Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୩୩ ବର୍ଷର ସଂକଳ୍ପ : ରାମ ମନ୍ଦିର ପ୍ରତିଷ୍ଠା ନହେବା ଯାଏଁ ଖାଲି ପାଦରେ ବୁଲିବା ସହ କାଟିବେନି ଚୁଟି

National

୩୩ ବର୍ଷର ସଂକଳ୍ପ : ରାମ ମନ୍ଦିର ପ୍ରତିଷ୍ଠା ନହେବା ଯାଏଁ ଖାଲି ପାଦରେ ବୁଲିବା ସହ କାଟିବେନି ଚୁଟି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
୩୩ ବର୍ଷର ସଂକଳ୍ପ : ରାମ ମନ୍ଦିର ପ୍ରତିଷ୍ଠା ନହେବା ଯାଏଁ ଖାଲି ପାଦରେ ବୁଲିବା ସହ କାଟିବେନି ଚୁଟି

ଅର୍ଗସ ବ୍ୟୁରୋ : ଭକ୍ତ ଏବଂ ଭଗବାନଙ୍କ ଅନନ୍ୟ ସମ୍ପର୍କ । ସେ ସମ୍ପର୍କକୁ ବର୍ଣ୍ଣନା କରିବାର ସକ୍ଷମ କାହା ପାଖରେ ନଥାଏ।  ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଅନେକ ଭକ୍ତଙ୍କ ଅପେକ୍ଷା ଯୁଗଯୁଗରୁ ଥିଲା । ଅନେକ ଭକ୍ତ ବାବରୀ ମସଜିଦ ଆନ୍ଦୋଳନ ସମୟରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଦାବି କରି ଲାଠି ମାଡ ଖାଇଥିଲେ । ଜେଲ ମଧ୍ୟ ଯାଇଥିଲେ । ହେଲେ ତାଙ୍କ ଭିତରର ସେ ବିଶ୍ବାସ ଏବଂ ଭରଷା ଥିଲା, କି ମନ୍ଦିର ଯେମିତି ବି ହେଲେ ପ୍ରତିଷ୍ଠା ହେବ। ଯାହାକୁ ନେଇ ୧୯୯୦ର ଜଣେ କର ସେବକ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନହେବା ଯାଏଁ ଖାଲି ପାଦରେ ବୁଲିବାର ଏବଂ ଚୁଟି ନକାଟିବାର ନିଷ୍ପତ୍ତି ନେଇଥିଲେ । 

ଅଧିକ ପଢନ୍ତୁ : ଆସୁଛନ୍ତି ମୋ ପ୍ରଭୁ ରାମ....

ଏହି ଭକ୍ତଜଣକ ହେଉଛନ୍ତି ରାମେଶ୍ବରମର ରାଜୁ ମହାରାଜ । ସେ ଦୀର୍ଘ ୩୩ ବର୍ଷ ହେବ ଏପରି ସଂକଳ୍ପ ନେଇଥିଲେ । ତାଙ୍କର ଏହି ସଂକଳ୍ପ ଖୁବ ଶୀଘ୍ର ପୂରଣ ହେବାକୁ ଯାଉଛି । ଆଗାମୀ ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେବ । ଯାହାକୁ ନେଇ ରାମେଶ୍ବରମରୁ ଅଯୋଧ୍ୟା ପାଦରେ ଯାତ୍ରା କରୁଛନ୍ତି ଶ୍ରୀରାମ ଭକ୍ତ ରାଜୁ ମହାରାଜ । ତାଙ୍କୁ ମନ୍ଦିର ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ମନ୍ଦିର ପ୍ରତିଷ୍ଠା ପରେ ସେ ନିଜର ଚୁଟି କାଟିବେ ଏବଂ ପାଦରେ ଚପଲ ପିନ୍ଧିବେ ବୋଲି କହିଛନ୍ତି  । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
33-year resolution: Walk barefoot and never cut hair until the Ram temple is established | Argus News