Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସଂସଦରେ ଏନଡ଼ିଏ ପାଇପାରେ ଦୁଇ-ତୃତୀୟାଂଶ ବହୁମତ; ଜାଣନ୍ତୁ କ'ଣ କହୁଛି ସଂଖ୍ୟା ଗଣିତ

Politics

NDA two third majority / ସଂସଦରେ ଏନଡ଼ିଏ ପାଇପାରେ ଦୁଇ-ତୃତୀୟାଂଶ ବହୁମତ; ଜାଣନ୍ତୁ କ'ଣ କହୁଛି ସଂଖ୍ୟା ଗଣିତ

Subhramjit Ray
Browse all articles by Subhramjit Ray
·1 hour ago·3 min read
ସଂସଦରେ ଏନଡ଼ିଏ ପାଇପାରେ ଦୁଇ-ତୃତୀୟାଂଶ ବହୁମତ; ଜାଣନ୍ତୁ କ'ଣ କହୁଛି ସଂଖ୍ୟା ଗଣିତ
NDA two third majority

Key Points

ଖୁବଶୀଘ୍ର ସଂସଦର ଉଭୟ ସଦନରେ ଦୁଇ-ତୃତୀୟାଂଶ (୨/୩) ବହୁମତ ହାତେଇବାକୁ ଯାଉଛି ବିଜେପି।
NDA latest majority in parliament: ସଦ୍ୟ ଭାରତୀୟ ରାଜନୀତିରେ ଏପରି କିଛି ଘଟଣାକ୍ରମ ଘଟୁଛି ଯାହାକୁ ଆପଣ ମାସେ ପୂର୍ବରୁ ମଧ୍ୟ କଳ୍ପନା କରିପାରି ନଥିବେ। ବିଗତ କିଛି ଦିନ ପୂର୍ବେ ପ୍ରଥମେ ଟିଏମସି ବିଧାୟକ ଦଳରେ ବିଭାଜନ ହୋଇଥିଲ। ଏହା ପରେ ଏହାର ସଂସଦୀୟ ଦଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଦଳର ୨୯ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୦ ଜଣ ଦଳ ଠାରୁ ଅଲଗା ହୋଇ ପ୍ରଥମେ ଏକ ପୃଥକ ଗୋଷ୍ଠୀ କରିବା ସହ ପରେ ଏନସିପିଆଇ (NCPI) ନାମକ ଦଳରେ ମିଶି ଯାଇଥିଲେ। ଏହା ପରେ ଖବର ଆସିଛି ଯେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (SSUBT) ଗୋଷ୍ଠୀର ୬ ଜଣ ସାଂସଦ ମଧ୍ୟ ଦଳରୁ ଅଲଗା ହୋଇ, ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ମୂଳ ଶିବସେନାରେ ଯୋଗଦାନ କରୁଛନ୍ତି। ଯଦିଓ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହେଲେ ଆଗାମୀ ଦିନରେ ଏହା ସ୍ପଷ୍ଟ ହୋଇଯିବ। ହେଲେ ମୌସୁମୀ ଅଧିବେଶନ ପୂର୍ବରୁ ବିଜେପି ନେତୃତ୍ୱାଧିନ ଏନଡ଼ିଏ ମେଣ୍ଟ ସଂସଦରେ (ଉଭୟ ଲୋକସଭା ଏବଂ ରାଜ୍ୟସଭା) ଦୁଇ-ତୃତୀୟାଂଶ ବହୁମତ ପାଇବା ଏକ ପ୍ରକାର ସୁନିଶ୍ଚିତ ହେବାରେ ଲାଗିଛି।

କ'ଣ କହୁଛି ସଂଖ୍ୟା ଗଣିତ?
ଯଦି ସଂଖ୍ୟା ଗଣିତ ଉପରେ ନଜର ପକାଯାଏ ତାହେଲେ ଲୋକସଭାରେ ଶାସକ ଏନଡ଼ିଏ (NDA) ସଂଖ୍ୟା ବଢିଥିବା ବେଳେ ଏବଂ ବିରୋଧି ଇଣ୍ଡିଆ (INDIA) ଗୋଷ୍ଠୀ ସାଂସଦଙ୍କ ସଂଖ୍ୟା ହ୍ରାସ ପାଇଛି। କାରଣ ଏନସିପିଆଇ ଦଳରେ ଯୋଗ ଦେଇଥିବା ଟିଏମସି ସାଂସଦଙ୍କୁ ମିଶାଇ ଏନଡ଼ିଏ ପାଖରେ ୩୧୮ ସାଂସଦଙ୍କ ସମର୍ଥନ ରହିଛି। ଯେତେବେଳେ ବିରୋଧି ଇଣ୍ଡିଆ ପାଖରେ ୧୮୪ ସାଂସଦ ରହିଛନ୍ତି। ସେହିପରି ଅନ୍ୟ ଦଳର ମୋଟ ୩୮ ଜଣ ସାଂସଦ ଅଛନ୍ତି। ଯେଉଁମାନେ ଉଭୟ ଶାସକ କିମ୍ବା ବିରୋଧି ମେଣ୍ଟରେ ସାମିଲ ନାହାଁନ୍ତି। ମୋଟ ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଦୁଇ-ତୃତୀୟାଂଶ ସଂଖ୍ୟା ହେଉଛି ୩୬୨। ହେଲେ ଏବେ ତିନୋଟି ଆସନ ଖାଲି ପଡ଼ିଥିବାରୁ ବହୁମତ ସଂଖ୍ୟା ୩୬୦ ହୋଇଯାଇଛି।

DMK-SP ସାଂସଦଙ୍କ ଉପରେ ରହିଛି ନଜର

ବଜେଟ ଅଧିବେଶନ ସମୟରେ, ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଭୋଟିଂ ସମୟରେ ୫୨୮ ଜଣ ସାଂସଦ ଉପସ୍ଥିତ ରହିଥିବା ବେଳେ ବହୁମତ ସଂଖ୍ୟା ୩୫୨ ରହିଥିଲା। ସରକାରଙ୍କୁ ୨୯୮ ଭୋଟ ମିଳିଥିବା ବେଳେ, ଏହି ବିଲ୍ ୫୪ ଭୋଟ କମ୍ ହେବା ଯୋଗୁଁ ଲୋକସଭାରେ ପାରିତ ହୋଇ ପାରିନଥିଲା। ଏହାର ଅର୍ଥ ହେଉଛି ବଜେଟ ଅଧିବେଶନ ସମୟରେ ସରକାରଙ୍କୁ ଲୋକସଭାରେ କେବଳ ୫୪ ଭୋଟ ଆବଶ୍ୟକ। ବିଦ୍ରୋହୀ ୨୦ ଜଣ ତୃଣମୂଳ କଂଗ୍ରେସ ସାଂସଦ ବର୍ତ୍ତମାନ ଏନସିପିଆଇ ସାଂସଦ ଭାବରେ ଗଣା ହେଉଛନ୍ତି। ସେମାନଙ୍କ ସଂଖ୍ୟାକୁ ଯୋଡ଼ିବା ପରେ ଶାସକ ଏନଡ଼ିଏ ମେଣ୍ଟକୁ ସମର୍ଥନ କରୁଥିବା ସାଂସଦଙ୍କ ସଂଖ୍ୟା ୩୧୮ ହୋଇଯାଇଛି। ଅନ୍ୟପଟେ ସରକାର ଡିଏମକେ (DMK) ସହିତ ଆଲୋଚନା କରୁଛନ୍ତି।

ଏହା ସହ ପଢନ୍ତୁ: ସଂସଦରେ ଏନଡ଼ିଏ ହାତେଇପାରେ ଦୁଇ-ତୃତୀୟାଂଶ ବହୁମତ; ହେଲ କିପରି?

ଏପରି ପରିସ୍ଥିତିରେ ଯଦି ସରକାର ଡିଏମକେ ଦାବିକୁ ଗ୍ରହଣ କରି ଏହାକୁ ବିଲ୍ ରେ ସାମିଲ କରନ୍ତି, ତାହେଲେ DMK କୌଣସି ଆପତ୍ତି ଉଠାଇବ ନାହିଁ। ଏପରିକି ଦଳ ଏନଡିଏ ସରକାରଙ୍କୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଜଣାଇପାରେ। ଯଦି ସମସ୍ତ ୨୨ ଜଣ ଡିଏମକେ ସାଂସଦ ଏନଡ଼ିଏ ସରକାରଙ୍କୁ ସମର୍ଥନ ଜଣାନ୍ତି, ତାାହେଲେ ମେଣ୍ଟକୁ ସମର୍ଥନ କରୁଥିବା ସାଂସଦଙ୍କ ସଂଖ୍ୟା ୩୪୦ ହୋଇଯିବ। ଯାହା ଲୋକସଭାରେ ଦୁଇ-ତୃତୀୟାଂଶ ବହୁମତ ଠାରୁ ମାତ୍ର ୧୨ କମ୍। ବର୍ତ୍ତମାନ ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀରୁ ୬ ଜଣ ସାଂସଦ ଦଳ ଛାଡୁଥିବାର ଖବର ଆସୁଛି। ଯଦି ଏହା ସତ ହୁଏ, ତାହେଲେ ସରକାରଙ୍କୁ ଦୁଇ-ତୃତୀୟାଂଶ ବହୁମତ ହାସଲ କରିବା ପାଇଁ କେବଳ ୬ ଜଣ ସାଂସଦଙ୍କ ଆବଶ୍ୟକତା ପଡିବ। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ସଂଖ୍ୟା କେଉଁଠାରୁ ଆସିବ।

ମନ୍ତ୍ରୀ ରାଜଭର କରିଛନ୍ତି ବଡ଼ ଦାବି
ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ତଥା ସୁହଲଦେବ ଭାରତୀୟ ସମାଜ ପାର୍ଟି (SBSP) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ସମାଜବାଦୀ ପାର୍ଟି (SP) ଉଦ୍ଦେଶ୍ୟରେ ଏକ ବଡ଼ ଇଙ୍ଗିତ କରିଛନ୍ତି। ହେଲେ ଏଠାରେ ସମସ୍ୟା ହେଉଛି ଯେ ସମାଜବାଦୀ ପାର୍ଟି ସଂସଦୀୟ ଦଳରେ ବିଭାଜନ କରିବାକୁ ହେଲେ ବହୁ ସଂଖ୍ୟକ ସାଂସଦଙ୍କୁ ଦଳରୁ ଅଲଗା କରିବାକୁ ପଡିବ। ଏବେ ଏନଡ଼ିଏ ନଜର ବିରୋଧି ମେଣ୍ଟ ଇଣ୍ଡିଆ ଗୋଷ୍ଠୀରେ ସାମିଲ ରହିଥିବା ଅନ୍ୟ ଛୋଟ ଦଳ ଉପରେ ରହିଛି। କାରଣ ଶାସକ ମେଣ୍ଟଙ୍କୁ ଅଳ୍ପ ସଂଖ୍ୟକ ଆସନ ଆବଶ୍ୟକ। ଦଳୀୟ ସୂତ୍ର ଅନୁସାରେ ବିଜେପି ଇଣ୍ଡିଆ ଗୋଷ୍ଠୀରେ ସାମିଲ ରହିଥିବା କିଛି ଛୋଟ ଦଳର ସାଂସଦଙ୍କ ସହିତ ଯୋଗାଯୋଗରେ ରହିଛି। ଯାହା ମଧ୍ୟରୁ ଗୋଟିଏ ହେଉଛି ମହାରାଷ୍ଟ୍ର। ରାଜ୍ୟସଭା ପାଇଁ NDA ପାଖରେ ୧୫୦ ସାଂସଦ ଅଛନ୍ତି। ଦୁଇ-ତୃତୀୟାଂଶ ବହୁମତ ପାଇଁ ୧୬୪ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଯଦି ୮ ଜଣ DMK ସାଂସଦ ସରକାରଙ୍କ ସହ ଯୋଗ ଦିଅନ୍ତି, ତାହେଲେ ମୋଟ ସଂଖ୍ୟା ୧୫୮ ହୋଇଯିବ। ଏହା ସତ୍ତ୍ୱେ ଆହୁରି ୬ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ତୃଣମୂଳ କଂଗ୍ରେସର (TMC) ୧୩ ଜଣ ସାଂସଦଙ୍କ ମଧ୍ୟରୁ ୩ ଜଣ ଇସ୍ତଫା ଦେଇ ସାରିଛନ୍ତି। ରାଜ୍ୟସଭାରେ ହେବାକୁ ଯାଉଥିବା ଉପନିର୍ବାଚନ ଏବଂ କିଛି ଛୋଟ ଦଳର ସମର୍ଥନ ଶାସକ ମେଣ୍ଟକୁ (NDA) ଦୁଇ-ତୃତୀୟାଂଶ ବହୁମତ ନିଶ୍ଚିତ କରିବେ। ଏହା ପରେ ଏନଡ଼ିଏ ସରକାର ମହିଳା ସଂରକ୍ଷଣ ଏବଂ ନିର୍ବାଚନମଣ୍ଡଳୀ ସୀମା ପୁନନିର୍ଦ୍ଧାରଣ ବିଲ୍ ସଂସଦରେ ଆଗତ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored