ବୟସ କମାଇବା କହି ୩୫ କୋଟି ଲୁଟିନେଲେ ଦମ୍ପତି

Key Points
- ଧରାପଡିଲେ ଠକ ଦମ୍ପତ୍ତି
- ବୟସ କମାଇବା କହି ଲୁଟିନେଲେ ୩୫ କୋଟି
- ୬୦ ବର୍ଷରୁ ୨୫ ବର୍ଷ କରାଇଦେବା ନେଇ କରୁଥିଲେ ଦାବି
ଅର୍ଗସ ବ୍ୟୁରୋ : ବୃଦ୍ଧ ବୟସରୁ କରିଦେବେ ଯୁବାବସ୍ଥା । ଏପରି କହି ଲୋକମାନଙ୍କୁ ବିଶ୍ବାସ ଦେଉଥିଲେ ପତି ପତ୍ନୀ । ଆଉ ଲୁଟୁଥିଲେ, କୋଟିକୋଟି ଟଙ୍କା । ହେଲେ ଖୁବ୍ କମ ଦିନରେ ସେମାନଙ୍କ ଅସଲ ଚେହେରା ପର୍ଦ୍ଦାଫାଶ କରିଛନ୍ତି ଲୋକେ । ବୃଦ୍ଧ ଅବସ୍ଥାରୁ ଯୁବାବସ୍ଥାକୁ ଆସିବାକୁ କାହାର ବା ଇଚ୍ଛା ନଥାଏ । ସମସ୍ତେ ଏଥିପାଇଁ ଯେତେ ସମ୍ଭବ ସେତେ ଚେଷ୍ଟା କରନ୍ତି । କିଏ ଘରୋଇ ଉପଚାର କରନ୍ତି, ତ କିଏ ମେଡିକାଲ ଟ୍ରିଟମେଣ୍ଟ କରନ୍ତି । ଏଥପାଇଁ କୌଣସି ବାଛବିଚାର ମଧ୍ୟ ନକରି କୋଟିକୋଟି ଟଙ୍କା ଖର୍ଚ୍ଚ କରନ୍ତି । ଠିକ ସେମିତି ଏହିଭଳି ଲୋକଙ୍କ ଫାଇଦା ଉଠାଇଛନ୍ତି ଉତ୍ତରପ୍ରଦେଶ କାନପୁରର ଏକ ଦମ୍ପତ୍ତି।
ଏହି ଦମ୍ପତ୍ତି ୨ ଜଣ ହେଉଛନ୍ତି କାନପୁରର କିଶୋରନଗରରେ ଥିବା ରାଜୀବ ଦୁବେ ଏବଂ ରଶ୍ମୀ ଦୁବେ । ସେମାନେ ଏକ ମେସିନକୁ ଇସ୍ରାଏଲରୁ ବୟସ କମାଇବା ମେସିନ ଆଶିଥିବା କହି ଦାବି କରିଥିଲେ । ଏହି ମେସିନର ଅକ୍ସିଜେନ ଥେରାପି ଦ୍ବାରା ୬୦ ବର୍ଷରୁ ଜଣେ ୨୫ ବର୍ଷ ହୋଇଯିବ ବୋଲି ଲୋକଙ୍କୁ ବିଶ୍ବାସ ଦେଇଥିଲେ । ଯେଉଁଥିରେ ଲୋକମାନଙ୍କର ଅନେକ ଭିଡ ସେମାନଙ୍କ ପାଖରେ ଦେଖିବାକୁ ମିଳିଥିଲା । ହେଲେ ନା ସେ କାହାକୁ ନିଜ ମେସିନର କୌଣସି ବିଲ୍ ଦେଖାଉଥିଲେ ନା ନିଜର ମେସିନର ନାଁ କାହାକୁ କହୁଥିଲେ । ହେଲେ ଅକ୍ସିଜେନ ଥେରାପି ପାଇଁ ଲୋକଙ୍କ ପିଛା ୬ ହଜାରରୁ ଆରମ୍ଭ କରି ୯୦ ହଜାର ଯାଏଁ ନେଉଥିଲେ । ହେଲେ କାହାର ବୟସ ୬୦ରୁ ୫୯ ମଧ୍ୟ ହେଉନଥିଲା ।
ଏହାପରେ ଯେତେବେଳେ ଲୋକଙ୍କର ସନ୍ଦେହ ହେବା ଆରମ୍ଭ ହେଲା, ସେତେବେଳେ ସେହି ଦମ୍ପତ୍ତି ନିଜ ଫ୍ଲାଟରେ ତାଲା ଲଗାଇ ଫେରାର୍ ହୋଇଗଲେ । ତେବେ ଏହି ଦମ୍ପତ୍ତିଙ୍କ ବିରୋଧରେ ଡକ୍ଟର ରେନୁ ସିଂ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଏହି ଦମ୍ପତ୍ତି ପାଖାପାଖି ୩୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟିଛନ୍ତି। ତେବେ ଏହି ଅଭିଯୋଗ ପରେ ପୋଲିସ ପୁରା ତଦନ୍ତ କରିବା ସହ ଦମ୍ପତ୍ତିଙ୍କୁ ଖୋଜିବା ଆରମ୍ଭ କରିଛି ।
📱 Get Argus News App
✨