1700 Indian Deportation / ଆମେରିକାରୁ ୧୭୦୦ ଭାରତୀୟ ନିର୍ବାସିତ, ବୈଦେଶିକ ମନ୍ତ୍ରଣାଳୟ ଦେଲା ତଥ୍ୟ
·44 mins ago·2 min read

Key Points
ଚଳିତ ବର୍ଷ ଆରମ୍ଭରୁ ଏଯାଏଁ ୧୭୦୦ ଭାରତୀୟ ନାଗରିକଙ୍କୁ ଆମେରିକାରୁ ନିର୍ବାସିତ କରାଯାଇଛି। ବୁଧବାର ବୈଦେଶିକ ମନ୍ତ୍ରଣାଳୟ ଏହି ତଥ୍ୟ ଦେଇଛି। ମନ୍ତ୍ରଣାଳୟ ଅନୁସାରେ, ନିର୍ବାସିତ ବ୍ୟକ୍ତିଙ୍କ ନାଗରିକତା ଯାଞ୍ଚ ପରେ ହିଁ ସେମାନଙ୍କୁ ଭାରତ ଫେରାଇ ଅଣାଯାଏ। ଭାରତ ଅବୈଧ ପ୍ରବାସକୁ ବିରୋଧ କରିବା ସହ ଆମେରିକା ସହ ସହଯୋଗ ଜାରି ରଖିଛି।
ଦିଲ୍ଲୀ: ଅବୈଧ ଭାବରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରବେଶ କରୁଥିବା ଭାରତୀୟଙ୍କୁ ନିର୍ବାସିତ କରିବା ପ୍ରକ୍ରିୟା ଜାରି ରହିଛି। ହେଲେ ଚଳିତ ଆରମ୍ଭରୁ କେତେ ଜଣ ଭାରତୀୟଙ୍କୁ ଆମେରିକାରୁ ନିର୍ବାସିତ କରାଯାଇଛି, ବୁଧବାର (୨୫ ନଭେମ୍ବର) ସେ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଛି ବୈଦେଶିକ ମନ୍ତ୍ରଣାଳୟ। ଏନେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ପ୍ରାରମ୍ଭରୁ ମୋଟ ୧୭୦୦ ଭାରତୀୟ ନାଗରିକଙ୍କୁ ଆମେରିକାରୁ ନିର୍ବାସିତ କରାଯାଇଛି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୟସୱାଲ କହିଛନ୍ତି ଯେ ଭାରତ ପ୍ରଥମେ ବିଦେଶୀ ରାଷ୍ଟ୍ରରୁ ନିର୍ବାସିତ ହୋଇଥିବା ଲୋକଙ୍କ ନାଗରିକତା ଯାଞ୍ଚ କରିଥାଏ। ବୁଧବାର ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ, ସେ କହିଛନ୍ତି ଯେ ଭାରତ ପ୍ରବାସ ଏବଂ ଗତିଶୀଳତା ପ୍ରସଙ୍ଗରେ ଆମେରିକା ସହିତ ସହଯୋଗ କରିଥାଏ। ହେଲେ ଅବୈଧ ପ୍ରବାସକୁ ଦୃଢ଼ ଭାବରେ ବିରୋଧ କରେ।
ଏହା ସହ ପଢନ୍ତୁ: ବିଦେଶୀ ସଂକଟରେ ପ୍ରାଣ ହରାଇଲେଣି କେତେ ଭାରତୀୟ? ସାମ୍ନାକୁ ଆସିଲା ହତାହତ ରିପୋର୍ଟ
ମୁଖପାତ୍ର ରଣଧିର ଜୟସୱାଲ ଆହୁରି କହିଛନ୍ତି, "ମୁଁ ପୂର୍ବରୁ କହିଛି ଯେ ପ୍ରବାସ ଏବଂ ଗତିଶୀଳତା ପ୍ରସଙ୍ଗରେ ଆମେରିକା ସହିତ ଆମର ସହଯୋଗ ଜାରି ରହିଛି। ଭାରତ ସମ୍ପୂର୍ଣ୍ଣ ଭାବରେ ଅବୈଧ ପ୍ରବାସ ବିରୋଧରେ ରହିଛି। ଆମେ ନିର୍ବାସନ ପ୍ରସଙ୍ଗରେ ମଧ୍ୟ ଆମେରିକା ସହିତ ସହଯୋଗ କରୁ। ଯେତେବେଳେ ଆମେ ଜଣେ ବ୍ୟକ୍ତିଙ୍କୁ ନିର୍ବାସିତ କରିବା ବିଷୟରେ ସୂଚନା ପାଇଥାଉ, ସେତେବେଳେ ଆମେ ସେମାନଙ୍କର ନାଗରିକତା ଯାଞ୍ଚ କରିଥାଉ। ଏହା ପରେ ଯାଇ ଆମେ ସେମାନଙ୍କୁ ସ୍ୱଦେଶ ଫେରାଇ ନେବାକୁ ରାଜି ହୋଇଥାଉ। ଚଳିତ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ପ୍ରାୟ ୧୭୦୦ ଭାରତୀୟ ନାଗରିକଙ୍କୁ ଆମେରିକାରୁ ନିର୍ବାସିତ କରାଯାଇଛି।
ଏହି ସଂଖ୍ୟା ଗତ ଜୁଲାଇ ମାସରେ ସେୟାର କରାଯାଇଥିବା ସଂଖ୍ୟା ଅପେକ୍ଷା ଅଧିକ। ଗତ ଜୁଲାଇରେ ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ ଚଳିତ ବର୍ଷ ଜାନୁଆରୀ ପହିଲାରୁ ଗତ ୩୧ ଜୁଲାଇ ମଧ୍ୟରେ ୧୨୭୩ ଭାରତୀୟ ନାଗରିକଙ୍କୁ ଆମେରିକାରୁ ନିର୍ବାସିତ କରାଯାଇଥିଲା। ସେହି ସମୟରେ ମୁଖ୍ୟପାତ୍ର ରଣଧିର ଜୟସୱାଲ କହିଥିଲେ, "ଆମେ ନିର୍ବାସନ ପ୍ରସଙ୍ଗରେ ଅନେକ ବିଦେଶୀ ସରକାରଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁ। ଆମେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଗରିକତା ନିଶ୍ଚିତ କରିବା ପାଇଁ ଆମେ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥାଉ।" ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ସରକାର ସମ୍ପୃକ୍ତ ବ୍ୟକ୍ତିଙ୍କ ନାଗରିକତାରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହେବା ପରେ ଯାଇ ସେମାନଙ୍କ ସ୍ୱଦେଶ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଏ। ଗତ ଜୁଲାଇରେ ହୋଇଥିବା ମିଡ଼ିଆ ବ୍ରିଫିଂ ସମୟରେ ଗତ ବର୍ଷର ସଂଖ୍ୟା ପ୍ରସ୍ତୁତ କରି ଜୟସୱାଲ କହିଥିଲେ ଯେ, ଗତ ୨୦୨୫ ରେ ମୋଟ ୩୫୬୭ ଭାରତୀୟ ନାଗରିକଙ୍କୁ ଆମେରିକାରୁ ନିର୍ବାସିତ କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: