Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏମ୍‌ସରେ ଭର୍ତ୍ତି ହୋଇଛନ୍ତି ୪୧ ଶ୍ରମିକ 

Manini Pattanayak
Browse all articles by Manini Pattanayak
·2 years ago
ଏମ୍‌ସରେ ଭର୍ତ୍ତି ହୋଇଛନ୍ତି ୪୧ ଶ୍ରମିକ 

 ନୂଆଦିଲ୍ଲୀ:  17 ଦିନର ଜୀବନଯୁଦ୍ଧ ପରେ ଜିତିଲା ଜୀବନ । ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ପରେ ୪୧ ଶ୍ରମିକ ରିଷିକେଶ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି । ଉତ୍ତରକାଶୀ ଟନେଲରୁ ଉଦ୍ଧାର ଶ୍ରମିକଙ୍କୁ ପ୍ରଥମେ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶ୍ରମିକଙ୍କୁ ଡାକ୍ତରଖାନାରେ ଭେଟିଥିଲେ ଉତ୍ତରାଖଣ୍ଡ ସିଏମ୍ ।

ଏହାସହ  ଶ୍ରମିକମାନଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ସହାୟତା ରାଶିର ଚେକ୍ ପ୍ରଦାନ କରିଥିଲେ । ପରେ ସେଠାରୁ ସେମାନଙ୍କୁ ରିଷିକେଶ ଏମ୍‌ସକୁ ଏୟାରଲିଫ୍ଟ କରାଯାଇଥିଲା । ଏହାପର୍ବରୁ ପ୍ରଧାନମନ୍ତ୍ରୀ ଶ୍ରମିକ ମାନଙ୍କ ସହ ଖୁସି ବାଣ୍ଟିଥିଲେ । ମୋଦି ଭିଡିଓ କନଫେରନସିଂରେ ଶ୍ରମିକଙ୍କ ସହ କଥା ହୋଇଥିଲେ । 41 ଶ୍ରମବୀରଙ୍କ ସାହସ ଓ ଧର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଦେଇଥିଲେ  ସାବାସୀ । ଆଜି ରିଷିକେଶ ଏମ୍‌ସ ଯାଇ ଶ୍ରମିକଙ୍କୁ ଭେଟି ପାରନ୍ତି ପ୍ରଧାନମନ୍ତ୍ରୀ  । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
41 rescued workers airlifted to AIIMS Rishikesh | Argus News