School Shocking Incident / ୩୫ ଜଣ ପିଲା ହାତ କାଟିଦେବା ପରେ ସ୍କୁଲ ଏବଂ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି
·6 months ago·2 min read

Key Points
ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯାହା ଆପଣଙ୍କୁ ଚକିତ କରିବ। ଏକ ସ୍କୁଲରେ ୩୫ଜଣ ଛାତ୍ରଛାତ୍ରୀ ନିଜ ହାତ କାଟିଦେଇଥିବା ଏକ ମାମଲା ସାମ୍ନାକୁ ଆସିଛି।
ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯାହା ଆପଣଙ୍କୁ ଚକିତ କରିବ। ଛତିଶଗଡ଼ର ଧମତରି ଜିଲ୍ଲାରେ ଏକ ସ୍କୁଲରେ ୩୫ଜଣ ଛାତ୍ରଛାତ୍ରୀ ନିଜ ହାତ କାଟିଦେଇଥିବା ଏକ ମାମଲା ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଦହଦହା ସ୍ଥିତ ଏକ ସ୍କୁଲର ଅଲଗା ଅଲଗା ଶ୍ରେଣୀ ଗୃହରେ ପାଠ ପଢ଼ୁଥିବା ପିଲାମାନେ ହାତ କାଟି ଗୁରୁତର ହୋଇପଡ଼ିଛନ୍ତି। ହେଲେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୁହାଯାଉଛି ସୋସିଆଲ ମିଡିଆରେ ଭାଇରାଲ ହେବାକୁ ପିଲାମାନେ ନିଜ ନିଜ ହାତ କାଟିଛନ୍ତି।
ଘଟଣାକୁ ୨୦ ଦିନ ବିତିଯାଇଥିବାବେଳେ ଏବେ ଜଣାପଡ଼ିଛି। ପିଲାମାନଙ୍କ ଅଭିଭାବକମାନେ ଯେତେବେଳେ ଏହି ବିଷୟରେ ଜାଣିଲେ ପୁରା ଭୟଭୀତ ହୋଇପଡ଼ିଲେ। କାରଣ ଜଣେ କି ଦୁଇଜଣ ନୁହେଁ ୩୫ ଜଣ ପିଲା କାହିଁକି ହାତ କାଟିଲେ? ଗାଁ ପଞ୍ଚାୟତରେ କଥା ଉଠାଇଥିଲେ।
ଏହାପରେ ପୋଲିସ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରି ଛାତ୍ରଛାତ୍ରୀଙ୍କୁ ହାତ କାଟିବାକୁ ନେଇ ପଚରାଉଚରା କରିଥିଲେ।
ଏହାସହ ପଢ଼ନ୍ତୁ: ଗାର୍ଲଫ୍ରେଣ୍ଡ ସହ Oyoକୁ ଆସିଥିଲେ...ଖାଇପିଇ ଶୋଇଲେ..ସକାଳୁ ପ୍ରେମିକ ସଫା
ବିଶେଷ କରି ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ହାତ କାଟିଦେଇଥିବା ଜଣାପଡ଼ିଥିଲା। ପିଲାମାନଙ୍କ ହାତରେ ବିଭିନ୍ନ ପ୍ରକାର କଟା ଦାଗ ରହିଛି। ହେଲେ ଏଭଳି କାହିଁକି ନିଶ୍ଚିତ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ। ସ୍କୁଲରେ ପାଠ ପଢ଼ୁଥିବା ଏହି ପିଲାମାନଙ୍କ ପାଖରେ ବ୍ଲେଡ ଏବଂ ପିନ କେଉଁଠୁ ଆସିଲା। ତେବେ ଏବେ ଏହି ପିଲାମାନେ ଧୀରେ ଧୀରେ ସୁସ୍ଥ ହେଲେଣି। ଏସପି ସୁରଜ ସିଂ ପରିହାର ଏକ ସ୍ପେଶାଲ ଟିମ ଗଠନ କରି ସ୍କୁଲର ଶିକ୍ଷା, ସ୍ବାସ୍ଥ୍ୟକୁ ନେଇ ବିଭିନ୍ନ ଦିଗରେ ତଦନ୍ତ କରିବାକୁ ପହଞ୍ଚିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରାୟତଃ ଛାତ୍ରଛାତ୍ରୀ ନିଜକୁ କ୍ଷତି ପହଞ୍ଚାଇବାର କାରଣ ହେଉଛି ଜଣେ ଅନ୍ୟଜଣକୁ ଦେଖିକି ହାତ କାଟିଦେଇଛନ୍ତି। ପ୍ରଥମେ ଜଣେ ହାତ କାଟିବାର ଅଭିନୟ କରିଥିଲା ଆଉ ପରେ ଜଣକ ପରେ ଜଣେ ୩୫ଜଣ ନିଜ ହାତ କାଟି ଗୁରୁତର ହୋଇଥିଲେ। ପୋଲିସ କହିଛି ଯେ, ସ୍କୁଲରେ କୌଣସି ପ୍ରକାର ଚାପ ନ ଥିଲା କେବଳ ସୋସିଆଲ ମିଡିଆରେ ବାହାଦୂରି ମାରିବାକୁ ପିଲାମାନେ ନିଜ ନିଜ ହାତ କାଟିଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ପ୍ରକୃତ କାରଣ ସ୍ପଷ୍ଟ ହୋଇନି ପୋଲିସ ସବୁ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଶିକ୍ଷକ ଶିକ୍ଷୟିତ୍ରୀମାନେ ଚାପ ପକାଉଥିଲେ କି ନାହିଁ ପିଲାମାନେ କୌଣସି ପ୍ରକାର ମାନସିକ ଚାପରେ ଥିଲେ କି ନାହିଁ। ଏନେଇ ତଦନ୍ତ ଜାରି ରହିଛି।
Related Topics
Explore more stories