Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଡିଜିଟାଲ ଠକେଇ ରୋକିବାକୁ କେନ୍ଦ୍ର ସରକାରଙ୍କ କଠୋର ପଦକ୍ଷେପ

Swayangprajna Mishra
Browse all articles by Swayangprajna Mishra
·1 year ago
ଡିଜିଟାଲ ଠକେଇ ରୋକିବାକୁ କେନ୍ଦ୍ର ସରକାରଙ୍କ କଠୋର ପଦକ୍ଷେପ

ଅର୍ଗସ ବ୍ୟୁରୋ : ଡିଜିଟାଲ ଠକେଇ ରୋକିବାକୁ କେନ୍ଦ୍ର ସରକାରଙ୍କ କଠୋର ପଦକ୍ଷେପ । ୫୯ ହଜାର ହ୍ବାଟସଆପ୍ ଆକାଉଣ୍ଟ, ୬ ଲକ୍ଷ ୬୦ ହଜାରରୁ ଅଧିକ ସିମ୍ କାର୍ଡ ବ୍ଲକ । ୧୭୦୦ ସ୍କାଇପେ ଆଇଡିକୁ ମଧ୍ୟ ବ୍ଲକ କରାଯାଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ବି. ସଂଜୟ କୁମାରଙ୍କ ଲୋକସଭାରେ ସୂଚନା । ଏକ ଲକ୍ଷ ୩୨ ହଜାର IMEI ନମ୍ବରକୁ ମଧ୍ୟ ବ୍ଲକ କରାଯାଇଛି । ସାଇବର କ୍ରାଇମକୁ ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ନିଆଯାଉଛି।

ଅଧିକ ପଢନ୍ତୁ : ସାଇବର ଠକେଇରୁ ବଞ୍ଚିବେ କେମିତି ? ବାଟ ବତାଇଦେଲେ ପିଏମ ମୋଦି

ସାଇବର ଲୁଟେରାମାନେ ବିଦେଶରୁ କଲ୍ କରୁଥିଲେ ମଧ୍ୟ ଭାରତର ନମ୍ବର ଦର୍ଶାଉଛି । ଏହା ଉପରେ ନଜର ରଖିବା ପାଇଁ ଟେଲିକମ୍ ସେବା ଯୋଗାଉଥିବା କମ୍ପାନୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
59 thousand WhatsApp account block , Strict measures to prevent digital fraud | Argus News