Videos
|
National

ଉତ୍ତର ପ୍ରଦେଶ ହାଥରସରେ ଦଳାଚକଟା, ୨୭ ଜଣଙ୍କ ମୃତ୍ୟୁ

Swayangprajna Mishra
Browse all articles by Swayangprajna Mishra
·2 years ago
ଉତ୍ତର ପ୍ରଦେଶ ହାଥରସରେ ଦଳାଚକଟା, ୨୭ ଜଣଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ଉତ୍ତରପ୍ରଦେଶ ହାଥରସରେ ପ୍ରବଚନ ସଭାରେ ଦଳାଚକଟା । ପ୍ରବଳ ଭିଡ଼ ଯୋଗୁ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୫ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନୁମାନଠାରୁ ବହୁ ଲୋକଙ୍କ ସମାଗମ ଫଳରେ ଭିଡ଼ ନିୟନ୍ତ୍ରଣରେ ବିଫଳ ହୋଇଥିଲା ପୋଲିସ ପ୍ରଶାସନ ।   ହାଥରସର  ଫୁଲରାଇ ଗାଁରେ ଏହି ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଅଧିକ ପଢନ୍ତୁ ଭାରତ ଖବର

ଆୟୋଜନକାରୀଙ୍କୁ ପ୍ରଶାସନ ପକ୍ଷରୁ ପ୍ରବଚନ ପାଇଁ ଅନୁମତି ମିଳିଥିଲା । କିନ୍ତୁ  କାର୍ଯ୍ୟକ୍ରମରେ ଆୟୋଜନକାରୀଙ୍କ ଅନୁମାନଠାରୁ ବହୁ ଅଧିକ ସଂଖ୍ୟାରେ ଲୋକ ପହଞ୍ଚିଥିଲେ । ଦଳାଚକଟା ପରେ ତୁରନ୍ତ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ପ୍ରବଚନ ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
27 people were killed in a religious event in Hathras, Uttar Pradesh | Argus News