ଖାଇକୁ ଖସିଲା ବସ୍ , ୨୩ ମୃତ
·1 year ago

ଅର୍ଗସ ବ୍ୟୁରୋ: ଖାଇକୁ ଖସିଲା ବସ୍ । ଏଥିରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି । ଉତ୍ତରାଖଣ୍ଡ ଅଲମୋରା ଜିଲ୍ଲାରେ କୁପି ନିକଟରେ ଘଟିଛି ଦୁର୍ଘଟଣା । ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସ୍ରେ ମୋଟ ୪୫ ଜଣ ଯାତ୍ରୀ ଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାହାଡ଼ିଆ ଅଞ୍ଚଳ ହେତୁ ରେସ୍କ୍ୟୁ ଅପରେସନରେ ବିଳମ୍ବ ହେଉଛି । ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା କରାାଯାଉଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: