Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜକୋଟର ଗେମିଂ ଜୋନରେ ଅଗ୍ନିକାଣ୍ଡ, ଚାଲିଗଲା ୨୦ ଜୀବନ

National

ରାଜକୋଟର ଗେମିଂ ଜୋନରେ ଅଗ୍ନିକାଣ୍ଡ, ଚାଲିଗଲା ୨୦ ଜୀବନ

Jitendra Dash
Browse all articles by Jitendra Dash
·1 year ago·1 min read
ରାଜକୋଟର ଗେମିଂ ଜୋନରେ ଅଗ୍ନିକାଣ୍ଡ, ଚାଲିଗଲା ୨୦ ଜୀବନ

ଅର୍ଗସ ବ୍ୟୁରୋ : ଗୁଜରାଟ ରାଜକୋଟରେ ହୃଦୟ ବିଦାରକ ଦୁର୍ଘଟଣା । ଗେମିଂ ଜୋନରେ ଭୟଙ୍କର ନିଆଁ ଲାଗି ୨୦ ଜଣ ଜଳିଯାଇଛନ୍ତି । ଏଯାଏଁ ୨୦ ଜଣଙ୍କ ଶବ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ୧୨ ଜଣ ଶିଶୁ ଥିବା ସୂଚନା ମିଳିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ରାଜକୋଟର TRP ଗେମିଂ ଜୋନ୍‌ରେ ଆଜି ସଂଧ୍ୟା ସମୟରେ ନିଆଁ ଲାଗି ଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ରେସକ୍ୟୁ ଟିମ୍‌ ପାଇଁ ରେସକ୍ୟୁ ଚ୍ୟାଲେଞ୍ଜିଂ ଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଛଳରେ ଶୋକର ଛାୟା ଖେଳି ଯାଇଛି ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅନ୍ୟପଟେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ଲେଖିଛନ୍ତି, ତୁରନ୍ତ ସେ ନଗର ନିଗମ ଓ ପ୍ରଶାସନକୁ ଉଦ୍ଧାର କାମ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆହତମାନଙ୍କର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଘଟଣାରେ ଗେମିଂ ଜୋନ୍ ମାଲିକ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ତଦନ୍ତ କରାଯାଇ ଏଭଳି ଘଟଣା ପାଇଁ ଦାୟୀ ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Sponsored
20 Dead In Massive Fire At Gaming Zone In Gujarat's Rajkot, Rescue Ops On | Argus News