Videos
|
National

Cockroach Effigy / ଏଥର ଜଳିବ ୩୦ ଫୁଟ୍‌ର କକ୍ରୋଚ୍, ଜାଣନ୍ତୁ କାହିଁକି

Bikash Mohanty
Browse all articles by Bikash Mohanty
·1 hour ago·1 min read
ଏଥର ଜଳିବ ୩୦ ଫୁଟ୍‌ର କକ୍ରୋଚ୍,  ଜାଣନ୍ତୁ କାହିଁକି
Cockroach

Key Points

ଏଥର ଜଳିବ ୩୦ ଫୁଟ୍‌ର କକ୍ରୋଚ୍
ଦିଲ୍ଲୀରେ ଏଥର ଜଳିବ ୩୦ ଫୁଟ୍‌ର କକ୍ରୋଚ୍
ରାବଣପୋଡ଼ିରେ ଜଳିବ କକ୍ରୋଚ୍

ନୂଆଦିଲ୍ଲୀ,୧୭/୧୦: ଦଶହରା ଆସିଲେ ରାବଣ ଦହନ ଦେଖିବାକୁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳେ। ରାବଣ ସହ କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ କୁଶପୁତ୍ତଳିକା ଦହନ କରାଯାଇଥାଏ। କିନ୍ତୁ ଏଥର ଦିଲ୍ଲୀର ଏକ ରାମଲୀଳାରେ ଦେଖିବାକୁ ମିଳିବ କିଛି ନିଆରା ଦୃଶ୍ୟ। ରାବଣ ସହ ଏଠାରେ ଜଳିବ ୩୦ ଫୁଟ୍ ଉଚ୍ଚର କକ୍ରୋଚର  କୁଶପୁତ୍ତଳିକା। ଏହି ନିଆରା ପଦକ୍ଷେପ ପଛରେ ରହିଛି ସ୍ୱଚ୍ଛତା ନେଇ ଏକ ସ୍ୱତନ୍ତ୍ର ବାର୍ତ୍ତା। ସୂଚନା ଅନୁଯାୟୀ, ଦିଲ୍ଲୀର ପିତାମପୁରାସ୍ଥିତ ଶ୍ରୀ କେଶବ ରାମଲୀଳା କମିଟି ଚଳିତ ବର୍ଷ ଏହି ୩୦ ଫୁଟ୍ ଉଚ୍ଚର କକ୍ରୋଚ୍  କୁଶପୁତ୍ତଳିକା ନିର୍ମାଣ କରୁଛି।
କକ୍ରୋଚ୍  ଆକୃତିରେ ପ୍ରସ୍ତୁତ ଏହି କୁଶପୁତ୍ତଳିକାକୁ ଆତସବାଜିରେ ସଜାଯିବ। ଦଶହରା ଅବସରରେ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ ସହ ଏହାକୁ ମଧ୍ୟ ଦହନ କରାଯିବାର ଯୋଜନା ରହିଛି।

କକ୍ରୋଚ୍ ଦହନ ପଛରେ କ'ଣ ବାର୍ତ୍ତା?

ରାମଲୀଳାରେ କକ୍ରୋଚ୍ କୁ ସାମିଲ କରିବା ପଛରେ କେବଳ ଲୋକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟ ନାହିଁ। କମିଟିର ସଭାପତି ତଥା ବିଜେପି ବିଧାୟକ ଅଶୋକ ଗୋୟଲ ଦେଓରାଙ୍କ କହିବା ଅନୁଯାୟୀ, କକ୍ରୋଚ୍ ର କୁଶପୁତ୍ତଳିକା ସମାଜରେ ରହିଥିବା ମଇଳା ଓ ଅପରିଷ୍କାର ପରିବେଶର ପ୍ରତୀକ।
ପଢନ୍ତୁ ଏହି ଖବର: ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଉତ୍ତେଜନା,NSA ଅଜିତ ଡୋଭାଲଙ୍କ ସମର୍ଥନରେ ରାଜରାସ୍ତାକୁ ଓହ୍ଲାଇଲେ ପୂର୍ବତନ ସୈନିକ

ଦଶହରାରେ ଅଧର୍ମ ଉପରେ ଧର୍ମର ବିଜୟକୁ ସ୍ମରଣ କରାଯାଉଥିବା ବେଳେ, ଏହି ପରମ୍ପରା ସହ ସ୍ୱଚ୍ଛତାର ବାର୍ତ୍ତାକୁ ଯୋଡ଼ିବାକୁ କମିଟି ଉଦ୍ୟମ କରୁଛି। ସମାଜରୁ ମଇଳା ଦୂର କରିବା ସହ ସ୍ୱଚ୍ଛତା ପ୍ରତି ଲୋକଙ୍କୁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହିପରି ଭାବେ ଚଳିତ ବର୍ଷ ଦିଲ୍ଲୀର ଏହି ରାମଲୀଳାରେ ରାବଣ ଦହନ ସହ କକ୍ରୋଚ୍ ଦହନ ମଧ୍ୟ ଏକ ନୂଆ ଆକର୍ଷଣ ହେବାକୁ ଯାଉଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: