Videos
|
National

Trains Cancelled / ଏହି ସବୁ ଟ୍ରେନ ହେଲା ବାତିଲ୍, ଜାଣନ୍ତୁ କେଉଁ ସବୁ ଟ୍ରେନ ହେଲା ବାତିଲ

Bikash Mohanty
Browse all articles by Bikash Mohanty
·57 mins ago·1 min read
ଏହି ସବୁ ଟ୍ରେନ ହେଲା ବାତିଲ୍, ଜାଣନ୍ତୁ କେଉଁ ସବୁ ଟ୍ରେନ ହେଲା ବାତିଲ
Trains

Key Points

ବାତିଲ ହେଲା ଏହି ୪ଟି ଟ୍ରେନ୍
ନଭେମ୍ବର ୮ରେ ଏହି ୪ଟି ଟ୍ରେନ୍ ବାତିଲ
ଟ୍ରାକ୍ ରକ୍ଷଣାବେକ୍ଷଣ ଯୋଗୁଁ ବାତିଲ 
ଭୂବନେଶ୍ବର.୦୫/୧୧: ପାର୍ବଣ ଋତୁରେ ଟ୍ରେନ୍‌ରେ ଯାତ୍ରୀଙ୍କ ଭିଡ଼ ବଢ଼ୁଥିବା ବେଳେ ରେଳଯାତ୍ରୀଙ୍କ ପାଇଁ ଆସିଛି ଜରୁରୀ ଖବର। ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ୪ଟି ଟ୍ରେନ୍ ବାତିଲ କରାଯାଇଛି। ନଭେମ୍ବର ୮ ତାରିଖରେ ଏହି ଟ୍ରେନ୍‌ଗୁଡ଼ିକ ଚଳାଚଳ କରିବ ନାହିଁ। ତେଣୁ ଟାଟାନଗର ଓ ଏହାର ନିକଟବର୍ତ୍ତୀ ଷ୍ଟେସନରୁ ଯାତ୍ରା କରିବାକୁ ଥିଲେ, ପୂର୍ବରୁ ଟ୍ରେନ୍‌ର ସ୍ଥିତି ଯାଞ୍ଚ କରିନିଅନ୍ତୁ।

ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଓ ଆଦ୍ରା ଡିଭିଜନରେ ବିକାଶମୂଳକ କାର୍ଯ୍ୟ ସହ ଟ୍ରାକ୍ ରକ୍ଷଣାବେକ୍ଷଣ କାମ ଚାଲିଛି। ଏହି କାର୍ଯ୍ୟ ପାଇଁ ରେଳବାଇ ପକ୍ଷରୁ କିଛି ଟ୍ରେନ୍‌ର ପରିଚାଳନାରେ ପରିବର୍ତ୍ତନ କରାଯାଇଛି। କେତେକ ଟ୍ରେନ୍‌ର ରୁଟ୍‌ରେ ମଧ୍ୟ ପରିବର୍ତ୍ତନ ହୋଇଛି।

ବାତିଲ ରହିବ ଏହି ୪ଟି ଟ୍ରେନ୍


୧. ଟ୍ରେନ୍ ନମ୍ବର ୬୮୦୪୬ – ଆସାନସୋଲ-ଆଦ୍ରା MEMU

୨. ଟ୍ରେନ୍ ନମ୍ବର ୬୩୫୯୩ – ପୁରୁଲିଆ-ଆସାନସୋଲ MEMU

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୩. ଟ୍ରେନ୍ ନମ୍ବର ୬୩୫୯୪ – ଆସାନସୋଲ-ପୁରୁଲିଆ MEMU

୪. ଟ୍ରେନ୍ ନମ୍ବର ୬୮୦୪୫ – ଆଦ୍ରା-ଆସାନସୋଲ MEMU

ଯାତ୍ରା ପୂର୍ବରୁ ଯାଞ୍ଚ କରନ୍ତୁ ଟ୍ରେନ୍‌ର ସ୍ଥିତି

ଯଦି ଆପଣ ଏହି ରୁଟ୍‌ରେ ଯାତ୍ରା କରିବାକୁ ଯୋଜନା କରିଛନ୍ତି, ତେବେ ଷ୍ଟେସନକୁ ଯିବା ପୂର୍ବରୁ ନିଜ ଟ୍ରେନ୍‌ର ସ୍ଥିତି ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ। କେବଳ ଟ୍ରେନ୍ ବାତିଲ ନୁହେଁ, ଏହାର ସମୟ ଓ ରୁଟ୍‌ରେ ମଧ୍ୟ ପରିବର୍ତ୍ତନ ହୋଇପାରେ।

ଏଥିପାଇଁ ରେଳବାଇର ନ୍ୟାସନାଲ୍ ଟ୍ରେନ୍ ଏନକ୍ୱେରୀ ସିଷ୍ଟମ୍ (NTES) ମାଧ୍ୟମରେ ଟ୍ରେନ୍‌ର ଲାଇଭ୍ ସ୍ଥିତି ଓ ଚଳାଚଳ ସମ୍ପର୍କିତ ତଥ୍ୟ ଜାଣିପାରିବେ। ତେଣୁ ଶେଷ ମୁହୂର୍ତ୍ତରେ ଯାତ୍ରା ବାଧାପ୍ରାପ୍ତ ହେବାରୁ ବର୍ତ୍ତିବା ପାଇଁ ପୂର୍ବରୁ ସୂଚନା ଯାଞ୍ଚ କରିବା ଜରୁରୀ।