Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଟ୍ରଲି ଧକ୍କା ଦେବାରୁ ଛଅଜଣଙ୍କ ପ୍ରାଣହାନି

National

ଟ୍ରଲି ଧକ୍କା ଦେବାରୁ ଛଅଜଣଙ୍କ ପ୍ରାଣହାନି

Jitendra Dash
Browse all articles by Jitendra Dash
·2 years ago·1 min read
ଟ୍ରଲି ଧକ୍କା ଦେବାରୁ ଛଅଜଣଙ୍କ ପ୍ରାଣହାନି

ଅର୍ଗସ ବ୍ୟୁରୋ : ମଧ୍ୟପ୍ରଦେଶରେ ଘଟିଲା ବଡ଼ ଅଘଟଣ । ବାହାଘର ଶୋଭାଯାତ୍ରାରେ  ଟ୍ରଲି ଧକ୍କା ଦେବା ଫଳରେ ଛଅଜଣଙ୍କ ମୃତ୍ୟୁ । ଏଭଳି ଘଟଣା ଘଟଛି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାରେ । ଏକ ବାହାଘର ଶୋଭାଯାତ୍ରାରେ  ଟ୍ରଲି ଧକ୍କା ଦେବା ଫଳରେ ଛଅଜଣ ପ୍ରାଣ ହରାଇଛନ୍ତି । ରାଇସେନ୍ ଜିଲ୍ଲାପାଳ ଅରବିନ୍ଦ କୁମାର ଦୁବେ ଏହି ଅଭାବନୀୟ ଘଟଣା ସଂପର୍କରେ ସୂଚନା ଦେଇଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

ଏହି ଘଟଣା ପରେ କର୍ତ୍ତୃପକ୍ଷ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଆହତମାନଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରିଥିଲେ । ଏହି ଘଟଣାକୁ ନେଇ ଜିଲ୍ଲାପାଳ ଶ୍ରୀ ଦୁବେ କହିଛନ୍ତି ଯେ, ଆହତମାନଙ୍କୁ ଭୋପାଳ ଏମ୍ସରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି । ଏହି ଦୁର୍ଘଟଣାରେ ମୋଟ ଛଅଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Painting
Sponsored
6 Dead, 10 Injured After Speeding Trolley Rams Into A Marriage Procession In MP’s Raisen | Argus News