Sandeepa Reveals / ୨୭ ଥର ଉଳଗ୍ନ କରାଯାଇଥିଲା, ଦିନକୁ ୩ ଥର ପୋଷାକ ଖୋଲି ଦିଆଯାଇଥିଲା
·1 hour ago·2 min read

Key Points
ମୋତେ ୨୭ ଥର ଉଲଗ୍ନ କରାଯାଇଥିଲା
ଦିନକୁ ୩ ଥର ମୋ ପୋଷାକ କାଢି ଦିଆଯାଇଥିଲା।
ଜେଲରେ ସାଢ଼େ ଚାରି ମାସର ଅନୁଭୂତି ବଖାଣିଲେ ସନ୍ଦୀପା

ନୂଆଦିଲ୍ଲୀ,୧୨/୦୯: ମୋତେ ୨୭ ଥର ଉଲଗ୍ନ କରାଯାଇଥିଲା, ଦିନକୁ ୩ ଥର ମୋ ପୋଷାକ କାଢି ଦିଆଯାଇଥିଲା। ତିହାର ଜେଲରେ ଭୋକ ଶୋଷରେ ରହୁଥିଲେ ପ୍ରସିଦ୍ଧ ଅଭିନେତ୍ରୀ ସନ୍ଦୀପା। ତିହାର ଜେଲରେ କଟିଥିବା ସାଢ଼େ ଚାରି ମାସର ଅନୁଭୂତି ବଖାଣି ଚର୍ଚ୍ଚାରେ ଅଭିନେତ୍ରୀ ତଥା ଇନ୍ଫ୍ଲୁଏନ୍ସର ସନ୍ଦୀପା ଭିର୍କ। ପ୍ରାୟ ୬ କୋଟିର ଅଭିଯୋଗିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ସେ ଚାରି ମାସରୁ ଅଧିକ ସମୟ ତିହାର ଜେଲରେ ରହିଥିଲେ। ଗତ ଡିସେମ୍ବର ୨୦୨୫ରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିଲେ।
ଜେଲରୁ ବାହାରିବା ପରେ ବିଭିନ୍ନ ସାକ୍ଷାତକାରରେ ତିହାରରେ କଟିଥିବା ସମୟକୁ ନେଇ ସନ୍ଦୀପା ଅନେକ ଅଭିଯୋଗ କରିଛନ୍ତି। ଆଲୋଚନା ବେଳେ ସେ ଜେଲର ଯାଞ୍ଚ ପ୍ରକ୍ରିୟା, ଖାଦ୍ୟ, ଶୌଚାଳୟ ଓ ରହିବା ପରିସ୍ଥିତି ସମ୍ପର୍କରେ ନିଜ ତିକ୍ତ ଅନୁଭୂତି ବଖାଣିଛନ୍ତି।
ଜେଲରେ ମହିଳା କଏଦୀଙ୍କ ଯାଞ୍ଚ ପ୍ରକ୍ରିୟା ଅତ୍ୟନ୍ତ କଠୋର। କୋର୍ଟକୁ ଯିବା ପୂର୍ବରୁ ଏବଂ କୋର୍ଟରୁ ଫେରିବା ପରେ ମଧ୍ୟ ଯାଞ୍ଚ କରାଯାଏ ବୋଲି ସେ କହିଛନ୍ତି। ଏହି ପ୍ରକ୍ରିୟା ତାଙ୍କ ପାଇଁ ଅତ୍ୟନ୍ତ ଅପମାନଜନକ ଓ ମାନସିକ ଭାବେ ଯନ୍ତ୍ରଣାଦାୟକ ଥିଲା ବୋଲି ସନ୍ଦୀପା କହିଛନ୍ତି।
ସେ କହିଛନ୍ତି, ପ୍ରତି ୧୪ ଦିନରେ କୋର୍ଟରେ ହାଜର ହେବାକୁ ପଡୁଥିଲା। କୋର୍ଟ ଯିବା-ଆସିବା ସମୟରେ ଯାଞ୍ଚ ତାଙ୍କ ପାଇଁ ଏକ ଭୟଙ୍କର ଅନୁଭୂତି ଥିଲା। ତାଙ୍କ ଦାବି ଅନୁସାରେ, ଏହି ଯାଞ୍ଚ ସମୟରେ ମହିଳା କଏଦୀଙ୍କୁ ଅତ୍ୟନ୍ତ ବ୍ୟକ୍ତିଗତ ଭାବେ ଯାଞ୍ଚ କରାଯାଉଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଅନ୍ତରଙ୍ଗ ଦୃଶ୍ୟ ସମୟରେ ହରାଇଲେ ନିୟନ୍ତ୍ରଣ, କରି ଚାଲିଲେ ଚୁମ୍ବନ
କେବଳ ଯାଞ୍ଚ ନୁହେଁ, ଜେଲର ଖାଦ୍ୟକୁ ନେଇ ମଧ୍ୟ ସନ୍ଦୀପା ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ, ବାରମ୍ବାର ପ୍ରାୟ ସମାନ ଖାଦ୍ୟ ଦିଆଯାଉଥିଲା। ତରକାରୀର ପରିମାଣ ମଧ୍ୟ ଖୁବ କମ୍ ଥିଲା ବୋଲି ସେ ଦାବି କରିଛନ୍ତି। ଚା’ ମଧ୍ୟ ପାଣି ଭଳି ଲାଗୁଥିଲା ବୋଲି ସେ କହିଛନ୍ତି। ଜେଲର ପରିମଳ ବ୍ୟବସ୍ଥାକୁ ନେଇ ମଧ୍ୟ ସନ୍ଦୀପା ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ ଦାବି ଅନୁସାରେ, ଶୌଚାଳୟଗୁଡ଼ିକ ଅପରିଷ୍କାର ଥିଲା ଏବଂ ମହିଳା କଏଦୀମାନଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡୁଥିଲା। ସ୍ୱଚ୍ଛତାର ଅଭାବ ଯୋଗୁଁ ସଂକ୍ରମଣର ଭୟ ମଧ୍ୟ ରହୁଥିଲା ବୋଲି ସେ କହିଛନ୍ତି।
ଜେଲରେ ଶୋଇବା ବ୍ୟବସ୍ଥାକୁ ନେଇ ମଧ୍ୟ ସେ ନିଜ ଅନୁଭୂତି ବଖାଣିଛନ୍ତି। ଅଧିକ ସଂଖ୍ୟକ କଏଦୀଙ୍କ ଯୋଗୁଁ ଜାଗାର ଅଭାବ ରହୁଥିଲା ଏବଂ ଅସ୍ୱଚ୍ଛ ପରିବେଶରେ ରହିବାକୁ ପଡୁଥିଲା ବୋଲି ସନ୍ଦୀପାଙ୍କ ଦାବି। ଏହା ସହ ଜେଲ ଭିତରେ ଟଙ୍କାର ପ୍ରଭାବ ରହିଥିବା ନେଇ ମଧ୍ୟ ସେ କହିଛନ୍ତି। ଟଙ୍କା ଥିଲେ ଜେଲ ଭିତରେ କିଛି କାମ ସହଜରେ ହୋଇପାରେ ବୋଲି ସେ ଅଭିଯୋଗ କରିଛନ୍ତି।
ସନ୍ଦୀପାଙ୍କ ବିରୋଧରେ ଥିବା ମାମଲାରେ ଇଡିର ଅଭିଯୋଗ ହେଉଛି, ପ୍ରାୟ ୬ କୋଟିର ଠକେଇ ସମ୍ପର୍କିତ ଅର୍ଥକୁ ମନି ଲଣ୍ଡରିଂ କରାଯାଇଥିଲା। ଏହି ମାମଲାରେ ସନ୍ଦୀପାଙ୍କ ଆକାଉଣ୍ଟକୁ ପ୍ରାୟ ୧.୦୩ କୋଟି ଟଙ୍କା ଆସିଥିବା ଅଭିଯୋଗ ମଧ୍ୟ ରହିଛି। ତେବେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜାମିନ ଦେବା ବେଳେ ମାମଲାର ବିଭିନ୍ନ ପ୍ରସଙ୍ଗକୁ ବିଚାର କରିଥିଲେ। ତିହାର ଜେଲର ଅନୁଭୂତି ବର୍ଣ୍ଣନା କରିବା ବେଳେ ସନ୍ଦୀପା ଭାବପ୍ରବଣ ହୋଇପଡ଼ିଥିଲେ। ତାଙ୍କ କହିବା ଅନୁସାରେ, ସେହି ସମୟ ତାଙ୍କ ଜୀବନର ସବୁଠାରୁ କଠିନ ଅଧ୍ୟାୟ ମଧ୍ୟରୁ ଗୋଟିଏ।

Related Topics
Explore more stories