Videos
|
National

Train Cancellation News / ବାତ୍ୟା ‘ମୁରାସୁ’ ପ୍ରଭାବରେ ରେଳ ଚଳାଚଳ ପ୍ରଭାବିତ…ଆଜି ୪ଟି ଟ୍ରେନ୍ ସହ ୧୯ ବିମାନ ଉଡାଣ ବାତିଲ

Ritu Das
Browse all articles by Ritu Das
·53 mins ago·2 min read
ବାତ୍ୟା ‘ମୁରାସୁ’ ପ୍ରଭାବରେ ରେଳ ଚଳାଚଳ ପ୍ରଭାବିତ…ଆଜି ୪ଟି ଟ୍ରେନ୍ ସହ ୧୯ ବିମାନ ଉଡାଣ ବାତିଲ
India

Key Points

ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି ରେଳ ଚଳାଚଳରେ ପରିବର୍ତ୍ତନ ସହ ୧୯ଟି ବିମାନର ଉଡାଣକୁ ରବ୍ଦ କରାଯାଇଛି
ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି ରେଳ ଚଳାଚଳରେ ପରିବର୍ତ୍ତନ ସହ ୧୯ଟି ବିମାନର ଉଡାଣକୁ ରବ୍ଦ କରାଯାଇଛି। ନଭେମ୍ବର ୩ ତାରିଖରେ ଚଳାଚଳ କରିବାକୁ ଥିବା ୪ଟି ଟ୍ରେନ୍‌କୁ ବାତିଲ କରିଛି ରେଳ ବିଭାଗ । ବାତିଲ ହୋଇଥିବା ଟ୍ରେନ୍‌ଗୁଡ଼ିକ ହେଲା, ବିଜୟୱାଡ଼ା-ଚେନ୍ନାଇ ପିନାକିନି ଏକ୍ସପ୍ରେସ୍, ଚେନ୍ନାଇ-ବିଜୟୱାଡ଼ା ପିନାକିନି ଏକ୍ସପ୍ରେସ୍, ବିଜୟୱାଡ଼ା-ଓଙ୍ଗୋଲ୍ ପାସେଞ୍ଜର୍ ଏବଂ ଓଙ୍ଗୋଲ୍-ବିଜୟୱାଡ଼ା ପାସେଞ୍ଜର୍ । ବାତ୍ୟା ମୁକାବିଲା ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏହି ପଦକ୍ଷେପ ନେଇଛି । ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ଟ୍ରେନ୍‌ର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କଲା ବାତ୍ୟା ମୁରାସୁ । ଭୀଷଣ ବାତ୍ୟା ‘ମୁରାସୁ’ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି। ଆଜି ଭୋର ୩ଟା ୩୦ରୁ ୫ଟା ୩୦ ମଧ୍ୟରେ ନେଲ୍ଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଉପକୂଳରେ ଓଙ୍ଗୋଲ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିଥିଲା। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ‘ମୁରାସୁ’ ଆଗକୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି ଜାରି ରଖିବା ସହ ଧୀରେ ଧୀରେ ଦୁର୍ବଳ ହେବ। ଆଜି ମଧ୍ୟାହ୍ନ ସୁଦ୍ଧା ଏହା ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।

ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ଏବଂ ଝଟକା ପବନର ବେଗ ୧୦୦ କିଲୋମିଟର ରହିପାରେ । ଏହାପରେ ଆଜି ମଧ୍ୟରାତ୍ରି ସୁଦ୍ଧା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବାର ଆକଳନ କରାଯାଇଛି। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ଏବଂ ଝଟକା ପବନର ବେଗ ୭୫ କିଲୋମିଟର ରହିପାରେ।

୧୯ଟି ବିମାନ ଉଡ଼ାଣ ବାତିଲ
ବାତ୍ୟା ଯୋଗୁଁ ବିମାନ ସେବା ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଜୟୱାଡ଼ା ବିମାନବନ୍ଦରରେ ଇଣ୍ଡିଗୋ (IndiGo)ର ୧୦ଟି ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ (Air India Express)ର ୨ଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ବିଶାଖାପାଟଣା ବିମାନବନ୍ଦରରେ ୪ଟି ବିମାନ ଉଡ଼ାଣ ବାତିଲ ହୋଇଛି। ଏହା ବ୍ୟତୀତ, ତିରୁପତି ବିମାନବନ୍ଦରରୁ ବିଜୟୱାଡ଼ା, ବିଶାଖାପାଟଣା ଏବଂ ବେଙ୍ଗାଲୁରୁକୁ ଯିବାକୁ ଥିବା ବିମାନଗୁଡ଼ିକ ମଧ୍ୟ ବାତିଲ କରାଯାଇଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: