ବହୁରାଷ୍ଟ୍ରୀୟ କମ୍ପାନୀରେ ସଫ୍ଟୱେର୍ ଇଞ୍ଜିନିୟର୍ ଭାବେ କାମ କରନ୍ତି । ଘଟଣା ସମୟରେ ତାଙ୍କ ବାପା-ମାଆ, ସାନ ଭଉଣୀ ଏବଂ ଜେଜେବାପା-ଜେଜେମାଆ ଘରେ ଉପସ୍ଥିତ ଥିବା ଜଣାପଡ଼ିଛି । ପୁଲିସ ଘଟଣାର ସମସ୍ତ ଦିଗ ଯାଞ୍ଚ କରି ଆଗକୁ ଆଇନଗତ ପଦକ୍ଷେପ ନେଉଛି । 













Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: