Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

EMERGENCY / ଏମର୍ଜେନ୍ସିକୁ ୫୧ ବର୍ଷ : ମୋଦି କହିଲେ ସମ୍ବିଧାନ ଉପରେ ହୋଇଥିଲା ଆକ୍ରମଣ

Bikash Mohanty
Browse all articles by Bikash Mohanty
·2 weeks ago·3 min read
ଏମର୍ଜେନ୍ସିକୁ ୫୧ ବର୍ଷ : ମୋଦି କହିଲେ ସମ୍ବିଧାନ ଉପରେ ହୋଇଥିଲା ଆକ୍ରମଣ
Emergency

Key Points

ଆଜି ଜରୁରୀକାଳିନ ପରିସ୍ଥିତିକୁ ପୁରିଲା ୫୧ ବର୍ଷ
୧୯୭୫ ଜୁନ୍ ୨୫ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଥିଲା
ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଏହା ଘୋଷଣା କରିଥିଲେ
ପ୍ରଧାନମନ୍ତ୍ରୀ ମୋଦି  କହିଲେ ସମ୍ବିଧାନ ଉପରେ ହୋଇଥିଲା ଆକ୍ରମଣ
ଭୁବନେଶ୍ବର,୨୫/୦୬: ଆଜି ଜରୁରୀକାଳିନ ପରିସ୍ଥିତିକୁ ପୁରିଲା ୫୧ ବର୍ଷ। ୧୯୭୫ ମସିହାରେ ଆଜିର ଦିନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତି ସମ୍ବିଧାନ ଉପରେ ଏକ ସିଧାସଳଖ ଆକ୍ରମଣ ଥିଲା, ଏହି ସମୟରେ ନାଗରିକ ସ୍ୱାଧୀନତାକୁ ସ୍ଥଗିତ ରଖାଯାଇଥିଲା, ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ କଟକଣା ଲଗାଯାଇଥିଲା ଏବଂ ଭାରତୀୟ ଗଣତନ୍ତ୍ରର ମୂଳଦୁଆ ଥିବା ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିଲା।

୧୯୭୫ ମସିହାରେ ଆଜିର ଦିନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ସମ୍ପର୍କରେ ସୋସିଆଲ ମିଡିଆ X ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଜରୁରୀକାଳୀନ ପରିସ୍ଥିତି ଆମ ସମ୍ବିଧାନ ଉପରେ ଏକ ସିଧାସଳଖ ଆକ୍ରମଣ ଥିଲା। ଏଥିରେ ନାଗରିକ ସ୍ୱାଧୀନତାର ସ୍ଥଗିତତା, ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ କଟକଣା, ରାଜନୈତିକ ନେତା, ସାମ୍ବାଦିକ, ସାମାଜିକ କର୍ମୀଙ୍କ ଗିରଫଦାରୀ ଏବଂ ଆମ ଗଣତନ୍ତ୍ରର ମୂଳଦୁଆ ଥିବା ଅନୁଷ୍ଠାନଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିଲା।




୧୯୭୫ ମସିହା ଜୁନ୍ ୨୫ ତାରିଖ। ମଧ୍ୟରାତ୍ରୀରେ ଦେଶରେ ଲାଗୁ ହୋଇଥିଲା ଜରୁରୀକାଳିନ ପରିସ୍ଥିତି। ୧୯୭୭ ମାର୍ଚ୍ଚ ୨୧ ଯାଏଁ ଏମର୍ଜେନ୍ସି ଲଗାଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ଆଜି ଏହି ଜରୁରୀକାଳିନ ପରିସ୍ଥିତିକୁ ୫୧ ବର୍ଷ ପୂରିଛି। ତତ୍କାଳୀନ ରାଷ୍ଟ୍ରପତି ଇନ୍ଦିରା ଗାନ୍ଧୀଙ୍କ ସରକାରର ସୁପାରିଶରେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୫୨ କ୍ରମେ ଦେଶରେ ଏମର୍ଜେନ୍ସି ଘୋଷଣା କରିଥିଲେ। ଏହି ସମୟକୁ ଭାରତୀୟ ଜନତା ପର୍ଟି ଗଣତନ୍ତ୍ରର ସବୁଠୁ କଳା ଅଧ୍ୟାୟ ବୋଲି କହି ସମାଲୋଚନା କରି ଆସୁଛି।
୨୦୨୫ ମସିହାରୁ, କେନ୍ଦ୍ର ସରକାର ୨୫ ଜୁନକୁ 'ସମ୍ବିଧାନ ହତ୍ୟା ଦିବସ' ଭାବରେ ପାଳନ କରିଆସୁଛନ୍ତି।
   
ପଢନ୍ତୁ ଏହି ଖବର: ସଂସଦରେ ଏନଡ଼ିଏ ପାଇପାରେ ଦୁଇ-ତୃତୀୟାଂଶ ବହୁମତ; ଜାଣନ୍ତୁ କ'ଣ କହୁଛି ସଂଖ୍ୟା ଗଣିତ

୧୯୭୧ ନିର୍ବାଚନରେ ଇନ୍ଦିରା ଗାନ୍ଧୀ ବିପୁଳ ବହୁମତରେ ଜିତିଥିଲେ। ପ୍ରତିଦ୍ଵନ୍ଦ୍ଵୀ ରାଜନାରାୟଣ ଇନ୍ଦିରାଙ୍କ ବିଜୟକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ। ନିର୍ବାଚନ ଜିତିବା ପାଇଁ ଇନ୍ଦିରା ଭୁଲ୍ ଉପାୟ ଆପଣେଇଥିବା ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣି ହୋଇଥିଲା ଏବଂ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ରଦ୍ଦ କରିଦିଆଯାଇଥିଲା। ଆହ୍ଲାବାଦ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଇନ୍ଦିରା ଗାନ୍ଧୀ ମାନିବାକୁ ଅରାଜି ହେଲେ। ଇସ୍ତଫା ଦେବା ବଦଳରେ ସେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଏବଂ ଦେଶରେ ତୁରନ୍ତ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଦେଲେ।  

୧୯୭୫ ଜୁନ୍ ୨୫ ମଧ୍ୟରାତ୍ରୀରେ ଆକାଶବାଣୀରେ ଏକ ସମାଚାର ପ୍ରସାରିତ ହେଲା। ଦେଶରେ ଅନିୟନ୍ତ୍ରିତ ଆନ୍ତରିକ ପରିସ୍ଥିତି ପାଇଁ ସରକାର ଏମର୍ଜେନ୍ସି ଲାଗୁ କରିଥିବା ଶୁଣିବାକୁ ମିଳିଲା। ଏହି ସମୟରେ ଇନ୍ଦିରା ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଥିଲେ। ସେ କହିଥିଲେ ଯେ, "ଯେବେଠୁ ମୁଁ ସାଧାରଣ ଲୋକ କିମ୍ଵା ମହିଳାଙ୍କ ପାଇଁ କିଛି ପ୍ରଗତିଶୀଳ ପଦକ୍ଷେପ ଉଠାଇଛି ସେବେଠୁ ମୋ ବିରୋଧରେ ଗଭୀର ଷଡ଼ଯନ୍ତ୍ର ରଚାଯାଉଛି।"

୧୯୭୫ ଜୁନ୍ ୨୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେଲା। ୧୯୭୭ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ପ୍ରାୟ ୨୧ ମାସ ପାଇଁ ଏହି କଟକଣା ବଳବତ୍ତର ରହିଥିଲା। ଏହା ସ୍ୱାଧୀନ ଭାରତ ଇତିହାସରେ ସବୁଠାରୁ ବିବାଦୀୟ ସମୟ ଥିଲା। ଲୋକମାନଙ୍କ ଠାରୁ ମୌଳିକ ଅଧିକାର ଛିନ୍ନ କରିନିଆଗଲା। ପ୍ରେସ୍ ର ମୁହଁ ବନ୍ଦ କରିଦିଆଗଲା।..

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
51 Years of Indian Emergency: History, Facts & Impact | Argus News