Mumbai Attack / ଏବେବି ୨୬/୧୧ ଆଟାକ୍ ଲାଗେ ଏକ ଦୁଃସ୍ୱପ୍ନ, କସାବକୁ ଧରେଇଥିଲା ୯ ବର୍ଷ ଝିଅ
·7 months ago·2 min read

Key Points
ଆଜିକୁ ୧୭ ବର୍ଷ ପୂରିଗଲା ମୁମ୍ୱାଇ ଆକ୍ରମଣ
କସାବକୁ ଧରିବାରେ ୯ ବର୍ଷ ଝିଅର ଥିଲା ବଡ଼ ଭୂମିକା
ଏବେବି ୨୬/୧୧ ଆଟାକ୍ ଲାଗେ ଏକ ଦୁଃସ୍ୱପ୍ନ!

୨୬/୧୧ ଟେରର ଆଟାକ୍ । ଦୀର୍ଘ ୧୭ ବର୍ଷ ତଳେ ଆଜିର ଦିନରେ ମୁମ୍ବାଇରେ ଆତଙ୍କବାଦୀ ରଚିଥିଲେ ତାଣ୍ଡବ । ମୁମ୍ବାଇର ଛାତି ଥରାଇ ଦେଇଥିଲେ ୧୦ ଆତଙ୍କବାଦୀ । ସମୁଦ୍ର ପଥ ଦେଇ ପାକିସ୍ତାନରୁ ପଶି ଆସିଥିଲେ ଲସ୍କର-ଏ-ତୋଏବାର ସଦସ୍ୟ । ନଭେମ୍ବର ୨୬ରୁ ୨୯ ମଧ୍ୟରେ ମୁମ୍ବାଇର ୧୨ଟି ଜାଗାରେ ବମିଂ ଓ ଗୁଳିମାଡ଼ ହୋଇଥିଲା । ଶତ୍ରୁଦେଶର ଯୋଜନା ସମ୍ପର୍କରେ ସାମାନ୍ୟ ସୁରାକ ପାଇପାରି ନଥିଲା ଭାରତୀୟ ଗୁଇନ୍ଦା ।ଏହି ଆକ୍ରମଣରେ ପ୍ରାୟ ୧୬୦ରୁ ଉର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଥିଲା । ୩ ଶହରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ୯ ଆତଙ୍କବାଦୀ ବି ନିହତ ହୋଇଥିଲେ । ବିସ୍ଫୋରଣର ମାଷ୍ଟର ମାଇଣ୍ଡ ୨୧ ବର୍ଷୀୟ ପାକିସ୍ତାନୀ ଆତଙ୍କବାଦୀ ଅଜମଲ ଅମୀର କସବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ ।
ଟେରର ଆଟାକ ବେଳେ ୮୦ ଲୋକଙ୍କୁ କସାବ ହତ୍ୟା କରିଥିବା ପ୍ରମାଣିତ ହେବା ପରେ ତାକୁ ଫାଶି ଦଣ୍ଡ ଶୁଣାଇଥିଲେ ବମ୍ବେ ହାଇକୋର୍ଟ । ୨୧ ନଭେମ୍ବର ୨୦୧୨ରେ କସାବକୁ ୟେରଓ୍ବାଡା ସେଣ୍ଟ୍ରାଲ ଜେଲରେ ଫାଶି ଦିଆଯାଇଥିଲା ।୪ ଦିନ ଧରି ରକ୍ତର ଖେଳ, ଗୁଳିଗୋଳା ମାଡ, ବୋମା ବିସ୍ଫୋରଣରେ ଥରି ଉଠିଥିଲା ମାୟାନଗରୀ । ସାଉଥ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍, ଓବରଏ ଟ୍ରାଇଡେଣ୍ଟ, ତାଜ୍ ପ୍ୟାଲେସ୍ ଆଣ୍ଡ ଟାଓ୍ବର, ଲିଓପାର୍ଡ କାଫେ, କାମା ହସ୍ପିଟାଲ, ନରିମାନ ହାଉସ୍, ମେଟ୍ରୋ ସିନେମା, ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂର ପଛ ଲେନ୍ ଓ ସେଣ୍ଟ ଜାଭିୟର କଲେଜରେ ହୋଇଥିଲା ଆକ୍ରମଣ । ମୁମ୍ବାଇ ପୋର୍ଟ ଏରିଆରେ ଓ ଭାଇଲ ପାରଲେଠାରେ ଏକ ଟ୍ୟାକ୍ସିରେ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ ।
ଏଥିସହ ପଢ଼ନ୍ତୁ: ୨୬/୧୧ ମୁମ୍ବାଇ ଆକ୍ରମଣ ପରେ କାହିଁକି ପ୍ରତିଶୋଧ ନେଲାନି ଭାରତ ? ଚିଦାମ୍ବରମ କଲେ ବଡ଼ ଖୁଲାସା...
ନଭେମ୍ବର ୨୬ , ୨୦୦୮ ମସିହା ମୁମ୍ବାଇ ଆଟାକକୁ କେହି କେବେ ଭୁଲି ପାରିବେ ନାହିଁ । କାରଣ ସେଦିନର ଭୟଙ୍କର ଚିତ୍ର ସବୁ ଏବେବି ମନରେ ବସାବାନ୍ଧି ରହିଛି । ଘଟଣାକୁ ମନେପକେଇଲେ ଲୋକଙ୍କ ଚିକ୍ରାର, ଯନ୍ତ୍ରଣା ବର୍ତ୍ତମାନ ବି ଆଖି ଆଗକୁ ଚାଲିଆସୁଛି । ଆତଙ୍କବାଦୀମାନେ କାହା ପାଇଁ ଦୟାଭାବ ଦେଖେଇ ନଥିଲେ । ସେମାନଙ୍କର ଗୋଟିଏ ମୂଳ ଉଦ୍ଦେଶ୍ୟ ଥିଲା, ଆତଙ୍କ ଖେଳାଇବା, ଆଉ ଯାହା ସେମାନେ କଲେ ମଧ୍ୟ । ଏ ସବୁ ଘଟଣାର ମୁକସାକ୍ଷୀ ପାଲଟିଥିଲା ଗୋଟିଏ କୁନି ଝିଅ । ଯେ ସେଦିନର ପ୍ରତିଟି ମୁହୂର୍ତ୍ତକୁ ଗୋଟି ଗୋଟି କରି ମନେରଖିଥିଲା ।
ସବୁ ଦେଖିଥିଲା ୯ ବର୍ଷର ଝିଅ:
ସବୁ ଘଟଣାର ସାକ୍ଷୀ ଥିଲା ୯ ବର୍ଷର ଝିଅ ଦେବୀକା ରୋତାୱନ । ଆଜିକି ଦେବୀକା ସେଦିନର ଘଟଣାକୁ ପାସୋରିପାରି ନାହାନ୍ତି । ଘଟଣାଦିନ ଦେବୀକା ସିଏସଏମଟିରେ ତାଙ୍କ ଭାଇ ଓ ବାପାଙ୍କ ସହ ଥିଲେ । ସେଠାରୁ ସେମାନଙ୍କୁ ପୁଣେ ଯିବାର ଥିଲା । ଘଟଣାସ୍ଥଳରେ ହଠାତ୍ ବିସ୍ଫୋରଣ ଏବଂ ଗୁଳି ଫିଟିବାର ଶବ୍ଦ ଏକକାଳୀନ ଶୁଣାଯାଇଥିଲା । ଏଥିରେ ଦେବୀକାଙ୍କ ଗୋଡ଼ରେ ମଧ୍ୟ ଗୁଳି ବାଜିଥିଲା । ସେଠାରୁ ତାଙ୍କ ଚିକିତ୍ସା ପାଇଁ ଜର୍ଜସ ହସ୍ପିଟାଲ ନିଆଯାଇଥିଲା । ହୁଏତ ଆଜି ତାଙ୍କ ଶରୀରରୁ ଗୁଳିର ଦାଗ ଲିଭି ସାରିଥିବ କିନ୍ତୁ ତାଙ୍କ ମନରୁ ଏ ପର୍ଯ୍ୟନ୍ତ ଲିଭିନି ।
ଦେବୀକା ଓ ତାଙ୍କ ବାପା ସ୍ପଷ୍ଟ ଭାବେ ଆଜମଲ କସାବକୁ ଦେଖିବା କାରଣରୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ସହ ମିଶି କସାବର ଚିହ୍ନଟ କରିଥିଲେ । ଏନେଇ ପ୍ରଶାସନିକ ସ୍ତରରେ ଦେବୀକାଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଓ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ପ୍ରାରମ୍ଭିକ ସମୟରେ ଦେବୀକାଙ୍କୁ ସରକାରଙ୍କ ରତଫରୁ ସହାୟତା ରାଶି ପ୍ରଦାନ କରାଯାଇଥିଲା ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories