Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Landslide on Mata Vaishno Devi route: ବୈଷ୍ଣୋ ଦେବୀ ଯାତ୍ରା ବେଳେ ବଡ଼ ଭୂସ୍ଖଳନ, ୩୧ ମୃତ

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
Landslide on Mata Vaishno Devi route: ବୈଷ୍ଣୋ ଦେବୀ ଯାତ୍ରା ବେଳେ ବଡ଼ ଭୂସ୍ଖଳନ, ୩୧ ମୃତ

Key Points

ଲଗାଣ ବର୍ଷାରେ ଜାମ୍ମୁ ସ୍ଥିତି ବେହାଲ । ବୈଷ୍ଣୋ ଦେବୀ ଯାତ୍ରା ରାସ୍ତାରେ ବଡ଼ ଧରଣର ଭୂସ୍ଖଳନ । ଏପର୍ଯ୍ୟନ୍ତ ଚାଲିଗଲାଣି ୩୧ ଜଣଙ୍କ ଜୀବନ ।

ଜମ୍ମୁ କାଶ୍ମୀରରେ ପ୍ରକୃତିର ତାଣ୍ଡବ । ଲଗାଣ ବର୍ଷା ଯୋଗୁଁ ସ୍ଥିତି ଖରାପ ହେବାରେ ଲାଗିଛି । କଟରାରେ ମାତା ବୈଷ୍ଣୋ ଦେବୀ ଯାତ୍ରା ରାସ୍ତାରେ ବୁଧବାର ଏକ ଧରଣର ଭୂସ୍ଖଳନ ହୋଇଥିଲା । ଏଥିରେ ଅତିକମରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏବେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳେ ଆହୁରି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ସେପଟେ ଭୂସ୍ଖଳନ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୯ ଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।


ସେପଟେ ନିରନ୍ତର ବର୍ଷା ଯୋଗୁଁ ଜମ୍ମୁରେ ବନ୍ୟା ଏବଂ ଭୂସ୍ଖଳନର ପରିସ୍ଥିତି ସୃଷ୍ଟି ହୋଇଛି। ଜମ୍ମୁରେ ପୋଲ ଭୁଶୁଡ଼ି ପଡ଼ିଛି, ବିଦ୍ୟୁତ ତାର ଏବଂ ମୋବାଇଲ୍ ଟାୱାରଗୁଡ଼ିକ ପ୍ରବଳ କ୍ଷତିଗ୍ରସ୍ତ ହୋଇଛି। ମଙ୍ଗଳବାର ଦିନ ସକାଳ ୧୧.୩୦ ରୁ ସନ୍ଧ୍ୟା ୫.୩୦, ମାତ୍ର ୬ ଘଣ୍ଟା ମଧ୍ୟରେ ଜମ୍ମୁରେ ୨୨ ସେମି ବର୍ଷା ହୋଇଥିଲା । ଯାହାଫଳରେ ବନ୍ୟା ଓ ଭୂସ୍ଖଳନର ସ୍ଥିତି ଉପୁଜିଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଲଗାତାର ବର୍ଷା ଯୋଗୁଁ ବନ୍ୟା ଏବଂ ଜଳବନ୍ଦୀ ପାଇଁ ୩,୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲା ପ୍ରଶାସନ, ଜାମ୍ମୁ-କାଶ୍ମୀର ପୋଲିସ, ଏନଡିଆରଏଫ, ଏସଡିଆରଏଫ, ଭାରତୀୟ ସେନା ଏବଂ ସ୍ଥାନୀୟ ସ୍ଵେଚ୍ଛାସେବକଙ୍କ ମିଳିତ ଟିମ୍‌ ଦ୍ୱାରା ରିଲିଫ୍ କାର୍ଯ୍ୟ ଜାରି ରହିଛି । ପ୍ରଭାବିତ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳରେ ଖାଦ୍ୟ, ବିଶୁଦ୍ଧ ପାଣି ଏବଂ ଚିକିତ୍ସା ସହାୟତା ଦିଆଯାଉଛି।


ସେପଟେ ଜାମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଟେଲିକମ୍ ବ୍ଲାକ୍ଆଉଟ୍ ହୋଇଛି । ଯାହା ଫଳରେ ଲକ୍ଷ ଲକ୍ଷ ଲୋକ ଯୋଗାଯୋଗରୁ ଦୂରେଇ ରହିଛନ୍ତି। ପ୍ରଶାସନ ଉଚ୍ଚ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ଧ୍ୟାନ ଦେଉଛି ।


Sponsored
Jammu & Kashmir Landslide During Vaishno Devi Yatra: 31 Dead, Heavy Rains Worsen Crisis | Argus News