Videos
|
National

ଓଡ଼ିଶା ଫେରିଲେ ପଶ୍ଚିମବଙ୍ଗରେ ଅଟକ ଥିବା ୧୫୫ ଜଣ ଓଡ଼ିଆ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଓଡ଼ିଶା ଫେରିଲେ ପଶ୍ଚିମବଙ୍ଗରେ ଅଟକ ଥିବା ୧୫୫ ଜଣ ଓଡ଼ିଆ

ଅର୍ଗସ ବ୍ୟୁରୋ : ଓଡ଼ିଶା ଫେରିଲେ ପଶ୍ଚିମବଙ୍ଗରେ ଅଟକ ୧୫୫ ଓଡ଼ିଆ । ଓଡ଼ିଶାର ପଶ୍ଚିମବଙ୍ଗ ମେଦନାପୁର ପଞ୍ଚୁଖଡିକା ଅଞ୍ଚଳରେ ଜୈନିକ କବିରାଜଙ୍କ ପାଖକୁ ଯାଇଥିଲେ ୧୫୫ ରୁ ଅଧିକ ଲୋକେ । ଓଡ଼ିଶାର ଲୋକ ଜାଣିପାରି ସେଠାକାର ଲୋକେ ମାରଣାସ୍ତ୍ର ଧରି ସେମାନଙ୍କୁ ଅଟକ ରଖିଥିଲେ । ଏ ବାବଦରେ ଅଟକ ଥିବା ଲୋକେ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେବାପରେ ତତ୍ପର ପ୍ରକାଶ କରିଥିଲେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ରେମୁଣା ବିଧାୟକ ଏବଂ ବାଲେଶ୍ବର ଜିଲ୍ଲା ପ୍ରଶାସନ।

ଅଧିକ ପଢନ୍ତୁ : 'ପରିଚୟ ପତ୍ର ନଥିଲେ ଅନୁପ୍ରବେଶକାରୀଙ୍କୁ ଭାରତରୁ କରାଯିବ ବିଦା'

ଦୁଇଟି ବସ୍‌, ତିନିଟି ବୋଲେରୋ  ଓ ଗୋଟିଏ କାର୍‌ରେ ନୀଳଗିରି, ମିତ୍ରପୁର, କଲ୍ୟାଣି ଏବଂ ମୟୁରଭଞ୍ଜ ବିଷୋୟୀ ଅଂଚଳର ଲୋକେ ଚିକିତ୍ସା ପାଇଁ ଯାଇଥିଲେ । ଓଡିଶା ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଜଣାଇବା ପରେ ସେମାନଙ୍କୁ ସେଠାରୁ ପଶ୍ଚିମବଙ୍ଗ ପୋଲିସ ଦ୍ବାରା ଉଦ୍ଧାର କରାଯାଇ ରାତି ପ୍ରାୟ ଗୋଟାଏ ସମୟରେ ଓଡ଼ିଶା ସୀମା ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଆଣି ପହଞ୍ଚାଇଥିଲେ । ପରେ ଜଳେଶ୍ବର ପୋଲିସ ତାଙ୍କୁ ପାଣି, ଖାଇବା ଦେବା ସହ ଓଡ଼ିଶାକୁ ଆଣିଥିଲେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
155 Odia people detained in West Bengal returned to Odisha | Argus News