Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘୂର୍ଣ୍ଣିଝଡ଼ ପ୍ରଭାବରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ

National

ଘୂର୍ଣ୍ଣିଝଡ଼ ପ୍ରଭାବରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ

Jitendra Dash
Browse all articles by Jitendra Dash
·2 years ago·1 min read
ଘୂର୍ଣ୍ଣିଝଡ଼ ପ୍ରଭାବରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ

ଅର୍ଗସ ବ୍ୟୁରୋ : ଆତଙ୍କ ରଚିଲା ଘୂର୍ଣ୍ଣିଝଡ଼ । ଘୂର୍ଣ୍ଣିଝଡ଼ ପ୍ରଭାବରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାରେ । ଘୂର୍ଣ୍ଣିବଳୟ ଏତେ ଭୟଙ୍କର ଥିଲା ଯେ କିଛି ମିନିଟ ଭିତରେ ସବୁ କିଛି  ଧ୍ୱଂସ ହୋଇଯାଇଥିଲା । ପାଖରେ ଥିବା ଘର ଦ୍ୱାର ଭାଙ୍ଗିଯିବା ସହ, ଯାନବାହନ, ଗଛପତ୍ର ସବୁ କିଛି ନଷ୍ଟ ହୋଇଯାଇଥିଲା । 

ଅଧିକ ପଢନ୍ତୁ ଭାରତ ଖବର

ପବନ ଏତେ ଜୋରରେ ପ୍ରବାହିତ ହୋଇଥିଲା ଯେ ଯାହା ସାମ୍ନାରେ ପଡ଼ିଲା ତାହା ଉଡ଼ିଗଲା । ବଡ଼ ବଡ଼ ଗଛ କ୍ଷଣିକ ଭିତରେ ଉପୁଡ଼ି ପଡ଼ିଲା । ଘୂର୍ଣ୍ଣିବଳୟର ପ୍ରଭାବ ପାଖ ଜିଲ୍ଲା ଆଲିପୁରଦୁଆରେ ବି ଦେଖିବାକୁ ମିଳିଥିଲା । ଘୂର୍ଣ୍ଣିଝଡ଼ରେ ଆହତଙ୍କ ମଧ୍ୟରୁ ୩୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ସ୍ଥଳରେ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
5 Killed, Over 100 Injured As Storm Batters West Bengal | Argus News