Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Indian Mobile Congress / 2G ପାଇଁ ସଂଘର୍ଷ କରୁଥିବା ଦେଶର ସବୁ ଜିଲ୍ଲାରେ 5G ନେଟଓ୍ୱର୍କ

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
2G ପାଇଁ ସଂଘର୍ଷ କରୁଥିବା ଦେଶର ସବୁ ଜିଲ୍ଲାରେ 5G ନେଟଓ୍ୱର୍କ

Key Points

ଲୋକଙ୍କ ହାତପାହାନ୍ତାରେ ଏବେ ଡିଜିଟାଲ ସଂଯୋଗ

ନିବେଶ ଓ ନବସୃଜନ ପାଇଁ ଏବେ ପ୍ରକୃଷ୍ଟ ସମୟ

ସାମିଲ ହେଲେ ଓଡିଶାର ୧୦ଟି ଷ୍ଟାର୍ଟ ଅପ୍

ନୂଆଦିଲ୍ଲୀରେ ଇଣ୍ଡିଆ ମୋବାଇଲ କଂଗ୍ରେସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ଟେଲିକମ୍ ସେକ୍ଟର ହେଉଛି ଆତ୍ମନିର୍ଭର ଭାରତର ପ୍ରତିଫଳନ । ଲୋକଙ୍କ ହାତ ପାଆନ୍ତାରେ ଏବେ ଡିଜଟାଲ ସଂଯୋଗ। ଗୋଟିଏ କପ୍ ଚା'ର ମୂଲ୍ୟଠାରୁ ବି ଶସ୍ତାରେ ମିଳୁଛି 1GB ଡାଟା । ଯେଉଁ ଦେଶ ଦିନେ 2G ପାଇଁ ସଂଘର୍ଷ କରୁଥିଲା ଏବେ ସେହି ଦେଶର ସବୁ ଜିଲ୍ଲାରେ 5G ନେଟଓ୍ବର୍କ।

ମୋବାଇଲ ଟେକନୋଲୋଜିରେ ଭାରତର ନୂଆ ମାଇଲଷ୍ଟୋନ୍ । ହାତଗଣତି ଲୋକଙ୍କ ପାଖରେ ନୁହେଁ ହାତ ପାହାନ୍ତାରେ ପହଞ୍ଚିଛି ଡିଜିଟାଲ ସଂଯୋଗ । ଦେଶର ସବୁ ଜିଲ୍ଲାକୁ ସଂଯୋଗ ହୋଇଛି 5G ନେଟଓ୍ବର୍କ । ନୂଆଦିଲ୍ଲୀର ଯଶୋଭୂମିରେ ଇଣ୍ଡିଆ ମୋବାଇଲ କଂଗ୍ରେସକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ଏବେ ଚା କପର ମୂଲ୍ୟ ଠାରୁ କମ ଦରରେ ଏକ GB ଡାଟା ମିଳୁଛି । ସାରା ବିଶ୍ବରେ ଭାରତର ଡାଟା ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ପୂର୍ବରୁ ଡିଜିଟାଲ ସଂଯୋଗ ଏକ ବିଳାସପୂର୍ଣ୍ଣ ସାମଗ୍ରୀ ଭାବେ ଗଣାଯାଉଥିବା ବେଳେ ଏବେ ସାଧାରଣ ଲୋକଙ୍କ ଜୀବନ ସହ ଯୋଡି ହୋଇଯାଇଛି । ଭାରତରେ ନିବେଶକାରୀଙ୍କୁ ସୁହାଇଲା ଭଳି ପରିବେଶ ସୃଷ୍ଟି କରାଯାଉଛି । ଏଥିଯୋଗୁଁ ନିବେଶ ପାଇଁ ଏବେ ସର୍ବୋକୃଷ୍ଟ ସମୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହାସହ ପଢ଼ନ୍ତୁ:- ସତରେ IPS ଅଧିକାରୀଙ୍କ ଉପରେ କ'ଣ ଏତେ ଚାପ ଥାଏ ? ଶେଷରେ ଜୀବନ ହାରିବାକୁ ପଡ଼େ !


ଯେଉଁ ଦେଶ ଦିନେ 2G ପାଇଁ ସଂଘର୍ଷ କରୁଥିଲା, ଏବେ ସେହି ଦେଶର ପ୍ରାୟ ସବୁ ଜିଲ୍ଲାରେ 5G ସେବା ପହଞ୍ଚି ସାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆହୁରି ବି କହିଛନ୍ତି, ଯେତେବେଳେ ମେକ୍ ଇନ୍ ଇଣ୍ଡିଆର କଥା କୁହାଯାଉଥିଲା ଅନେକ ଲୋକ ଏହାର ମଜ୍ଜା ଉଡ଼ାଉଥିଲେ । ଦେଶରେ ନୂଆ ଟେକ୍ନୋଲୋଜି ଆଣିବାକୁ ସେମାନଙ୍କୁ ଦଶନ୍ଧି ଦଶନ୍ଧି ଲାଗି ଯାଉଥିଲା । କିନ୍ତୁ ଭାରତ ଏବେ ବିଶ୍ବର ଦ୍ବିତୀୟ ବୃହତ୍ ଟେଲିକମ୍ ମାର୍କେଟ୍ ଓ 5G ମାର୍କେଟ୍ । ସବୁ ଜିଲ୍ଲାରେ ପହଞ୍ଚିଛି 5G ନେଟଓ୍ବର୍କ ।

ନୂଆଦିଲ୍ଲୀର ଯଶୋଭୂମିରେ ଆରମ୍ଭ ହୋଇଛି ଏସିଆର ସର୍ବବୃହତ ଟେଲିକମ୍ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ। ଓଡିଶାର ୧୦ଟି ଷ୍ଟାର୍ଟଅପ୍ ସହ ଶିକ୍ଷା ଓ ଅନୁସନ୍ଧାନ, ସିଭି ରମଣ ଓ ସମ୍ବଲପୁର ଭିସୁଟ୍ ସାମିଲ ହୋଇଥିଲେ । ସେପଟେ ଇଣ୍ଡିଆ ମୋବାଇଲ କଂଗ୍ରେସର ସାମିଲ ହୋଇଛି ଅଗ୍ରଣୀ ଟେଲିକମ କମ୍ପାନୀ jio । Jio ପକ୍ଷରୁ ଅନେକ ଗୁଡିଏ ନୂତନ ପ୍ରୋଜେକ୍ଟ କୁ ପ୍ରଦର୍ଶିତ କରାଯାଇଛି । ଚାବି ଠୁ ନେଇ ଏସି ପର୍ଯ୍ୟନ୍ତ ସବୁକିଛି କିପରି ମୋବାଇଲ ମାମଧ୍ୟରେ କଣ୍ଟ୍ରୋଲ କରି ପାରିବେ ସେ ନେଇ ଅନେକ ପ୍ରଡକ୍ଟ ରହିଛି । ଏଆଇ, ସ୍ୱାସ୍ଥ୍ୟ, କୃଷି ଠୁ ନେଇ ଅନେକ ଟେକନୋଲୋଜି ପ୍ରଦର୍ଶିତ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାସହ ପଢ଼ନ୍ତୁ:- ରାଗିନୀ ଦାଶଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା, ହେଲେ କାହିଁକି ? କ'ଣ କରିଛନ୍ତି ସେ...


ଚଳିତ ବର୍ଷ ୧୫୦ଟି ଦେଶର ଦେଢ ଲକ୍ଷରୁ ଅଧିକ ଦର୍ଶକ, ସାତ ହଜାରରୁ ଅଧିକ ପ୍ରତିନିଧିଙ୍କ ସହ ୪ଶହରୁ ଅଧିକ କମ୍ପାନୀ ଇଣ୍ଡିଆ ମୋବାଇଲ କଂଗ୍ରେସରେ ସାମିଲ ହେବେ । ଡିଜିଟାଲ ପରିବର୍ତ୍ତନ ଏବଂ ସାମାଜିକ ପ୍ରଗତି ପାଇଁ ନବସୃଜନକୁ ଉପଯୋଗ କରିବା ଉପରେ ଦିଆଯାଉଛି ଗୁରୁତ୍ବ ।

Related Topics

Explore more stories

Sponsored