PG Building Collapse / ୬ ତାଲା ବିଲ୍ଡିଂ ଭୁଶୁଡ଼ିବା ଘଟଣା: ୬ ମୃତ, ସିସିଟିଭିରେ କଏଦ ହେଲା ଭାଙ୍ଗିବାର ଦୃଶ୍ୟ
·28 mins ago·2 min read

Key Points
ଦିଲ୍ଲୀର ସତ୍ୟନିକେତନରେ ୬ତାଲା ବିଲ୍ଡିଂ ଭୁଶୁଡ଼ିବା ଘଟଣା
ସାମ୍ନାକୁ ଆସିଲା କୋଠା ଭୁଶୁଡ଼ିବା ବେଳର ଛାତିଥରା ଦୃଶ୍ୟ
ନିମିଷକରେ ମାଟିରେ ମିଶିଯାଉଛି ୬ ତାଲା କୋଠା

ଜାତୀୟ ରାଜଧାନୀ ଦିଲ୍ଲୀର ସତ୍ୟନିକେତନରେ ୬ ତାଲା ବିଲ୍ଡିଂ ଭୁଶୁଡ଼ିବା ଘଟଣା। ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ। କୋଠା ଭୁଶୁଡ଼ିବା ବେଳର ସିସିଟିଭି ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଏହି କୋଠା ନିକଟରେ ଥିବା ଏକ ବିଲ୍ଡିଂରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ଭୟଙ୍କର ଦୃଶ୍ୟ। ନିମିଷକରେ ମାଟିରେ ମିଶିଯାଉଛି ପାଞ୍ଚ ତାଲା କୋଠା। ଯାହାର ଧୂଳିମାଟି ମିଶା ଝଟକା ପବନ ଚାରିଆଡ଼େ ଖେଳେଇ ହୋଇଯାଉଛି। ଯାହାକୁ ଦେଖି ଭୟରେ ଲୋକେ ସେଠାରୁ ଧାଉଁଥିବା ମଧ୍ୟ ଦେଖିବାକୁ ମିଳିଛି।
ତେବେ ଏହି ଅଘଟଣରେ ଏ ପର୍ଯ୍ୟନ୍ତ ୬ ଜଣଙ୍କ ଜୀବନ ଯାଇ ସାରିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖା ଦେଇଛି। ବିଲ୍ଡିଂ ଭଗ୍ନାବଶେଷ ତଳେ ଏବେ ବି ୧୦ରୁ ଅଧିକ ଛାତ୍ର ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ରବିବାର ଅପରାହ୍ନରେ ପାଞ୍ଚ ମହଲା ବିଶିଷ୍ଟ ବଏଜ୍ ପିଜି କୋଠା ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଘଟଣାସ୍ଥଳରେ NDRFର ଯବାନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେପଟେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର।''
ଏବେବି ଭଗ୍ନାବଶେଷ ତଳୁ ଚାଲିଛି ଜୀବନ ସନ୍ଧାନ । ଦିଲ୍ଲୀ ସତ୍ୟନିକେତନରେ ୬ ମହଲା ବିଶିଷ୍ଟ ବଏଜ୍ ପିଜି କୋଠା ହଠାତ୍ ଭୁଶୁଡ଼ି ପଡ଼ିବା ଘଟଣାରେ ୬ ଜଣ ଆଖି ବୁଜିଛନ୍ତି । ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଏମ୍ସରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସେପଟେ ଅଧାରୁ ଗୋଆ ଗସ୍ତ ବାତିଲ କରି ଦିଲ୍ଲୀ ଫେରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।''
ଏଥିସହ ପଢ଼ନ୍ତୁ: ୬ ମହଲା ବିଶିଷ୍ଟ ହଷ୍ଟେଲ କୋଠା ଭୁଶୁଡ଼ିବା ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୋଠା ଭୁଶୁଡ଼ିବା ସମୟରେ ବର୍ଷା ହେଉଥିବାରୁ ଅଧିକାଂଶ ଛାତ୍ର ନିଜ ରୁମରେ ଥିଲେ । ଭୁଶୁଡ଼ି ପଡ଼ିଥିବା ବିଲ୍ଡିଂକୁ PG ଭାବେ ବ୍ୟବହାର କରାଯାଉଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, "ଦୁର୍ଘଟଣା ପାଇଁ ଯିଏ ବି ଦୋଷୀ ହୋଇଥିବ, ସେ ମାଲିକ ହେଉକି କୌଣସି ଅଧିକାରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅନୁସାରେ, "ବେସମେଣ୍ଟରେ ଖୋଳା କାର୍ଯ୍ୟ ଜାରି ରହିଥିଲା । ଯେଉଁଥିପାଇଁ ପିଲାର ଖସିଯିବାରୁ ସମ୍ପୂର୍ଣ୍ଣ କୋଠାଟି ଭୁଶୁଡ଼ି ପଡ଼ିଥିଲା । ଆମ ସରକାରଙ୍କ ପ୍ରାଥମିକତା ସମସ୍ତଙ୍କୁ ବଞ୍ଚାଇବା ।"
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics
Explore more stories