Deepostav / ୫୬ଟି ଘାଟରେ ୩୦ ହଜାର ସ୍ୱେଚ୍ଛାସେବୀ ଲଗାଇବେ ୨୯ ଲକ୍ଷ ଦୀପ

Key Points
ଏଥର କ୍ୟୁଆର କୋଡ ଦ୍ବାରା ଭକ୍ତ ମାନଙ୍କ ସଂଖ୍ୟା ଗଣାଯାଇଛି ।
ନୂଆ ବିଶ୍ୱ ରେକର୍ଡ ଅପେକ୍ଷାରେ ଅଯୋଧ୍ୟା । ଦୀପାଲୋକରେ ଝଲସୁଛି ଶ୍ରୀରାମ ନଗରୀ, ସରଜୁ ଘାଟ । ଆଜି ଅଯୋଧ୍ୟାରେ ନବମ ଦୀପୋତ୍ସବର ଆନୁଷ୍ଠାନିକ ଉଦଘାଟନ ପୂର୍ବରୁ ଗତକାଲି ସଂଧ୍ୟା ସୁଦ୍ଧା ରାମ କୀ ପୌଡିର ୫୬ଟି ଘାଟରେ ୩୦ ହଜାର ସ୍ୱେଚ୍ଛାସେବୀ ୨୯ ଲକ୍ଷ ଦୀପ ସ୍ଥାପନ କରିଛନ୍ତି । ଆଲୋକର ପର୍ବରେ ସାମିଲ ହେବାକୁ ସାରା ବିଶ୍ବରୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।
ସରଜୁ ଘାଟରୁ ରାମ ମନ୍ଦିର ପର୍ଯ୍ୟନ୍ତ, ସମଗ୍ର ଅଯୋଧ୍ୟା ସହର ରଙ୍ଗୀନ ଆଲୋକମାଳାରେ ଚକମକ କରୁଛି । ପ୍ରତ୍ୟେକ ଘାଟ, ପ୍ରତ୍ୟେକ କରିଡର ଏବଂ ପ୍ରତ୍ୟେକ ମନ୍ଦିରକୁ ଦୀପରେ ସଜ୍ଜିତ କରାଯାଉଛି। ରାମଳୀଳା ପାଇଁ ମଞ୍ଚ ନିର୍ମାଣ ସହ ସୁନ୍ଦର କଳାକୃତିରେ ସଜ୍ଜିତ ହୋଇଛି । ଦାପୋତ୍ସବ ଉଦଘାନ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀବେନ ପଟେଲ ।
ଏହାସହ ପଢ଼ନ୍ତୁ:- ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍ରେ ଯୁବତୀଙ୍କୁ ଏକା ପାଇ...
ସରଜୁ କୂଳରେ ୨୧୦୦ ପୁରୋହିତଙ୍କ ଦ୍ୱାରା ମହା ଆରତି କରାଯିବ । ରଙ୍ଗୀନ ଲେଜର ଶୋ, ସାଂସ୍କୃତିକ ପ୍ରଦର୍ଶନ ଏବଂ ରାମାୟଣ ଥିମ୍ ଉପରେ ଆଧାରିତ ମେଢ଼ ଆଲୋକ ପର୍ବରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ମହାନ ଅଭିଜ୍ଞତା ପ୍ରଦାନ କରିବ ବୋଲି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଦାବି କରାଯାଇଛି । ଅଯୋଧ୍ୟାରେ ଆଲୋକ ପର୍ବରେ ସାମିଲ ହେବାକୁ ଦେଶ, ବେଦେଶରୁ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି ।
ଏହାସହ ପଢ଼ନ୍ତୁ:- ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!
ଦୀପ ପ୍ରଜ୍ଜ୍ବଳନ ଏବଂ ଆଳତୀ ଗିନିଜ ବୁକରେ ରେକର୍ଡ କରିପାରିବ କି ନାହିଁ ତାହା ଆଜି ଗିନିଜ ବୁକ ଟିମ୍ ପକ୍ଷରୁ ଆଜି ସଂନ୍ଧ୍ୟାରେ ଘୋଷଣା କରାଯିବ । ତେବେ ୨ଟି ଇତିହାସ ଲକ୍ଷ୍ୟରେ ଅଯୋଧ୍ୟା ନଗରୀ । ଆଜି ସନ୍ଧ୍ୟାରେ ଅଯୋଧ୍ୟାର ୫୬ଟି ଘାଟରେ ୨୯ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ ଲକ୍ଷରେ ଅଯୋଧ୍ୟା । ଡ୍ରୋନ ସାହାଯ୍ୟରେ ଦୀପ ଗଣୁଛନ୍ତି ଗିନିଜବୁକ ଟିମ୍ । ଏପଟେ ଶୁକ୍ରବାର ସୂର୍ଯ୍ୟ ଆଳତୀ ବେଳେ ଏକାଠି ହୋଇଥିଲେ ୨୧ଶହ ଭକ୍ତ । ଏଥର କ୍ୟୁଆର କୋଡ ଦ୍ବାରା ଭକ୍ତ ମାନଙ୍କ ସଂଖ୍ୟା ଗଣାଯାଇଛି ।
📱 Get Argus News App
✨Related Topics
Explore more stories