Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ଦେଖୁ ଦେଖୁ ଜଳିଗଲା ୫ ଜୀବନ

National

ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ଦେଖୁ ଦେଖୁ ଜଳିଗଲା ୫ ଜୀବନ

Jitendra Dash
Browse all articles by Jitendra Dash
·2 years ago·1 min read
ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ଦେଖୁ ଦେଖୁ ଜଳିଗଲା ୫ ଜୀବନ

ଅର୍ଗସ ବ୍ୟୁରୋ : ଉତ୍ତରପ୍ରଦେଶରେ ଘଟିଲା ବଡ଼ ଦୁର୍ଘଟଣା । ଦେଖୁ ଦେଖୁ ନିଆଁରେ ଜଳିଗଲା ୫ ଜୀବନ । ୧୧ ହଜାର କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଚଳନ୍ତା ବସ୍‌ରେ ଲାଗିଲା ନିଆଁ । ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ । ୫ ଜଣ ଜୀବନ୍ତ ଦଗ୍ଧ ହୋଇ ଥିବା ବେଳେ ଅନେକ ଯାତ୍ରୀ ଗୁରୁତର ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ଏଭଳି ଅଘଟଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗାଜିପୁରରେ।

ସୂଚନା ଅନୁସାରେ, ଏହି ବସ ବରଯାତ୍ରୀ ନେଇ ଯାଉଥିଲା । ମଉର କୋପାରୁ ବରଯାତ୍ରୀ ନେଇ ବସ୍‌ଟି ମରଦହର ମହାହର ଧାମ ଯାଉଥିଲା । ଏହି ସମୟରେ ୧୧ ହଜାର କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ରାସ୍ତା ମଝିରେ ଜଳି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣ ଯାତ୍ରୀ ଜୀବନ୍ତ ଜଳି ଯାଇଛନ୍ତି । 

ଅଧିଖ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଘଟଣାକୁ ନେଇ ମନ୍ତ୍ରୀ ଅନୀଲ ରାଜଭର କହିଛନ୍ତି ଯେ, ଏହି ଘଟଣା ଉପରେ ପ୍ରଶାସନ ନଜର ରଖିଛି । ଅନେକ ଯାତ୍ରୀ ଆହତ ହେଇଥିବା ନେଇ ସୂଚନା ରହିଛି । ସ୍ଥାନୀୟ ଲୋକମାନେ ଆହତ ଯାତ୍ରୀମାନଙ୍କୁ ପାଖ ହସ୍ପିଟାଲରେ ପହଞ୍ଚାଇଥିଲେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ବସରେ ଇଲେକ୍ଟ୍ରି ତାର ଲାଗିଯିବାରୁ ବସରେ ନିଆଁ ଲାଗିଥିବା କୁହାଯାଇଛି । 
 

Raja Festival
Sponsored
5 killed as bus catches fire after contact with live wire in UP's Ghazipur | Argus News