ଗଗନଯାନରେ ଯିବାକୁ ପ୍ରସ୍ତୁତ ୪ ମହାକାଶଚାରୀ, ଇସ୍ରୋ ଜାରି କଲା ଟ୍ରେନିଂ ଭିଡିଓ

Key Points
- ଗଗନଯାନରେ ଯିବେ ୪ ଜଣ ମହାକାଶଚାରୀ
- ଇସ୍ରୋ ଜାରି କଲା ଟ୍ରେନିଂ ଭିଡିଓ
ଅର୍ଗସ ବ୍ୟୁରୋ : ସ୍ଵାଧୀନତା ଦିବସ ଅବସରରେ ଇସ୍ରୋ ଜାରି କରିଛି ଗଗନଯାନକୁ ଯାଉଥିବା ୪ ମହାକାଶଚାରୀଙ୍କ ଭିଡିଓ । ଯେଉଁଥିରେ ଏହି ମହାକାଶଚାରୀଙ୍କୁ ସ୍ପେସ ଭଳି ଅନୁକରଣୀୟ ପରିସ୍ଥିତିରେ ଦିଆଯାଉଛି ଟ୍ରେନିଂ । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ସ୍ପେସମଡ୍ୟୁଲ ଭିତରେ ମହାକାଶଚାରୀମାନେ ଯୋଗ କରୁଛନ୍ତି । ସ୍ପେସରେ କେମିତି ବିଭିନ୍ନ ପରିସ୍ଥିତିର ସାମ୍ନା କରିବେ , ଅନ୍ତରୀକ୍ଷ ଯାନରେ କେମିତି ରହିବେ, ସେନେଇ ବିଭିନ୍ନ ପରିସ୍ଥିତର ମୁକାବିଲା କରିବା ଉଦ୍ଦେଶ୍ୟରେ ସେମାନଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ସେପଟେ ଆଗାମୀ ଅଗଷ୍ଟ ୨୩ ତାରିଖରେ ଜାତୀୟ ଅନ୍ତରୀକ୍ଷ ଦିବସ ପାଳନ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ ବର୍ଷ ସେହି ଦିନରେ ଇସ୍ରୋ ଦ୍ବାରା ଚନ୍ଦ୍ରଯାନ ୩ ସଫଳତାର ଲ୍ୟାଣ୍ଡ କରିଥିଲା । ତେଣୁ ଏହିଦିନକୁ ପୁରା ଦେଶ ସ୍ପେସ ଡେ ଭାବେ ପାଳନ କରିବା ପାଇଁ ସାରା ଦେଶ ପ୍ରସ୍ତୁତ ହେଉଛି । ତେବେ ଫେବୃଆରୀରେ ପ୍ରଧାନମନ୍ତ୍ରୀ ତିରୁଅନନ୍ତପୁରମର ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ ଗଗନଯାନ ମିଶନକୁ ଯିବାକୁ ଥିବା ମହାକାଶଚାରୀମାନଙ୍କ ନାମ ଘୋଷଣା କରିଥିଲେ । ଯେଉଁଥିରେ ରହିଛନ୍ତି, ଗ୍ରୁପ କ୍ୟାପଟେନ ପ୍ରଶାନ୍ତ ବାଲକୃଷ୍ଣନ ନାୟର, ଅଜୀତ କୃଷ୍ଣନ , ଗ୍ରୁପ କ୍ୟାପଟେନ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭାଂଶୁ ଶୁକ୍ଲା ।
ଯେଉଁ ପରୀପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଥିଲେ , ୪୦ ବର୍ଷ ପରେ ଅନ୍ତରୀକ୍ଷକୁ ଯାଉଛନ୍ତି ଭାରତୀୟ । ଏଥର ସମୟ ଆମର, କାଉଣ୍ଟଡାଉନ ଆମର, ରକେଟ ବି ଆମର । କେବଳ ୪ ଜଣ ଭାରତୀୟ ଯାଉନାହାନ୍ତି, ସେମାନେ ୧୪୦ କୋଟି ଭାରତୀୟଙ୍କୁ ନିଜ ସାଙ୍ଗରେ ନେଇକି ଯାଉଛନ୍ତି । ଗଗନଯାନର ପ୍ରଥମ ମାନବ ଅନ୍ତରୀକ୍ଷ ଉଡାଣ ୨୦୨୪ର ଶେଷ କିମ୍ବା ୨୦୨୫ ରେ ଲଞ୍ଚ ହେବାର ସୂଚନା ରହିଛି । ଏହା ୩ ଦିନର ମିଶନ ହେବ । ଯଦି ଏହି ମିଶନ ସଫଳ ହୁଏ, ତେବେ ଏହା ଆମେରିକା , ଚୀନ ଏବଂ ରୁଷ ପରେ ଚତୁର୍ଥ ଦେଶ ହେବ ।
📱 Get Argus News App
✨