Videos
|
National

Child Safety / ସ୍କୁଲ ଭ୍ୟାନ୍ ଭିତରେ ୩ ବର୍ଷର ଶିଶୁକନ୍ୟା ସହିତ ଦୁଷ୍କର୍ମ, ଡ୍ରାଇଭର ଗିରଫ

Bikash Mohanty
Browse all articles by Bikash Mohanty
·1 hour ago·2 min read
ସ୍କୁଲ ଭ୍ୟାନ୍ ଭିତରେ ୩ ବର୍ଷର ଶିଶୁକନ୍ୟା ସହିତ ଦୁଷ୍କର୍ମ, ଡ୍ରାଇଭର ଗିରଫ
Rape

Key Points

୩ ବର୍ଷର ଶିଶୁକନ୍ୟା ସହିତ ଦୁଷ୍କର୍ମ
ସ୍କୁଲ ଭ୍ୟାନ୍ ଭିତରେ ଦୁଷ୍ମର୍ମ,ଡ୍ରାଇଭର ଗିରଫ
ମୁମ୍ବାଇର  ଏକ ସ୍କୁଲର ଘଟଣା 


ମୁମ୍ବାଇ,୦୪/୦୯: ୩ ବର୍ଷର ଶିଶୁକନ୍ୟା ସହିତ ଦୁଷ୍କର୍ମ ଅଭିଯୋଗ। ତାହା ପୁଣି  ସ୍କୁଲ ଭ୍ୟାନ୍ ଭିତରେ। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ନଭି ମୁମ୍ବାଇରେ। ଏହି ଘଟଣା ପରେ ପୋଲିସ ସମ୍ପୃକ୍ତ ସ୍କୁଲ ଭ୍ୟାନର ଡ୍ରାଇଭରକୁ  ଗିରଫ କରି ମାମଲାର ତଦନ୍ତ ଆରମ୍ଭ କରିଛି।  ସ୍କୁଲ ଛୁଟି ପରେ ଭ୍ୟାନ୍‌ରେ ଛାତ୍ରଛାତ୍ରୀମାନଙ୍କୁ ଘରେ ଛାଡ଼ିବା ପ୍ରକ୍ରିୟା ଚାଲିଥିଲା। ଅଭିଯୋଗ ଅନୁସାରେ, ଶିଶୁକନ୍ୟା ଭ୍ୟାନ୍‌ରେ ଶେଷରେ ଛାଡ଼ିବାକୁ ଥିବା ପିଲା ଥିଲେ। ଅନ୍ୟ ପିଲାମାନଙ୍କୁ ଘରେ ଛାଡ଼ିବା ପରେ ଭ୍ୟାନ୍‌ରେ ଶିଶୁଟି ଏକା ଥିବା ସମୟରେ ଡ୍ରାଇଭର ତାଙ୍କ ସହ ଯୌନ ନିର୍ଯାତନା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଘଟଣା ପରେ ଶିଶୁଟି ଘରେ ପହଞ୍ଚିଥିଲେ। ସେଠାରେ ସେ ପେଟରେ ପ୍ରବଳ ଯନ୍ତ୍ରଣା ହେଉଥିବା ନେଇ ପରିବାରକୁ କହିଥିବା ଜଣାପଡ଼ିଛି। ଏହା ସହିତ ଭ୍ୟାନ୍‌ରେ ଡ୍ରାଇଭରଙ୍କ ଆଚରଣ ବିଷୟରେ ମଧ୍ୟ ଶିଶୁଟି ପରିବାର ସଦସ୍ୟଙ୍କୁ କହିଥିବା ଅଭିଯୋଗ ରହିଛି। ଶିଶୁଟିଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ସ୍କୁଲ ଭ୍ୟାନ୍ ଡ୍ରାଇଭରଙ୍କୁ ଗିରଫ କରିଛି। ଘଟଣାର ପ୍ରକୃତ ପରିସ୍ଥିତି, ଅଭିଯୋଗର ସତ୍ୟତା ଏବଂ ଘଟଣା ସମୟରେ ଭ୍ୟାନ୍‌ରେ ଆଉ କେହି ଉପସ୍ଥିତ ଥିଲେ କି ନାହିଁ, ସେନେଇ ପୋଲିସ ତଦନ୍ତ କରୁଛି।

ପଢନ୍ତୁ ଏହି ଖବର: ଛାତ୍ରୀଙ୍କ ଅଶ୍ଳିଳ ଭିଡ଼ିଓ ଭାଇରାଲ କରି ନିଲମ୍ବିତ ହେଲେ ଦୁଇ ଶିକ୍ଷକ, ଗିରଫ ଦାବି

ଏହି ଘଟଣା ପରେ ସ୍କୁଲ ଯାନରେ ଛୋଟ ପିଲାମାନଙ୍କ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ ଉଠିଛି। ସ୍କୁଲ ପରିବହନ ସମୟରେ ପିଲାମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ନିୟମ ଓ ନିର୍ଦ୍ଦେଶାବଳୀ କେତେଦୂର ପାଳନ କରାଯାଉଛି, ତାହା ଏବେ ଯାଞ୍ଚର ପରିସରକୁ ଆସିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍କୁଲ ପରିବହନରେ ପିଲାମାନଙ୍କ ସହ ଜଣେ ମହିଳା ପରିଚାରିକା ରହିବା, ଯାନରେ ସିସିଟିଭି କ୍ୟାମେରା ଏବଂ ଟ୍ରାକିଂ ବ୍ୟବସ୍ଥା ରହିବା ଭଳି ସୁରକ୍ଷା ବ୍ୟବସ୍ଥା ଉପରେ ଜୋର ଦିଆଯାଏ। ତେବେ ଏହି ଘଟଣାରେ ସମ୍ପୃକ୍ତ ଭ୍ୟାନ୍‌ରେ ଏପରି ବ୍ୟବସ୍ଥା ଥିଲା କି ନାହିଁ ଏବଂ ଥିଲେ ତାହା ଠିକ୍ ଭାବେ କାର୍ଯ୍ୟକ୍ଷମ ଥିଲା କି ନାହିଁ, ପୋଲିସ ଯାଞ୍ଚ କରୁଛି। ନାବାଳିକାଙ୍କ ସୁରକ୍ଷାକୁ ନେଇ ଏହି ଘଟଣା ଅଭିଭାବକଙ୍କ ମଧ୍ୟରେ ମଧ୍ୟ ଚିନ୍ତା ବଢ଼ାଇଛି। ପୋଲିସ ସମସ୍ତ ଦିଗରୁ ତଦନ୍ତ କରୁଥିବା ବେଳେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।