Videos
|
National

ଲଞ୍ଚ ହେଲା ଆଇଫୋନ ୧୬ର ୪ଟି ମଡେଲ, ଜାଣନ୍ତୁ କେଉଁଠି ଶସ୍ତା...

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଲଞ୍ଚ ହେଲା ଆଇଫୋନ ୧୬ର ୪ଟି ମଡେଲ, ଜାଣନ୍ତୁ କେଉଁଠି ଶସ୍ତା...

Key Points

  • ଲଞ୍ଚ ହେଲା ଆଇଫୋନ ୧୬ 
  • କମ୍ପାନୀ ଲଞ୍ଚ କରିଛି ଆଇଫୋନ ୧୬ର ୪ଟି ମଡେଲ
  • ଜାଣନ୍ତୁ କେଉଁଠି ଶସ୍ତା, କେଉଁଠି ମହଙ୍ଗା

ଅର୍ଗସ ବ୍ୟୁରୋ :  ମାର୍କେଟକୁ ଆସିଛି ଆଇଫୋନ ୧୬ । ଆପଲ୍ କମ୍ପାନୀ ଆଇଫୋନ ୧୬ର ୪ଟି ମଡେଲ୍ ଲଞ୍ଚ କରିଛି । ଯାହା ଭାରତ ସମେତ ଚୀନ, ଆମେରିକା ଆଦିରେ ମଧ୍ୟ ଲଞ୍ଚ କରାଯାଇଛି । ଯାହାର ମାର୍କେଟ ଭାଲ୍ୟୁ କିଛି ସ୍ଥାନରେ ଶସ୍ଥା ତ କିଛି ସ୍ଥାନରେ ମହଙ୍ଗା ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ମାର୍କେଟ ଭାଲ୍ୟୁ କେତେ ରହିଛି ।
ଆମେରିକାରେ ଆଇଫୋନ ୧୬ର ମାର୍କେଟ ଭାଲ୍ୟୁ ରହିଛି ୭୯୯ ଡଲାର, ଯାହା ଭାରତୀୟ ମୁଦ୍ରାରେ ୬୭ ହଜାର ଅଟେ । ସେହିପରି ଆଇଫୋନ ୧୬ ପ୍ଲସ ର ମୂଲ୍ୟ ରହିଛି ୮୯୯ ଡଲାର ଅର୍ଥାତ ୭୫ ହଜାର ୫୦୦। ଆଇଫୋନ ୧୬ ପ୍ରୋ ର ୧୨୮ ଜିବି ପାଇଁ ମୂଲ୍ୟ ରହିଛି ୯୯୯ ଡଲାର ଅର୍ଥାତ ୮୩ ହଜାର ୮୭୦ । ଏବଂ ଆଇଫୋନ ୧୬ ପ୍ରୋ ମାକ୍ସ ୨୫୬ ଜିବି ପାଇଁ ମୂଲ୍ୟ ରହିଛି ୧ ଲକ୍ଷ ।

ଆମେରିକା ତୁଳନାରେ ଭାରତରେ ମହଙ୍ଗା ରହିଛି ଆଇଫୋନ ୧୬ । ଭାରତରେ ଆଇଫୋନ ୧୬ର ମୂଲ୍ୟ ରହିଛି ୭୯ ହଜାର ୯୦୦ । ଆଇଫୋନ ୧୬ ପ୍ଲସର ମୂଲ୍ୟ ରହିଛି ୮୯ ହଜାର ୯୦୦ । ସେହିପରି ଆଇଫୋନ ୧୬ ପ୍ରୋ ର ମୂଲ୍ୟ ରହିଛି ଏକ ଲକ୍ଷ ୧୯ ହଜାର ୯୦୦ । ଆଇଫୋନ ୧୬ ପ୍ରୋ ମାକ୍ସର ମୂଲ୍ୟ ରହିଛି ଏକ ଲକ୍ଷ ୪୪ ହଜାର ୯୦୦ । 
ଆଇଫୋନ ୧୪, ୧୫ ଠାରୁ ଏହାର ଫିଚର୍ସ ଖୁବ ୟୁନିକ ଏବଂ ନୂଆ ରହିଛି। ଏହା ସବୁଠାରୁ ଶସ୍ଥାରେ ଆମେରିକାରେ ବିକ୍ରି ହେଉଥିବା ବେଳେ, ଚୀନ ଏବଂ ହଙ୍ଗକଙ୍ଗ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।  ତେବେ ଏହାର ପ୍ରି ଅର୍ଡର ସେପ୍ଟେମ୍ବର ୧୩ ରେ ହେବାକୁ ଥିବାବେଳେ ଏହାର ପ୍ରଥମ ବିକ୍ରି ସେପ୍ଟେମ୍ବର ୨୦ରେ କରାଯିବ ।  
 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: