Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗିରଫ ହେଲେ ଆଇଏସଆଇଏସର ୪ଜଣ ଆତଙ୍କବାଦୀ

Jitendra Dash
Browse all articles by Jitendra Dash
·2 years ago·1 min read
ଗିରଫ ହେଲେ ଆଇଏସଆଇଏସର ୪ଜଣ ଆତଙ୍କବାଦୀ

ଅର୍ଗସ ବ୍ୟୁରୋ : ବଡ଼ ଯୋଜନା ହେଲା ବିଫଳ । ଗିରଫ ହେଲେ ଆଇଏସଆଇଏସର ୪ଜଣ ଆତଙ୍କୀ । ସେମାନଙ୍କୁ ଗିରଫ କରି ପଚାରାଉଚରା କରୁଛି ଗୁଜିରାଟ୍ ‘ଏଟିଏସ୍’ । ଏହି ୪ଜଣ ଆତଙ୍କବାଦୀ ଭାରତରେ ଏକ ବଡ ଆତଙ୍କୀ ଆକ୍ରମଣର ଷଡଯନ୍ତ୍ର ପାଇଁ ରଚୁଥିଲେ ପ୍ଲାନ୍ । ଗିରଫ ହୋଇଥିବା ୪ଜଣ ଆତଙ୍କବାଦୀ ଶ୍ରୀଲଙ୍କାରୁ ଭାରତକୁ ପ୍ରବେଶ କରିଥିଲେ । ଆଉ ଭାରତରେ ଏକ ବଡ ଆତଙ୍କୀ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିଲେ । 

ତେବେ ଗୁଜୁରାଟ୍ ପୋଲିସଠୁ ମିଳିଥିବା ସୂଚନା ଆଧାରରେ, ଗିରଫ ହୋଇଥିବା ୪ଆତଙ୍କୀ ଶ୍ରୀଲଙ୍କାର ବାସିନ୍ଦା । ପାକିସ୍ତାନରେ ବସିଥିବା ଆଇଏସଆଇଏସ୍ ହ୍ୟାଣ୍ଡଲର୍ ସେମାନଙ୍କୁ ଭାରତ ଆସିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଏହି ୪ଜଣ ବିମାନ ଯୋଗେ କଲମ୍ବୋରୁ ଅହମ୍ମଦାବାଦ ଆସି ପହଞ୍ଚିଥିଲେ । କିନ୍ତୁ ସେମାନଙ୍କୁ ଏଠାରେ ଗିରଫ କରାଯାଇଥିଲା । ପଚରାଉଚରାବେଳେ ଜଣାପଡିଥିଲା ଯେ ଆବୁ ନାମକ ଜଣେ ଆତଙ୍କବାଦୀ ସେମାନଙ୍କୁ ନିର୍ଦ୍ଦେଶ ଦେଉଥିଲା । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ୪ଜଣ ପ୍ରଥମେ ଫେବୃଆରୀରେ ଆବୁଙ୍କ ସହ ଯୋଗାଯୋଗରେ ଆସିଥିଲେ । ଏହି ଆତଙ୍କବାଦୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଭାରତରେ କରାଯାଇଥିଲା । ଆବୁ ଏମାନଙ୍କୁ ସେହି ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲା, ଯେଉଁଠାରୁ ଏମାନଙ୍କୁ ଅସ୍ତ୍ରଶସ୍ତ୍ର ମିଳିପାରିବ । ତେବେ ପୋଲିସ ଏହି ୪ଜଣଙ୍କ ପାଖରୁ ୩ଟି ପିସ୍ତଲ, ୩ଟି କାର୍ଟ୍ରିଜ ଏବଂ ଆଇଏସଆଇଏସ୍ ପତାକା ଜବତ କରିଛି । 

Sponsored
4 Suspected ISIS Terrorists Arrested In Ahmedabad, Believed To Be Lankans | Argus News