Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁମ୍ବାଇର ପଣ୍ଟନାଗର ଅନ୍ତର୍ଗତ ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଛି ଅଘଟଣ

National

ମୁମ୍ବାଇର ପଣ୍ଟନାଗର ଅନ୍ତର୍ଗତ ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଛି ଅଘଟଣ

Jitendra Dash
Browse all articles by Jitendra Dash
·2 years ago·1 min read
ମୁମ୍ବାଇର ପଣ୍ଟନାଗର ଅନ୍ତର୍ଗତ ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଛି ଅଘଟଣ

ଅର୍ଗସ ବ୍ୟୁରୋ : ମୁମ୍ବାଇରେ ଘଟିଲା ବଡ଼ ଅଘଟଣ । ଦୁବାଇରୁ ମୁମ୍ବାଇ ଆସୁଥିବା ବିମାନରେ ପିଟି ହୋଇ ଚାଲିଗଲା ୪୦ଟି ରାଜହଂସଙ୍କ ଜୀବନ । ମୁମ୍ବାଇର ଘାଟକୋପର ଠାରୁ ଏମାନଙ୍କ ମୃତଦେହ ମିଳିଛି । ଦୁବାଇରୁ ଆସୁଥିବା ଏମିରଟ୍ସର ଗୋଟିଏ ବିମାନ ଧକ୍କାରେ ଏତେ ବଡ଼ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ, ପୂରା ଘଟଣା ମୁମ୍ବାଇର ପଣ୍ଟନାଗର ଅନ୍ତର୍ଗତ ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଛି। ବିମାନଟି ସୋମବାର ରାତିରେ ସୁରକ୍ଷିତ ଲ୍ୟାଣ୍ଡ କରିଥିଲେ ହେଁ ଏହା ଆଉ ରାତିରେ ଉଡ଼ାଣ କରି ନଥିଲା । ବିମାନର ଯାଞ୍ଚ ପାଇଁ ଏହାର ଉଡ଼ାଣକୁ ବାତିଲ କରାଯାଇଥିଲା ।

ଅଧିକ ପଢନ୍ତୁ ଭାରତ ଖବର

ଏଥିପାଇଁ ଅନେକ ଯାତ୍ରୀଙ୍କୁ ମୁମ୍ବାଇ ଏୟାରପୋର୍ଟରେ ରାତି କାଟିବାକୁ ପଡ଼ିଥିଲା । ମଙ୍ଗଳବାର ରାତି ୯ଟା ବେଳେ ଏମିରଟ୍ସର ୫୦୯ ବିମାନ ଯାତ୍ରୀଙ୍କୁ ନେଇ ଦୁବାଇ ଗସ୍ତ କରିବ। ନିୟମ ଅନୁସାରେ, ବିମାନ ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଯାତ୍ରୀମାନଙ୍କର ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ମହାରାଷ୍ଟ୍ର ଜଙ୍ଗଲ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତଦେହଗୁଡ଼ିକ ମିଳିଥିବା ସ୍ଥାନରୁ ରାଜହଂସଗୁଡ଼ିକର ନମୁନା ସଂଗ୍ରହ କରାଯାଇଛି । ସେହିପରି ଜଙ୍ଗଲ ବିଭାଗର ଆଉ ଗୋଟିଏ ଟିମ ଏମିରଟ୍ସ ବିମାନ ଚଳାଉଥିବା ପାଇଲଟଙ୍କ ବୟାନ ରେକର୍ଡ କରିବ ଜଣା ପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
40 flamingoes killed in plane hit in Mumbai, construction near wetlands blamed | Argus News