Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ 

National

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ 

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ 

Key Points

  • ଭୁଶୁଡୁଛି ଲାଲ୍‌ଗଡ଼ 
  • ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲ ବିରୋଧୀ ବଡ଼ ଅଭିଯାନ 
  • ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ 
  • ମାଓବାଦୀଙ୍କୁ ମୁଳପୋଛ କରିବାକୁ ଗୃହମନ୍ତ୍ରୀ ଅମିତ ଶାହ ଦେଇଥିଲେ ଟାର୍ଗେଟ
  • କହିଥିଲେ, ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମୁଳପୋଛ ହେବେ ମାଓବାଦୀ

ଅର୍ଗସ ବ୍ୟୁରୋ  : ଯେଉଁଠି ଦିନେ ଦବଦବା ଜାହିର କରୁଥିଲେ ଲାଲ୍‌ ବାହିନୀ, ଏବେ ସେଠି ଥରହର ସ୍ଥିତି । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଘନ ଘନ କମ୍ବିଂ । ଏନକାଉଣ୍ଟର ବେଳେ କେତେବେଳେ ୨୦, ତ ଆଉ କେତେବେଳେ ୩୦ ମାଓବାଦୀ ନିହତ ହେଉଛନ୍ତି । ଶୁକ୍ରବାର ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା । ହାର୍ଡକୋର୍ ମାଓବାଦୀଙ୍କ ମେଳି ଖବର ପାଇ ୪ ଦିନ ପୂର୍ବରୁ ଆଟାକ୍ କରିବାକୁ ପ୍ଲାନ୍‌ କରିଥିଲେ ସୁରକ୍ଷାକର୍ମୀ । ଯେଉଁଥିରେ ୩୬ ହାର୍ଡକୋର ମାଓବାଦୀ ନିହତ ହୋଇଥିଲେ । ଏବେ ସୁଦ୍ଧା 31 ଜଣ ମାଓବାଦୀଙ୍କ ମୃତଦେହ ମିଳିଛି । ଘଟଣାସ୍ଥଳରୁ AK-47, ଏଲଏମଜି ରାଇଫଲ, ଏସଏଲଆର୍‌ ରାଇଫଲ, ଇନସାସ୍‌ ରାଇଫଲ ସହ ବହୁ ମାରଣାସ୍ତ୍ର ଜବତ ହୋଇଛି । 

ଅଧିକ ପଢନ୍ତୁ : ଏନ୍‌କାଉଣ୍ଟରରେ ଟଳିଲେ 30 ହାର୍ଡକୋର ମାଓବାଦୀ

ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ସୁରକ୍ଷା କର୍ମୀ । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ।  କିଛିଦିନ ତଳେ ରାୟପୁରରେ ମାଓ ଦମନ ନେଇ ବୈଠକ କରିଥିଲେ ଶାହ । ମାଓବାଦୀଙ୍କୁ ମୂଳପୋଛ କରିବାକୁ ଶାହ ଦେଇଥିଲେ ଟାର୍ଗେଟ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ଛତିଶଗଡ଼ ନୁହଁ, ଦିନ ଥିଲା ଓଡ଼ିଶାର ଅନେକ ମାଓ ପ୍ରବଣ ଜିଲ୍ଲାରେ ନିଜର ସ୍ଥିତି ଜାହିର କରୁଥିଲେ ଲାଲ୍‌ ବାହିନୀ । 2008 ଫେବ୍ରଆରୀରେ ନୟାଗଡରେ ମାଓ ହମଲା। ଯେଉଁଥିରେ 15ରୁ ଅଧିକ ପୋଲିସ ସହିଦ ହୋଇଥିଲେ। ସେହିବର୍ଷ ମାଲକାନଗିରି ବାଲିମେଳାରେ ମାଓବାଦୀଙ୍କ ଗୁଳିରେ 35ରୁ ଅଧିକ ସୁରକ୍ଷାକର୍ମୀଙ୍କ ଜୀବନ ଯାଇଥିଲା। ତାର କିଛି ଦିନ ପରେ ସେହି ମାଲକାନଗିରିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ 21 ପୋଲିସ ସହିଦ ହୋଇଥିଲେ। ବିଭିନ୍ନ ସମୟରେ ଲାଲବାହିନୀ ତାର ଉପସ୍ଥିତି ଜାହିର କରିଥିଲା। ଏବେ ସମୟ ବଦଳିଛି, ଅଞ୍ଚଳ ହୋଇଛି ମାଓ ମୁକ୍ତ । ସୁରକ୍ଷାକର୍ମୀଙ୍କ ଅନବରତ ପ୍ରହାର ଲୋକଙ୍କୁ ଦେଉଛି ସୁରକ୍ଷା ।


 

Argus Whatsapp Channel Mobile Top
Sponsored
36 hardcore militants were killed in an encounter with the security forces | Argus News