Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୨୧ ପୋଲିସ କର୍ମୀଙ୍କ ସମେତ ହୋମ ଗାର୍ଡ କର୍ମଚାରୀ ଆହତ

National

୨୧ ପୋଲିସ କର୍ମୀଙ୍କ ସମେତ ହୋମ ଗାର୍ଡ କର୍ମଚାରୀ ଆହତ

Jitendra Dash
Browse all articles by Jitendra Dash
·2 years ago·1 min read
୨୧ ପୋଲିସ କର୍ମୀଙ୍କ ସମେତ ହୋମ ଗାର୍ଡ କର୍ମଚାରୀ ଆହତ

ଅର୍ଗସ ବ୍ୟୁରୋ : ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଓଲଟିଲା ବସ୍ । ଏଥିରେ ୨୧ ପୋଲିସ କର୍ମୀଙ୍କ ସମେତ ହୋମ ଗାର୍ଡ କର୍ମଚାରୀ ଆହତ ହୋଇଛନ୍ତି । ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ଏସଡିଓପି ଶାଲିନୀ ପରସ୍ତେ ଏହି ସୂଚନା ଦେଇଛନ୍ତି । ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିଲା । ନିର୍ବାଚନ ଡ୍ୟୁଟି ସାରି ଯବାନମାନେ ଫେରୁଥିଲେ।  

ଏହି ସମୟରେ ଭୋପାଳ-ବୈତୁଲ ଜାତୀୟ ରାଜପଥର ବରୋଥା ଘାଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍ ସହ ଧକ୍କା ହୋଇଯିବା ଭୟରେ ବସ୍‌ଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଏସ୍‌ଡିପିଓ ଶାଲିନୀ ପାରସ୍ତେଙ୍କ କହିବା ମୁତାବକ, ଭୋର ୪ଟାରେ ଏହି ଦୁର୍ଘଟଣା ଘଟିଥିଲା । ଉକ୍ତ ବସ୍‌ରେ ମୋଟ ୪୦ ଜଣ ଯବାନ ଥିଲେ । ସେଥିମଧ୍ୟରୁ ୫ ଜଣ ପୁଲିସ କର୍ମଚାରୀ ଓ ବାକି ହୋମଗାର୍ଡ କର୍ମଚାରୀ ଥିଲେ। 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯବାନମାନେ ଛିନ୍ଦୱାଡାରେ ନିର୍ବାଚନ ଡ୍ୟୁଟି କରିବା ପରେ ରାଜଗଡ ଯାଉଥିଲେ, କିନ୍ତୁ ରାସ୍ତାରେ ବସ୍ ଓଲଟି ପଡିଥିଲା। ଏଥିରେ ୨୧ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବଅତୁଲ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କ ଶାହପୁର ହସ୍ପିଟାଲରେ ଚିକିତ୍ସା ଚାଲିଛି।

Sponsored
21 policemen returning from MP's Chhindwara election duty injured after bus collides with truck | Argus News