Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜମ୍ମୁ କାଶ୍ମୀରରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ

National

ଜମ୍ମୁ କାଶ୍ମୀରରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ

Swayangprajna Mishra
Browse all articles by Swayangprajna Mishra
·1 year ago
ଜମ୍ମୁ କାଶ୍ମୀରରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ

ଅର୍ଗସ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ । ଜମ୍ମୁ କଶ୍ମୀର ପୋଲିସ ଓ  ଭାରତୀୟ ସେନାର ମିଳିତ ଅପରେସନକୁ ବଡ଼ ସଫଳତା ମିଳିଛି । ବାରମୁଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଗୁଳି ବିନିମୟରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ଉତ୍ତର କାଶ୍ମୀର ଜିଲ୍ଲାର ପଟ୍ଟାନ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା।

ଅଧିକ ପଢନ୍ତୁ : କାଶ୍ମୀର ଏନକାଉଣ୍ଟରରେ ଆତଙ୍କବାଦୀ ନିପାତ

ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିବା ପରେ ପାଲଟା ଜବାବ ଦେଇଥିଲେ ଯବାନ । ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗତକାଲି ରାତିରୁ ଏହି ଅପରେସନ ଆରମ୍ଭ ହୋଇଥିଲା । ଏବେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 terrorists killed in encounter in Jammu and Kashmir | Argus News