Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏଥର ୩୭୦ରୁ ଅଧିକ ଆସନ ପାଇବୁ : ପ୍ରଧାନମନ୍ତ୍ରୀ

National

ଏଥର ୩୭୦ରୁ ଅଧିକ ଆସନ ପାଇବୁ : ପ୍ରଧାନମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ଏଥର ୩୭୦ରୁ ଅଧିକ ଆସନ ପାଇବୁ : ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ । ଏନଡିଏ ସରକାରର ୩ୟ କାର୍ଯ୍ୟକାଳରେ ଭାରତ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି ହେବ ବୋଲି କହିଛନ୍ତି  ପ୍ରଧାନମନ୍ତ୍ରୀ । ଦେଶର ଲୋକମାନଙ୍କ ଯେଉଁ ମିଜାଜ ଦେଖୁଛି ସେଥିରୁ ଲାଗୁଛି ଯେ ଏନଡିଏ ୪୦୦ରୁ ଅଧିକ ଆସନ ପାଇବ ଓ ବିଜେପି ୩୭୦ରୁ ଅଧିକ ଆସନ ପାଇବୁ । ଏନଡିଏ ସରକାର ଆସନ୍ତା ୧ ହଜାର ବର୍ଷ ପାଇଁ ଦେଶକୁ ପ୍ରସ୍ତୁତ କରିବ । ଦେଶବାସୀଙ୍କ କ୍ଷମତା ଉପରେ ଏହି ବିଶ୍ବାସ ଅଛି ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢନ୍ତୁ ଭାରତ ଖବର

ସେ ଆହୁରି କହିଛନ୍ତି, କେବଳ ଭଗବାନ ରାମ ନିଜ ଘରକୁ ଫେରିନାହାନ୍ତି, ବରଂ ଏପରି ଏକ ମନ୍ଦିର ନିର୍ମାଣ କରାଗଲା ଯାହାକି ମହାନ ଭାରତୀୟ ପରମ୍ପରାକୁ ନୂଆ ଶକ୍ତି ଦେଇଚାଲିବ । ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଆମର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ । ଏହା ମୋର ତୃତୀୟ ପାଳିରେ ହେବ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
370 seats for BJP, NDA to go 400 paar in Lok Sabha polls, says PM Modi during 'Motion of Thanks' address | Argus News