Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନଦୀ କୂଳରୁ ମିଳିଲା ଶକ୍ତିଶାଳୀ ବୋମା; ନିଷ୍କ୍ରିୟ ପାଇଁ ନିଆ ଯାଇପାରେ ସେନାର ସହାୟତା

National

Big Discovery / ନଦୀ କୂଳରୁ ମିଳିଲା ଶକ୍ତିଶାଳୀ ବୋମା; ନିଷ୍କ୍ରିୟ ପାଇଁ ନିଆ ଯାଇପାରେ ସେନାର ସହାୟତା

Sushanta Sahoo
Browse all articles by Sushanta Sahoo
·1 month ago·2 min read
ନଦୀ କୂଳରୁ ମିଳିଲା ଶକ୍ତିଶାଳୀ ବୋମା; ନିଷ୍କ୍ରିୟ ପାଇଁ ନିଆ ଯାଇପାରେ ସେନାର ସହାୟତା
500-Pound Bomb Found

Key Points

ଝାଡ଼ଖଣ୍ଡର ଜମଶେଦପୁର ଜିଲ୍ଲା ପୂର୍ବ ସିଂହଭୂମର ସୁବର୍ଣ୍ଣରେଖା ନଦୀ କୂଳରୁ ବିଶାଳ ବୋମା ମିଳିଛି । ଗ୍ୟାସ୍ ସିଲିଣ୍ଡର ଆକାରର ଏହି ବୋମା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ନୂଆଦିଲ୍ଲୀ: ନଦୀ କୂଳରେ ବଡ଼ ବୋମା । ସମଗ୍ର ଅଞ୍ଚଳରେ ଖେଳିଗଲା ଆତଙ୍କ । ଝାଡ଼ଖଣ୍ଡର ଜମଶେଦପୁର ଜିଲ୍ଲା ପୂର୍ବ ସିଂହଭୂମର ସୁବର୍ଣ୍ଣରେଖା ନଦୀ କୂଳରୁ ବିଶାଳ ବୋମା ମିଳିଛି । ଗ୍ୟାସ୍ ସିଲିଣ୍ଡର ଆକାରର ଏହି ବୋମା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଜବତ ହୋଇଥିବା ଏହି ବଡ଼ ବୋମାରେ କିଛି କୋଡିଂ ରହିଛି । ଯେଉଁଥିରୁ ଏହା କେତେ ବିପଜ୍ଜନକ ତାହା ଅନୁମାନ କରାଯାଇପାରେ । ବୋମାର ମଡେଲ୍ AN-M64 ବୋଲି ଲେଖା ଯାଇଛି । ଯାହାର ଓଜନ ୫୦୦ ପାଉଣ୍ଡ (ପ୍ରାୟ ୨୨୭ କିଲୋଗ୍ରାମ) ଏବଂ ଏହା ଉପରେ ମେଡ୍ ଇନ୍ ଆମେରିକା ଲେଖା ଯାଇଛି ।

ଏଥିସହ ପଢ଼ନ୍ତୁ: ଇନ୍ଦୋର ଅଗ୍ନିକାଣ୍ଡରେ ନୂଆ ଟ୍ବିଷ୍ଟ.... ଇଭି ଚାର୍ଜିଂ ନୁହେଁ, ବିଦ୍ୟୁତ୍ ଖୁଣ୍ଟର ସ୍ପାର୍କିଂରୁ ଲାଗିଥିଲା ନିଆଁ

ବୋମା ମିଳିବା ପରେ ପ୍ରଶାସନ ଏହାକୁ ଗମ୍ଭୀରତାର ସହ ନେଇଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନ ସ୍ଥିତି ନିୟନ୍ତ୍ରଣ କରିବାକୁ ଅଞ୍ଚଳକୁ ବ୍ୟାରେକିଡେ କରିଛି । ବହରାଗୋଡ଼ା ଥାନା ଅଧିକାରୀ ଶଙ୍କର ପ୍ରସାଦ କୁଶୱାହା କହିଛନ୍ତି, "ବୋମା ମିଳିବା ଖବର ଗ୍ରାମୀଣ ଏସ୍‌ପିଙ୍କୁ ଅବଗତ କରାଯାଇଛି । ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଛୁ ।"

ବୋମା ନିକଟକୁ ଯିବା ଏବଂ ବୋମା ସହ ଲାଗିବାକୁ ଗ୍ରାମବାସୀଙ୍କୁ ପ୍ରଶାସନ ବାରଣ କରିବା ସହ ଚେତାବନୀ ଦେଇଛି । କାରଣ ଏହା ଜୀବନ ଘାତକ ହୋଇପାରେ । ଯେ କେହି ସୁରକ୍ଷା ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୟ ଦେଖାଇଛି ପ୍ରଶାସନ ।

କେବେର ବୋମା ?

ସୂତ୍ର ଓ ସ୍ଥାନୀୟ ଲୋକଙ୍କ ଅନୁସାରେ, ଏହି ବୋମା ଦଶନ୍ଧି ତଳର ହୋଇପାରେ । ବିଗତ ବର୍ଷରେ ଘଟିଥିଲା ଦୁର୍ଘଟଣାକୁ ଦେଖିଲେ- ମହୁଲଡାଙ୍ଗରୀ ନିକଟରେ ଏକ ଯୁଦ୍ଧ ବିମାନ କ୍ରାସ୍ ହୋଇଥିଲା । କୁହାଯାଉଛି, ଏହି ବୋମା ସେହି ବିମାନର ହୋଇଥାଇପାରେ । ଯାହାକି ସେତେବେଳେ ନଦୀର ବାଲିରେ ପଡ଼ି ବିସ୍ଫୋରଣ ଘଟିନଥିଲା ।
  
ଏଥିସହ ପଢ଼ନ୍ତୁ: ଶେଷ ନିଶ୍ଵାସ ବେଳେ ବାପା ହେବାର ସ୍ଵପ୍ନ; ମେଡିକାଲ ବେଡରୁ ଶୁକ୍ରାଣୁ ନେବାକୁ ପତ୍ନୀଙ୍କୁ ମିଳିଲା ଅନୁମତି

ବୋମା ନିଷ୍କ୍ରିୟ ପାଇଁ ପ୍ରସ୍ତୁତି

ବଡ଼, ଭାରୀ ଓ ପୁରୁଣା ବୋମା ବିପଜ୍ଜନକ ହୋଇପାରେ । ଏଥିପାଇଁ ୨ଟି ସ୍ତରରେ ପ୍ରସ୍ତୁତି କରାଯାଉଛି । ରାଞ୍ଚିରୁ ବିଶେଷଜ୍ଞ ଟିମ୍ ଆସୁଛନ୍ତି । ବୈଷୟିକ ଯାଞ୍ଚ ଓ ବିଶେଷଜ୍ଞଙ୍କ ପରାମର୍ଶ ପାଇଁ କ୍ଲାଇକୁଣ୍ଡା ଏୟାରବେସ୍‌କୁ ବିଧିବଦ୍ଧ ପତ୍ର ଲେଖା ଯାଇଛି ।

ବିସ୍ଫୋରଣ ହେଲେ କ'ଣ ହେବ ?

ବିଶେଷଜ୍ଞଙ୍କ ଅନୁସାରେ, ଯଦି ୫୦୦ ପାଉଣ୍ଡର ଏହି ବୋମା ଫାଟିଯାଏ । ତାହେଲେ ୧୦୦ ମିଟର ପର୍ଯ୍ୟନ୍ତ ବଡ଼ଧରଣର ବିସ୍ଫୋରଣ ହୋଇପାରେ । ତେଣୁ ସୁରକ୍ଷାକର୍ମୀ ୨୪ ଘଣ୍ଟା ନଜର ରଖିଛନ୍ତି । ବୋମା ନିଷ୍କ୍ରିୟ ପାଇଁ ପ୍ରଶାସନ ସେନାର ସାହାଯ୍ୟ ନେବାକୁ ଚିନ୍ତା କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
500-Pound Bomb Found Near River in Jharkhand, Army Help Likely | Argus News | Argus News