Videos
|
National

Supreme Court / ୫ ଘଣ୍ଟା ଛଟପଟ ଦୁଷ୍କର୍ମ ପୀଡ଼ିତା, ଚାଲିଗଲା ଜୀବନ; ସୁପ୍ରିମକୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୫ ଘଣ୍ଟା ଛଟପଟ ଦୁଷ୍କର୍ମ ପୀଡ଼ିତା, ଚାଲିଗଲା ଜୀବନ; ସୁପ୍ରିମକୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ
Minor Dies as Hospitals Deny Care, SC Takes Strict Action

Key Points

ଚିକିତ୍ସା କଲେନି ଦୁଇ ଦୁଇଟି ଘରୋଇ ହସ୍ପିଟାଲ୍ । ଶେଷରେ ୫ ଘଣ୍ଟା ଧରି ଛଟପଟ ହେବା ପରେ ଚାଲିଗଲା ପୀଡ଼ିତାଙ୍କ ଜୀବନ । ଏଥିପାଇଁ ସୁପ୍ରିମକୋର୍ଟ ମେଡିକାଲ୍‌କୁ ଦାୟୀ କରିବା ସହ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ନୂଆଦିଲ୍ଲୀ: ବଞ୍ଚି ଯାଇଥାନ୍ତେ ଦୁଷ୍କର୍ମ ପୀଡ଼ିତା । ଚିକିତ୍ସା କଲେନି ଦୁଇ ଦୁଇଟି ଘରୋଇ ହସ୍ପିଟାଲ୍ । ଶେଷରେ ୫ ଘଣ୍ଟା ଧରି ଛଟପଟ ହେବା ପରେ ଚାଲିଗଲା ପୀଡ଼ିତାଙ୍କ ଜୀବନ । ଗାଜିଆବାଦ ଦୁଷ୍କର୍ମ ପୀଡ଼ିତା ନାବାଳିକା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଘରୋଇ ହସ୍ପିଟାଲ୍ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଦୁଷ୍କର୍ମ ପୀଡ଼ିତାଙ୍କ ଚିକିତ୍ସା ଲାଗି ମନା କରି ଦେଇଥିବା ଦୁଇ ଘରୋଇ ହସ୍ପିଟାଲକୁ କୋର୍ଟ ଜରିମାନା କରିଛନ୍ତି । କ୍ଷତିପୂରଣ ବାବଦକୁ ୧୨ ଲକ୍ଷ ଟଙ୍କା ଦେବାକୁ ସମ୍ପୃକ୍ତ ଦୁଇ ଘରୋଇ ହସ୍ପିଟାଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଏଥିସହ ପଢ଼ନ୍ତୁ: ରାତି ଗୋଟାଏରେ ସହାୟତା ପାଇଁ ଋଷଭଙ୍କ ଟ୍ଵିଟ୍; ଏମିତି ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ଧାମି 

ଘରୋଇ ହସ୍ପିଟାଲ୍ ଦୁଷ୍କର୍ମ ପୀଡ଼ିତାଙ୍କ ଚିକିତ୍ସା କରିବାକୁ ମନା କରି ଦେଇଥିଲେ । ଫଳରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ଏଥିପାଇଁ ସୁପ୍ରିମକୋର୍ଟ ମେଡିକାଲ୍‌କୁ ଦାୟୀ କରିଛନ୍ତି ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ଓ ଜଷ୍ଟିସ୍ ବି. ମୋହନଙ୍କ ଖଣ୍ଡପୀଠ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି, ଆଇନଗତ ସୁରକ୍ଷା ଉପାୟ ଓ ଗ୍ରାଉଣ୍ଡରେ ତାର ପ୍ରତିଫଳନରେ ଅଭାବ ରହିଛି । ଗମ୍ଭୀର ଅପରାଧରେ ପୀଡ଼ିତଙ୍କ ମାମଲା ସମ୍ଭାଳିବା ଲାଗି ହସ୍ପିଟାଲ୍ ପାଇଁ ବ୍ୟାପକ ନିର୍ଦ୍ଦେଶନାମା ଜାରି କରାଯିବ । ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ । ମାମଲାରେ କୋର୍ଟ ଗଠିତ ଏସ୍‌ଆଇଟିର ରିପୋର୍ଟ ଆଧାରରେ ବିଚାର ପରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହସ୍ପିଟାଲ୍‌କୁ ୪ ସପ୍ତାହ ମହଲତ

SIT ରିପୋର୍ଟେ କୁହାଯାଇଛି, ପୀଡ଼ିତା ଆଘାତ ପରେ ପ୍ରାୟ ୫ ଘଣ୍ଟା ଜୀବିତ ଥିଲେ । ସେହି ସମୟରେ ଚିକିତ୍ସା ମିଳିଲା ନାହିଁ । ଏଥିପାଇଁ କୋର୍ଟ ସେଣ୍ଟ ଜୋସେଫ୍ (ମରିୟମ୍) ହସ୍ପିଟାଲ୍‌କୁ ୧୦ ଲକ୍ଷ ଟଙ୍କା ଓ ଖଜା ସିଂହ ମନଭୀ ହେଲ୍‌ଥ କେୟାର୍ ସେଣ୍ଟରକୁ ୨ ଲକ୍ଷ ଟଙ୍କା ନାବାଳିକାଙ୍କ ପିତାଙ୍କୁ ଦେବାକୁ ନର୍ଦ୍ଦେଶ ଦେଇଛନ୍ତି ।

ଉଭୟ ଘରୋଇ ହସ୍ପିଟାଲ୍ କ୍ଷତିପୂରଣ ରାଶି ୪ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶନାମା ଦେଇଛନ୍ତି ସୁପ୍ରିମକୋର୍ଟ । କ୍ଷତିପୂରଣ ରାଶି ପ୍ରଦାନ ପାଇଁ ୨ ହସ୍ପିଟାଲକୁ କୋର୍ଟ ୪ ସପ୍ତାହର ସମୟ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ଆସିଲା ସରକାରଙ୍କ ବୟାନ; ₹2000 UPI ପେମେଣ୍ଟରେ ଏମାନଙ୍କୁ ଦେବାକୁ ପଡ଼ିବ ଚାର୍ଜ 

୨୦୨୬ ମାର୍ଚ୍ଚ ୧୬ ତାରିଖରେ ୪ ବର୍ଷର ବାଳିକାକୁ ଅତି ବର୍ବର ଭାବେ ଦୁଷ୍କର୍ମ କରାଯାଇଥିଲା । ଅଭିଯୋଗ ଅନୁସାରେ, ପଡ଼ୋଶୀ ଯୁବକ ନାବାଳିକାଙ୍କୁ ପ୍ରଲୋଭିତ କରି ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ । ପରିବାର ଲୋକେ ଝିଅକୁ ଅଚେତ ଓ କ୍ଷତାକ୍ତ ଅବସ୍ଥାରେ ପାଇଥିଲେ । ଘରୋଇ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ନେଇଥିବା ବେଳେ ମନା କରି ଦେଇଥିଲେ ହସ୍ପିଟାଲ୍ । ଯାହାପରେ ପରିବାର ଲୋକେ ସରକାରୀ ହସ୍ପିଟାଲ୍‌କୁ ନାବାଳିକାଙ୍କୁ ନେଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: