ବାଣ କାରଖାନାରେ ବିସ୍ଫୋରଣ : ୬ ଜଣଙ୍କ ମୃତ୍ୟୁ, ୬୦ରୁ ଅଧିକ ଆହତ
·2 years ago

ଅର୍ଗସ ବ୍ୟୁରୋ : ବାଣ କାରଖାନାରେ ବିସ୍ଫୋରଣ । ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ହରଦା ଜିଲ୍ଲାରେ । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି ନିଆଁକୁ ଆୟତ କରିଛନ୍ତି । ହରଦା ଜିଲ୍ଲାର ବେରାଗଡ଼ ଅଞ୍ଚଳରେ ଥିବା ବାଣ କାରଖାନାରେ ଭୟାବହ ବିସ୍ଫୋରଣ ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର
କାରଖାନା ଭିତରେ ଅନେକ ଲୋକ ଫସିଥିବାର ସନ୍ଦେହ କରାଯାଉଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡାକିଛନ୍ତି । ବାଣ କାରଖାନାର ଆଖପାଖରେ ଥିବା ପ୍ରାୟ ୬୦ଟି ଘର ପ୍ରଭାବିତ ହୋଇଛି । ନିକଟରେ ଥିବା ପ୍ରାୟ ଶହେଟି ଘରକୁ ଖାଲି କରିଛି ପ୍ରଶାସନ । ବାଣ କାରଖାନା ଭିତରେ ଲଗାତାର ଭାବେ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: