Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଡୋଡା ଜିଲ୍ଲାରେ ଗୁଳି ବିନିମୟରେ ୪ଜଣ ଯବାନ ସହିଦ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଡୋଡା ଜିଲ୍ଲାରେ ଗୁଳି ବିନିମୟରେ ୪ଜଣ ଯବାନ ସହିଦ

ଅର୍ଗସ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲାରେ ଗୁଳି ବିନିମୟରେ ୪ଜଣ ଯବାନ ସହିଦ ହୋଇଛନ୍ତି । ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆଲୋଚନା କରିଘଟଣା ସମ୍ପର୍କରେ ଅବଗତ କରାାଇଛନ୍ତି । ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସ୍ବତନ୍ତ୍ର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏଥିରେ ଜମ୍ମୁ କାଶ୍ମୀର ପୋଲିସ ଓ ସେନାର ରାଷ୍ଟ୍ରୀୟ ରାଇଫଲସ୍ ଯବାନମାନେ ସାମିଲ ହୋଇଥିଲେ। ପୁରା ଏରିଆକୁ କର୍ଡନ କରି ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ । ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା ।  ପ୍ରାୟ ୯୦ ମିନିଟ ଧରି ଚାଲିଥିଲା ଗୁଳିବିନିମୟ।

ଅଧିକ ପଢନ୍ତୁ : ଜମ୍ମୁ-କଶ୍ମୀରର କଠୁଆରେ ଆତଙ୍କବାଦୀ ହମଲା, ୫ ଯବାନ ସହିଦ

ଏଥିରେ ଜଣେ ସେନା ଅଧିକାରୀ ଓ  ତିନିଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାର ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ଆଜି ଚାରି ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଗତ କିଛି ଦିନ ଧରି ଜମ୍ମୁ ଓ କାଶ୍ମୀରରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ହେଉଛି । ସେନା ଶିବିର ସହ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି ଆତଙ୍କବାଦୀ । ଗତ ସପ୍ତାହରେ କଠୁଆ ଜିଲ୍ଲାରେ ଆତ୍ଙ୍କବାଦୀ ଆକ୍ରମଣରେ ୫ଜଣ ଯବାନ ସହିଦ ହୋଇଥିବା ବେଳେ ୫ଜଣ ଆହତ ହୋଇଥିଲେ । କେବଳ ଜମ୍ମୁ ଅଂଚଳରେ ୩୨ ମାସ ମଧ୍ୟରେ ୪୦ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 jawans martyred in firing in Doda district | Argus News