Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାଂଲାଦେଶୀ ସନ୍ଦେହରେ ୩ ଯୁବକଙ୍କୁ ଆକ୍ରମଣ , ହିନ୍ଦୁ ମୁସଲିମ ମୁହାଁମୁହିଁ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବାଂଲାଦେଶୀ ସନ୍ଦେହରେ  ୩ ଯୁବକଙ୍କୁ ଆକ୍ରମଣ , ହିନ୍ଦୁ ମୁସଲିମ ମୁହାଁମୁହିଁ

ଅର୍ଗସ ବ୍ୟୁରୋ : ବାଙ୍ଗଲାଦେଶୀ ସନ୍ଦେହରେ ୩ ଯୁବକଙ୍କୁ ଆକ୍ରମଣ । ବାରିପଦା ଟାଉନ ଥାନା ଅଞ୍ଚଳରେ ବାଂଲାଦେଶୀ ପରିଚୟକୁ ନେଇ ହିନ୍ଦୁ ମୁସଲିମ ମୁହାଁମୁହିଁ । ଆଧାର କାର୍ଡକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି । ଘଟଣାରେ ଗୁରୁତର ହୋଇ ପିଆରଏମ ମେଡିକାଲରେ ଭର୍ତି କରାଯାଇଛି ।   । ଆଧାର କାର୍ଡକୁ ନେଇ ଉଭୟଂକ ମଧ୍ୟରେ ଗଣ୍ଡଗୋଳ ହୋଇ ସଂଘବଦ୍ଧ ଭାବେ ଆକ୍ରମଣ କରିବାରୁ ଏଥିରେ ଜଣେ ଗୁରୁତର ହୋଇ ପିଆରଏମ ମେଡିକାଲରେ ଭର୍ତି କରାଯାଇଛି । ଏ ନେଇ ଶତାଧିକ ମୁସଲିମ ଟାଉନ ଥାନାରେ ପହଂଚି ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିସ ବୁଝାସୁଝା କରିବା ପରେ ମଧ୍ୟ ନିଜ ଜିଦରେ ଅଟଳ ରହିଛନ୍ତି । 

ଅଧିକ ପଢନ୍ତୁ : ସମ୍ୱଲପୁରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ କାବୁ କଲେ ବିଜେପି କର୍ମୀ

ସୂଚନାଯୋଗ୍ୟ, ତୁଳସୀଚଉରା ବାକ୍ସ ଫେକ୍ଟ୍ରି ଅଂଚଳର ସେକ୍ ଇମଦାତୁଲ୍ଲା ରାତି ୯ଟା ସମୟରେ ତିନି ସାଂଗ ସାହିଲ ଖାନ ଓ ଏମଡି ଅସରଦ ଅନସାରୀଂକ ସହ ଷ୍ଟେଶନ ବଜାରରୁ ଘରକୁ ଫେରୁଥିଲେ । ବାଟରେ ଥିବା ପୋଲ ନିକଟରେ କିଛି ଯୁବକ ସେମାନଂକୁ ଅଟକାଇ ଆଧାର କାର୍ଡ ଦେଖାଇବାକୁ କହିଥିଲେ । ବାଂଗଲାଦେଶରେ ହିନ୍ଦୁଂକ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ସହରରେ ଏହାର ପ୍ରଭାବ ପଡିଥିବାରୁ  ସେମାନଂକୁ ସନ୍ଦେହ କରି ପରିଚୟପତ୍ର କିମ୍ବା ଆଧାର କାର୍ଡ ମାଗିଥିଲେ । ତେବେ ସେମାନେ ଆଧାର କାର୍ଡ ଦେଖାଇବା ପରେ ମଧ୍ୟ ଉଭୟଂକ ସହ କଥା କଟାକଟି ହୋଇଥିଲା । ଯାହାକୁ ନେଇ ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିବା ସହ ଭୂଜାଲୀରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଏପରିକି ତିନି ମୁସଲିମ ପିଲା ଜାବନ ବଂଚାଇବାକୁ ନେଇ ଦୌଡିବାକୁ ଆରମ୍ଭ କରିଥିଲେ । ତେବେ ଆକ୍ରମଣକାରୀ ବାଇକ ଯୋଗେ ଗୋଡାଇବା ସହ ପଥରରେ ଆକ୍ରମଣ କରିବାରୁ ଜଣେ ଗୁରୁତର ହୋଇପଡିଛନ୍ତି । ଏହି ସମୟରେ ସେମାନେ ପେଟ୍ରୋଲିଂ କରୁଥିବା ପୋଲିସକୁ ଜଣାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ଅନ୍ୟ ପକ୍ଷରେ ଥାନାରେ ଅଭିଯୋଗ କରିବାକୁ କହିଥିବାରୁ ଥାନା ସମ୍ମୁଖରେ  ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତମାନଂକୁ ଗିରଫ କରିବା ସହ ପେଟ୍ରୋଲିଂ ଦାୟିତ୍ବରେ ଥିବା କର୍ମଚାରୀଂକ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 youths attacked on suspicion of Bangladeshi, Hindu-Muslim face-to-face | Argus News