Brain Dead Husband / ଶେଷ ନିଶ୍ଵାସ ବେଳେ ବାପା ହେବାର ସ୍ଵପ୍ନ; ମେଡିକାଲ ବେଡରୁ ଶୁକ୍ରାଣୁ ନେବାକୁ ପତ୍ନୀଙ୍କୁ ମିଳିଲା ଅନୁମତି
·5 months ago·2 min read

Key Points
ଶେଷ ନିଶ୍ଵାସ ବେଳେ ବାପା ହେବାର ସ୍ଵପ୍ନ
ମେଡିକାଲ ବେଡରୁ ଶୁକ୍ରାଣୁ ନେବାକୁ ପତ୍ନୀଙ୍କୁ ମିଳିଲା ଅନୁମତି

ବ୍ରେନ୍ ଡେଡ୍ ସ୍ଵାମୀଙ୍କ ଶୁକ୍ରାଣୁ ନେବା ପାଇଁ ସ୍ତ୍ରୀଙ୍କୁ ମିଳିଲା ଅନୁମତି । ଶେଷ ନିଶ୍ଵାସ ବେଳେ ପୂରଣ ହେବ ରୋଗୀଙ୍କ ବାପା ହେବାର ସ୍ଵପ୍ନ । ଭେଣ୍ଟିଲେଟରରେ ଥିବା ସ୍ଵାମୀଙ୍କ ସ୍ପର୍ମ ବା ଶୁକ୍ରାଣୁ ନେବାକୁ ଶେଷରେ କେରଳ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । କୋର୍ଟ କୋଝିକୋଡ୍ ସ୍ଥିତ ହସ୍ପିଟାଲକୁ ଆଦେଶ ଦେଇଛନ୍ତି ଯେ ସେମାନେ ଏକ ମାନ୍ୟତା ପ୍ରାପ୍ତ 'ଆସିଷ୍ଟେଡ୍ ରିପ୍ରଡକ୍ଟିଭ ଟେକ୍ନୋଲୋଜି' (ART) କ୍ଲିନିକ୍ ଜରିଆରେ ବ୍ୟକ୍ତିଙ୍କ ପ୍ରଜନନ କୋଷଗୁଡ଼ିକୁ ବାହାର କରି ତାହାକୁ ସୁରକ୍ଷିତ ରଖିବା ପ୍ରକ୍ରିୟାକୁ ଶେଷ କରିବେ ।
ଆବେଦନକାରୀ ମହିଳାଙ୍କ ଅନୁସାରେ, ତାଙ୍କ ସ୍ଵାମୀକୁ ହାଡଫୁଟି ହେବାର ପ୍ରାୟ ୨ ସପ୍ତାହ ପରେ ମସ୍ତିସ୍କର ଶିରା ପ୍ରଶିରା ଥକ୍କି ଯିବା ପରି ଏକ ଗମ୍ଭୀର ସମସ୍ୟା ହୋଇଥିଲା । ଏହାପରେ ତାଙ୍କୁ ବ୍ରେନ୍ ଡେଡ୍ ବୋଲି ଘୋଷଣା କରାଯାଇଥିଲା ଏବଂ ସେ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି । ମହିଳା ଜଣକ କହିଥିଲେ ଯେ ସ୍ଵାମୀଙ୍କ ସ୍ଥିତି ଏପରି ଅଛି ଯେ ସେ ART ଆକ୍ଟର ଧାରା ୨୨ ଅନୁଯାୟୀ ଜରୁରୀ ଲିଖିତ ସହମତି ଦେଇପାରିବେ ନାହିଁ ।
ପଢନ୍ତୁ ଏହି ଖବର: ଯୌତୁକରେ ଟଙ୍କାଟିଏ, ବ୍ୟବହାରରେ ନଡ଼ିଆ; ଚର୍ଚ୍ଚାରେ ଆର୍ମି ମେଜରଙ୍କ ବାହାଘର
ମହିଳା ଜଣକ ଏହା ମଧ୍ୟ କହିଥିଲେ ଯେ ଯଦି ଆହୁରି ବିଳମ୍ବ ହେଉଛି, ତେବେ ତାଙ୍କର ମାଆ ହେବାର ସ୍ଵପ୍ନ ଓ ସ୍ଵାମୀଙ୍କ ବାପା ହେବାର ସ୍ଵପ୍ନ ଅଧୁରା ରହିଯିବ । ଜଷ୍ଟିସ ଘଟଣାକୁ ଗମ୍ଭୀରତାର ସହ ନେଇ ଅନୁମତି ପ୍ରଦାନ କରିଥିଲେ । ଏବେ କେବଳ ପ୍ରଜନନ କୋଷଗୁଡ଼ିକୁ ବାହାର କରି ସୁରକ୍ଷିତ ରଖିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏହି ଘଟଣାର ଗମ୍ଭୀରତାକୁ ଆହୁରି ଭଲ ଭାବେ ଯାଞ୍ଚ କରିବା ଲାଗି ଆଗାମୀ ଶୁଣାଣି ଏପ୍ରିଲ ୭କୁ ଧାର୍ଯ୍ୟ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହିଁକି ଐତିହାସିକ ଏହି ରାୟ ?
କୌଣସି ବି ପ୍ରଜନନ ପ୍ରକ୍ରିୟା ଲାଗି ସ୍ଵାମୀ-ସ୍ତ୍ରୀଙ୍କ ଲିଖିତ ସହମତି ବାଧ୍ୟତାମୂଳକ । ହେଲେ ସ୍ଵାମୀଙ୍କ 'ବ୍ରେନ୍ ଡେଡ୍' ସ୍ଥିତିରେ ତାଙ୍କର ସହମତି ନେବା ଅସମ୍ଭବ । ଏଣୁ କୋର୍ଟଙ୍କ ଏହି ଐତିହାସିକ ରାୟ ଆଗାମୀ ଦିନରେ ଏଭଳି ଘଟଣାରେ ଦମ୍ପତିଙ୍କୁ ସହାୟ ହେବ ।
ଅଧିକ ଖବର ପଢନ୍ତୁ...

Related Topics
Explore more stories