Videos
|
National

3 Days Bank Closed / ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ବନ୍ଦ, ଜାଣନ୍ତୁ କେଉଁ ସେବା ରହିବ ଚାଲୁ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ବନ୍ଦ, ଜାଣନ୍ତୁ କେଉଁ ସେବା ରହିବ ଚାଲୁ
Bank Closed

Key Points

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ବନ୍ଦ
ଗ୍ରାହକଙ୍କ ପାଇଁ ବଡ଼ ଖବର
ଜାଣନ୍ତୁ କେଉଁ ସେବା ରହିବ ଚାଲୁ
ଆସନ୍ତାକାଲି ଠାରୁ ତିନି ଦିନ ଧରି ବନ୍ଦ ରହିବ ବ୍ୟାଙ୍କ । ବ୍ୟାଙ୍କ କର୍ମଚାରୀ ସଂଘର ଧର୍ମଘଟ ପାଇଁ ବନ୍ଦ ରହିବ ବ୍ୟାଙ୍କ । ତେଣୁ ଗ୍ରାହକମାନଙ୍କୁ ସେବା ପ୍ରଦାନ ପାଇଁ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ପରେ ଆଜି ରବିବାର ହୋଇଥିଲେ ମଧ୍ୟ ଦେଶର ସମସ୍ତ ସରକାରୀ ବ୍ୟାଙ୍କ ଖୋଲା ରହିଥିଲା । ଓଡ଼ିଶାରେ ମଧ୍ୟ ରବିବାର ଦିନ ସବୁ ବ୍ୟାଙ୍କ ଖୋଲା ରହିଥିଲା । ଗ୍ରାହକମାନଙ୍କ ସୁବିଧା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଆଜି ବ୍ୟାଙ୍କରେ ଗ୍ରାହକମାନେ ପହଞ୍ଚି ଜରୁରୀ କାର୍ଯ୍ୟ କରିଛନ୍ତି ।

ତେବେ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ହେଲେ ଲୋକେ ଅନେକ ସମସ୍ୟା ଭୋଗିବେ ତେଣୁ ଆଲୋଚନା ମାଧ୍ୟମରେ ସମାଧାନ ବାଟ ବାହାରିଲେ ଭଳି ଏଭଳି ଧର୍ମଘଟ ପାଇଁ ଗ୍ରାହକମାନେ ହନ୍ତସନ୍ତ ହେବେ । ତେଣୁ ବ୍ୟାଙ୍କ ଧର୍ମଘଟ କରିବା ସୋମବାର, ମଙ୍ଗଳବାର ଓ ବୁଧବାର ବ୍ୟାଙ୍କ ବନ୍ଦ ଠିକ୍ ନୁହେଁ ବୋଲି ଗ୍ରାହକମାନେ କହିଛନ୍ତି ।

ସେପଟେ ୫ ଦିନ କାର୍ଯ୍ୟ ଦିବସ ଘୋଷଣା ସହ ବିଭିନ୍ନ ଦାବି ନେଇ ତିନି ଦିନ ଧର୍ମଘଟ ନେଇ ବ୍ୟାଙ୍କ ସଂଘ ପକ୍ଷରୁ ସରକାରଙ୍କୁ ଜଣାଇ ଦିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି । ନିୟମ ଅନୁଯାୟୀ ଆଜି କଳା ବ୍ୟାଜ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଛୁ । ଜନମଙ୍ଗଳକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆମେ ଉଦ୍ୟମ କରିଛୁ । ସରକାର ଆମ ଦାବି ପୂରଣ ନକଲେ ୨୬ ଅକ୍ଟୋବରରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ ତୀବ୍ରତର ହେବ । ସାରା ଭାରତରେ ସାଢେ଼ ଆଠ ଲକ୍ଷ ବ୍ୟାଙ୍କ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ବ୍ୟାଙ୍କ କର୍ମଚାରୀ ସଂଘ ଚେତାବନୀ ଦେଇଛି ।

୩ ଦିନିଆ ବ୍ୟାଙ୍କ ଧର୍ମଘଟକୁ ନେଇ ସରକାରୀ ବ୍ୟାଙ୍କଗୁଡ଼ିକ ସେମାନଙ୍କର ଗ୍ରାହକମାନଙ୍କୁ ସେମାନଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବରରେ ମେସେଜ୍ ପଠାଇ ସତର୍କ କରାଇ ଦେଇଛନ୍ତି । ଧର୍ମଘଟ ଆରମ୍ଭ ହେବା ପୂର୍ବରୁ ସମସ୍ତ ଆବଶ୍ୟକୀୟ ଶାଖା ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ କରିବାକୁ ପରାମର୍ଶ ଦେଇଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୋମବାର ଠାରୁ ଆରମ୍ଭ ହେଉଥିବା ବ୍ୟାଙ୍କ ଧର୍ମଘଟ ସମୟରେ ଶାଖା ସମ୍ବନ୍ଧୀୟ କାର୍ଯ୍ୟ ପ୍ରଭାବିତ ହେବ, କିନ୍ତୁ ଡିଜିଟାଲ୍ ବ୍ୟାଙ୍କିଂ, ଅନଲାଇନ୍ ବ୍ୟାଙ୍କିଂ ଏବଂ ATM ସେବା କାର୍ଯ୍ୟକ୍ଷମ ଥିବାରୁ ଅନେକ ଜରୁରୀ ବ୍ୟାଙ୍କିଂ କାର୍ଯ୍ୟ ବ୍ରାଞ୍ଚ ନଆସି ସହଜରେ କରିହେବ । ତେଣୁ, ନଗଦ ଉଠାଣ ଏବଂ ଅନ୍ୟାନ୍ୟ ସେବା ପାଇଁ ATM ସେବା ବ୍ୟବହାର କରାଯାଇପାରିବ । ବ୍ୟାଙ୍କଗୁଡ଼ିକ ବିଲ୍ ପେମେଣ୍ଟ କିମ୍ବା ପାରସ୍ପରିକ କାରବାର ପାଇଁ UPI ମଧ୍ୟ ବ୍ୟବହାର କରିପାରିବେ । ଆକାଉଣ୍ଟ ବାଲାନ୍ସ ଯାଞ୍ଚ ଠାରୁ ଆରମ୍ଭ କରି ଅନଲାଇନ୍ ଟଙ୍କା ସ୍ଥାନାନ୍ତର ସେବା ପର୍ଯ୍ୟନ୍ତ ସେବା ବିନା ବାଧାରେ ଜାରି ରହିପାରିବ ।