Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସିରିଜ କବଜା କଲା ଟିମ ଇଣ୍ଡିଆ

Jitendra Dash
Browse all articles by Jitendra Dash
·2 years ago·1 min read
ସିରିଜ କବଜା କଲା ଟିମ ଇଣ୍ଡିଆ

ଅର୍ଗସ ବ୍ୟୁରୋ :  ୪ର୍ଥ ଟି-୨୦ରେ ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇଛି ଭାରତ । ଭାରତ ପକ୍ଷରୁ ରଖାଯାଇଥିବା ୧୭୫ ରନ ଲକ୍ଷ୍ୟର ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୧୫୪ ରନ କରିପାରିଥିଲା । ଏହି ବିଜୟ ସହ ୫ଟିକିଆ ଟି-୨୦ ସିରିଜକୁ ୩-୧ରେ ଆଗୁଆ କବଜା ମଧ୍ୟ କରିଛି ଭାରତ । ଏବେ ୩ ତାରିଖରେ ଶେଷ ଟି-୨୦ ମ୍ୟାଚ୍‌ ଖେଳାଯିବ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ରିଙ୍କୁ ସିଂହଙ୍କ ୨୮ ବଲରେ ୪୬ ଓ ଜିତେଶ ଶର୍ମାଙ୍କ ୧୯ ବଲରେ ୩୫ ରନ ବଳରେ ୯ ୱିକେଟ ହରାଇ ୧୭୪ ରନ କରିଥିଲା। ୧୭୫ ରନର ଟାର୍ଗେଟ ପାଇଥିବା ଅଷ୍ଟ୍ରେଲିଆ ପାଇଁ ଟ୍ରାଭିସ ହେଡ ବିସ୍ଫୋରକ ଆରମ୍ଭ କରିଥିଲେ । କିନ୍ତୁ ଦଳୀୟ ସ୍କୋର ୪୦ ଥିବା ବେଳେ ରବି ବିଷ୍ଣୋଇ ୮ ରନ କରିଥିବା ଫିଲ୍ଲିପେଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । 

ଅଧିକ ପଢନ୍ତୁ ଖେଳ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦଳୀୟ ସ୍କୋର ୪୪ ଥିବା ବେଳେ ହେଡ ୧୬ ବଲରେ ୩୧ ରନ କରି ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଥିଲେ । ଆରୋନ ହାର୍ଡି(୮) ଅକ୍ଷରଙ୍କ ଦ୍ୱିତୀୟ ଶିକାର ବନିଥିଲେ । ବେନ ମ୍ୟାକଡେରମୋଟ ଓ ଟିମ ଡାଭିଡ କିଛି ସମୟ ଲଢ଼େଇ କରିଥିଲେ । କିନ୍ତୁ ଏହି ଯୋଡ଼ିକୁ ଅକ୍ଷର ଭାଙ୍ଗିଥିଲେ । ଶେଷ ବଲରେ ସେ ୧ ରନ ନେବାରୁ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ କେବଳ ୧୫୪ ରନ କରିଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ୩ ଓ୍ବିକେଟ ନେଇଥିବାବେଳେ ଦୀପକ ଚହର ୨ଟି ଓ୍ବିକେଟ୍ ନେଇଥିଲେ । 

Sponsored
4th T20I: India beat Australia by 20 runs, take 3-1 unassailable lead | Argus News