Videos
|
National

ସଇତାନ ପ୍ରେମିକ, ପ୍ରେମିକାକୁ କଲା ହତ୍ୟା

Jitendra Dash
Browse all articles by Jitendra Dash
·2 years ago·1 min read
ସଇତାନ ପ୍ରେମିକ, ପ୍ରେମିକାକୁ କଲା ହତ୍ୟା

ଅର୍ଗସ ବ୍ୟୁରୋ : ପ୍ରେମ ପାଇଁ ପୁଣି ମହାଭାରତ । ପ୍ରେମିକାକୁ ନ ପାଇ କଲା ହତ୍ୟା । ଆଉ ଏଭଳି କାଣ୍ଡ ରଚିଲା ଖୋଦ ପ୍ରେମିକ । ଏଭଳି ଘଟଣା ଦେଖିବାକୁ ମିଳିଛି  କର୍ଣ୍ଣାଟକାର ହୁବଲୀ ଅଞ୍ଚଳରେ । ପ୍ରେମିକର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରି ରାଗରେ ପ୍ରମିକାକୁ ଛୁରୀ ଭୁସି ହତ୍ୟା କଲା ପ୍ରେମିକ । ମୃତ ଯୁବତୀଙ୍କ ନାଁ ଅଞ୍ଜଳି ଅମ୍ବିଗେରା । ତାଙ୍କୁ ୨୦ ବର୍ଷ ହୋଇଥିଲା । ସେ ହୁବଲୀର ବୀରାପୁର ଓନି ଗାଁର ବାସିନ୍ଦା ଥିଲେ । ଅଭିଯୁକ୍ତଙ୍କ ପ୍ରମିକଙ୍କ ନାଁ ବିଶ୍ୱ ଓରଫ ଗିରିଶ । 

ଅଧିକ ପଢନ୍ତୁ ଭାରତ ଖବର

ଆଜି ଅଞ୍ଜଳି ଘରେ ଶୋଇଥିବା ବେଳେ ପ୍ରମିକ ବିଶ୍ୱ ତାଙ୍କ ଘରେ ପଶି ତାଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପ୍ରେମ ନିବେଦନ କରି ବିଫଳ ହେବାରୁ ବିଶ୍ୱ ଏପରି ଏକ କାଣ୍ଡ ଘଟାଇଥିବା କୁହାଯାଉଛି । ତେବେ ସ୍ଥାନୀୟ ପୋଲିସ୍ ଅଧିକାରୀ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ହତ୍ୟା ପଛର କାରଣ ସ୍ପଷ୍ଟ ହେବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
20-year-old stabbed to death in Karnataka over 'love affair', accused on the run | Argus News