Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବେଙ୍ଗାଲୁରୁରେ ଜଳ ସଂକଟ, ୨୨ ପରିବାର ଦେଲେ ଜରିମାନା

Jitendra Dash
Browse all articles by Jitendra Dash
·2 years ago·1 min read
ବେଙ୍ଗାଲୁରୁରେ ଜଳ ସଂକଟ,  ୨୨ ପରିବାର ଦେଲେ ଜରିମାନା

ଅର୍ଗସ ବ୍ୟୁରୋ : ଦିନେ ଗାର୍ଡେନ ସିଟି ନାଁରେ ପରିଚିତ ଥିବା ବେଙ୍ଗାଲୁରୁ ଏବେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଦେଶର ଆଇଟି କ୍ୟାପିଟାଲରେ ଉତ୍କଟ ଜଳସଙ୍କଟ। ବେଙ୍ଗଲୁରୁ ଛାଡ଼ି ନିଜ ରାଜ୍ୟକୁ ପଳାଉଛନ୍ତି । ଏହାରି ମଧ୍ୟରେ କିଛି ପରିବାର ପାଣି ଅପଚୟ କରିବା ଅଭିଯୋଗରେ ଜରିମାନା ଦେଇଛନ୍ତି । ବେଙ୍ଗାଲୁରୁ କର୍ତ୍ତୃପକ୍ଷ ୨୨ଟି ପରିବାର ଉପରେ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଲାଗୁ କରିଛନ୍ତି । ରାଜ୍ୟରେ ଘୋର ଜଳ ଅଭାବ ମଧ୍ୟରେ ଜଳ ସଂରକ୍ଷଣ ବୋର୍ଡର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଜରିମାନା ଲାଗୁ କରାଯାଇଥିଲା ।

୨୨ଟି ପରିବାର ଜରିମାନା ଆକାରରେ ୧ ଲକ୍ଷ ୧୦ ହଜାର ଟଙ୍କା ସଂଗ୍ରହ କରାଯାଇଛି । ସହରର ବିଭିନ୍ନ ଅଞ୍ଚଳରୁ ଜରିମାନା ଆଦାୟ କରାଯାଇଥିଲା, ଯେଉଁଥିରେ ସର୍ବାଧିକ ୮୦,୦୦୦ ଟଙ୍କା ଦକ୍ଷିଣ ଅଞ୍ଚଳରୁ ଆଦାୟ ହୋଇଛି । ଏହି ମାସ ଆରମ୍ଭରେ, BWSSB ଜଳ ସଙ୍କଟକୁ ଦୃଷ୍ଟିରେ ରଖି ପାନୀୟ ଜଳର ମିତବ୍ୟୟ ବ୍ୟବହାର ପାଇଁ ସୁପାରିଶ କରିଥିଲା । ଗାଡି ଧୋଇବା, ନିର୍ମାଣ ଏବଂ ମନୋରଞ୍ଜନ ଉଦ୍ଦେଶ୍ୟରେ ପାନୀୟ ଜଳ ବ୍ୟବହାର ନକରିବାକୁ ସହରବାସୀଙ୍କୁ ଅନୁରୋଧ କରିଥିଲା । ନିୟମ ଉଲ୍ଲଙ୍ଘନ କଲେ 5 ହଜାର ଟଙ୍କା ଜରିମାନେ ହୋଇପାରେ ବୋଲି ମଧ୍ୟ ଚେତାଇଥିଲା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
22 families fined ₹5,000 for using water for non-essential purposes | Argus News